Advertisment

ଗୋଳା ବାରୁଦ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ, ୨ ମୃତ

ସେହିପରି ୧୦ରୁ ଅଧିକ କର୍ମଚାରୀ ଗୁରୁତର ଅଛନ୍ତି।

ଅଦ୍ୟତନ ହୋଇଛି
Blast in Ordinance Factory

Blast in Ordinance Factory

Advertisment

ଅର୍ଡନାନ୍ସ ତଥା ଗୋଳା ବାରୁଦ ଫ୍ୟାକ୍ଟ୍ରିରେ ହେଲା ଭୟଙ୍କର ବିସ୍ଫୋରଣ। ଚାଲିଗଲା ଦୁଇ କର୍ମଚାରୀଙ୍କ ଜୀବନ। ମଧ୍ୟପ୍ରଦେଶର ଜବଲପୁରରେ ଘଟିଛି ଏଭଳି କିଛି ଦୁର୍ଘଟଣା।

Advertisment

ଜବଲପୁରରେ ଥିବା ଅର୍ଡନାନ୍ସ ଫ୍ୟାକ୍ଟ୍ରି ଖାମରିଆର ଫିଲିଂ ସେକ୍ସନ-୬ରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ଫ୍ୟାକ୍ଟ୍ରିର ଦୁଇ ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ବହୁ ଦୂର ଯାଏଁ ଏହାର ଶବ୍ଦ ଶୁଣିବାକୁ ମିଳିଥିଲା।

ତେବେ ଏହି ବିସ୍ଫୋରଣ କିଭଳି ହେଲେ ସେ ନେଇ କୌଣସି ସୂଚନା ମିଳିନାହିଁ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛି। ଅନେକ ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ତେଣୁ ଆଗକୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ।

Advertisment

ଅର୍ଡନାନ୍ସ ଫ୍ୟାକ୍ଟ୍ରିର ଜଣେ ଅଧିକାରୀଙ୍କ କହିବା ମୁତାବକ, ସକାଳ ୧୦ଟା ୩୦ରେ ଏହି ବିସ୍ଫୋରଣ ଘଟିଥିବା କୁହାଯାଉଛି। ଜଣେ ବ୍ୟକ୍ତି ନିଖୋଜ ଅଛନ୍ତି। ବିସ୍ଫରଣ ଯୋଗୁ ଫ୍ୟାକ୍ଟ୍ରିର ଏକ ଅଂଶ ଭୁଶୁଡି ପଡିଛି। ମାଟି ତଳେ ଶ୍ରମିକ ଜଣକ ପୋତି ହୋଇଯାଇଥିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। 

କହିରଖୁ ଯେ, ଭାରତ ସରକାରଙ୍କ ପ୍ରତିରକ୍ଷା ମନ୍ତ୍ରଣାଳୟ ଅଧୀନରେ ଥିବା ଅର୍ଡନାନ୍ସ ଫ୍ୟାକ୍ଟ୍ରି ଖାମରିଆରେ ବୋମା ଏବଂ ବିସ୍ଫୋରକ ସାମଗ୍ରୀ ପ୍ରସ୍ତୁତ କରାଯାଏ।

Madhya Pradesh Blast In Ordnance Factory Khamaria Jabalpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe