Advertisment

ଟିଏମସି ନେତାଙ୍କ ଘରେ ବିସ୍ଫୋରଣ

ଶେଖ ତାଙ୍କ ଘରେ ବିପୁଳ ପରିମାଣର ବିସ୍ଫୋରକ ଓ ବୋମା ରଖିଥିଲେ। ସମ୍ଭବତଃ ଏହି କାରଣରୁ ଘରେ ବିସ୍ଫୋରଣ ହୋଇଥିବା ଆଶଙ୍କା କରାଯାଉଛି।

Explosion

Explosion

Advertisment

ପଶ୍ଚିମବଙ୍ଗର କ୍ଷମତାସୀନ ଟିଏମସି ପଞ୍ଚାୟତ ସଦସ୍ୟ ଶେଖ ଶଫିକ୍ୟୁଙ୍କ ଘର ଆଜି ବିସ୍ଫୋରଣ ହୋଇଛି। ବୀରଭୂମି ଜିଲ୍ଲାରେ ଥିବା ଶେଖଙ୍କ ଘରରେ ଏପରି ବସ୍ଫୋରଣ ହୋଇଛି। ବିସ୍ଫୋରଣ ଯୋଗୁ ତାଙ୍କ ଘରର ଛାତ ଓ ପାହାଚ ସଂପୂର୍ଣ୍ଣ ଭାବେ ଛିନଛତ୍ର ହୋଇଯାଇଛି।

Advertisment

ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ହେଁ ବିସ୍ଫୋରଣର ପ୍ରକୃତ କାରଣ ଏଯାଏ ଜଣାପଡ଼ିନି। ତେବେ ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଦେଶୀ ବୋମା ଯୋଗୁ ଏପରି ବିସ୍ଫୋରଣ ହୋଇଥିବା କୁହାଯାଉଛି।

ଶେଖ ତାଙ୍କ ଘରେ ବିପୁଳ ପରିମାଣର ବିସ୍ଫୋରକ ଓ ବୋମା ରଖିଥିଲେ। ସମ୍ଭବତଃ ଏହି କାରଣରୁ ଘରେ ବିସ୍ଫୋରଣ ହୋଇଥିବା ଆଶଙ୍କା କରାଯାଉଛି। ଏହି ବିସ୍ଫୋରଣରେ କେହି ବି ମୃତାହତ ହୋଇନାହାନ୍ତି।

Advertisment

ଏହା ପୂର୍ବରୁ ମେ’ ୧୬ରେ ପୂର୍ବ ମେଦିନପୁରରେ ଥିବା ଗୋଟିଏ ବେଆଇନ ବାଣ କାରଖାନାରେ ବିସ୍ଫୋରଣ ହୋଇଥିଲା। ଏଥିରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣ ଆହତ ହୋଇଥିଲେ।

TMC Explosion West Bengal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe