/odisha-reporter/media/post_attachments/uploadimage/library/16_9/16_9_0/Blast_1714652798.jpg)
Blast
ତାମିଲନାଡୁର ଭୀରୁଧୁନଗର ଜିଲ୍ଲାର ଏକ ପଥର ଖଣିରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ୪ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିବା ବେଳେ ଆଉ ୧୦ ଜଣ ଗୁରୁତର ହୋଇଛନ୍ତି। ଖାଦାନାରେ ନିୟୋଜିତ ଶ୍ରମିକମାନେ ଗୋଟିଏ ଗାଡ଼ିରୁ ବିସ୍ଫୋରକ ସାମଗ୍ରୀ ପଥର ଖଣିର ଭଣ୍ଡାର ଘରକୁ ବୋହି ନେଉଥିବା ବେଳେ ଏହି ବିସ୍ଫୋରଣ ଘଟିଛି।
ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଏହାର ପ୍ରଭାବ ଖଣି ଖାଦାନ ଠାରୁ ୧୦ କିମି ଦୂର ଯାଏ ଅନୁଭୂତ ହୋଇଥିଲା। ବିସ୍ଫୋରଣ ଶବ୍ଦ ଶୁଣି ୧୦ କିମି ପରିଧି ମଧ୍ୟରେ ଥିବା ଲୋକମାନେ ଭୟରେ ଘର ଛାଡ଼ି ବାହାରକୁ ଦୌଡ଼ିଥିଲା।
ଖବର ପାଇ ତୁରନ୍ତ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସେହିପରି ଉକ୍ତ ପଥର ଖଣିକୁ ତୁରନ୍ତ ବନ୍ଦ କରିବାକୁ ଗ୍ରାମବାସୀମାନେ ମଦୁରାଇ-ତୁତିକୋରନ ଜାତୀୟ ରାଜପଥ ଉପରେ ରାସ୍ତାକୁ ଅବରୋଧ କରିଥିଲେ।
ପ୍ରାୟ ୬ ଘଣ୍ଟାରୁ ଅଧିକ ସମୟ ଧରି ରାସ୍ତା ରୋକ ହେବାରୁ ଉଭୟ ପଟରେ ଶହଶହ ଗାଡ଼ି ଅଟକ ରହିଥିଲା। ପୁଲିସ୍ ଓ ପ୍ରଶାସନ ଲୋକଙ୍କୁ ବେଶ କିଛି ଘଣ୍ଟା ବୁଝାସୁଝା କରିବା ପରେ ସେମାନେ ରାସ୍ତା ଅବରୋଧ ପ୍ରତ୍ୟାହାର କରିଥିଲେ।
ଅନ୍ୟପକ୍ଷରେ ଭୀରୁଧୁନଗର ଜିଲ୍ଲାପାଳ ଭିପି ଜେୟସୀଲାନ, ଏସ୍ପି କେ ଫିରୋଜ ଖାନ ଅବଦୁଲ୍ଲା ଖଣି ଅଞ୍ଚଳ ପରିଦର୍ଶନ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି। ଏଥିସହ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ରିପୋର୍ଟ: ଯଶୋବନ୍ତ ପାଢ଼ୀ(ବିଶାଖାପାଟଣା, ଆନ୍ଧ୍ରପ୍ରଦେଶ)
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
