Advertisment

ବିସ୍ଫୋରଣ ପରେ ବିଲଡିଂରେ ଲାଗିଲା ନିଆଁ, ଛାତରୁ ଡେଇଁଲେ ଜଣେ ବ୍ୟକ୍ତି

ବିସ୍ଫୋରଣ ପରେ ନିଆଁର ପ୍ରଖର ବଢ଼ିବାରେ ଲାଗିଥିଲା। ବିଲଡିଂର ପୂରା ଉପର ମହଲା ଭୟଙ୍କର ଢଙ୍ଗରେ ଜଳିବା ଆରମ୍ଭ ହୋଇଥିଲା

author-image
Hemant Lenka
Fire

Fire

କ୍ୟାମେରାରେ କଏଦ ହୋଇଛି ଭୟଙ୍କର ଘଟଣା। ବିସ୍ଫୋରଣ ସହ ଗୋଟିଏ ୪ ମହଲା ବିଲଡିଂରେ ଲାଗି ଯାଇଛି ନିଆଁ। ବିଲଡିଂର ଉପର ମହଲା ହୁତହୁତ ହୋଇ ଜଳିବାରୁ ଛାତ ଉପରେ ଥିବା ଜଣେ ବ୍ୟକ୍ତି ସିଧା ତଳକୁ ଡେଇଁ ପଡ଼ିଛନ୍ତି। ବେଙ୍ଗାଲୁରୁର ପୋଶ କୋରାମଙ୍ଗଳା ଅଞ୍ଚଳରେ ଥିବା ଗୋଟିଏ ବ୍ୟବସାୟିକ ପ୍ରତିଷ୍ଠାନରେ ଏପରି ଘଟଣା ଘଟିଛି।

Advertisment

କ୍ୟାମେରାରେ କଏଦ ହୋଇଥିବା ଦୃଶ୍ୟ ଅନୁଯାୟୀ, ବିଲଡିଂ ପ୍ରଥମ ମହଲାରେ ପ୍ରଥମେ ନିଆଁ ଲାଗିଥିଲା। ଏହାପରେ ହଠାତ୍‌ ସେଠାରେ ବିସ୍ଫୋରଣ ହୋଇଥିଲା। କୁହା ଯାଉଛି ଯେ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ଫାଟିବାରୁ ଏତେ ବଡ଼ ଘଟଣା ଘଟିଛି।

ବିସ୍ଫୋରଣ ପରେ ନିଆଁର ପ୍ରଖର ବଢ଼ିବାରେ ଲାଗିଥିଲା। ବିଲଡିଂର ପୂରା ଉପର ମହଲା ଭୟଙ୍କର ଢଙ୍ଗରେ ଜଳିବା ଆରମ୍ଭ ହୋଇଥିଲା। ଏତିକି ବେଳେ ୪ ମହଲା କୋଠାର ଛାତରେ ଜଣେ ବ୍ୟକ୍ତି ଫସି ଯାଇଥିଲେ।

Advertisment

ନିଆଁର ପ୍ରଖର ବଢ଼ୁଥିବାରୁ ସେ କ’ଣ କରିବେ ବୋଲି କିଛି ଜାଣି ପାରି ନଥିଲେ। ଶେଷରେ ସେ ଛାତର ଗୋଟିଏ କୋଣକୁ ପଳାଇ ଆସିଥିଲେ। ହେଲେ ନିଆଁ ତାଙ୍କ ଆଡ଼କୁ ବ୍ୟାପୁଥିବାରୁ ସେ ଛାତ ଉପରକୁ ସିଧା ତଳକୁ ଡେଇଁ ପଡ଼ିଥିଲେ।

ଏଥିଯୋଗୁ ବ୍ୟକ୍ତି ଜଣଙ୍କ ଗୁରୁତର ଆହତ ହୋଇଛନ୍ତି। ତାଙ୍କ ସହ ଆଉ ଜଣେ ବ୍ୟକ୍ତ ମଧ୍ୟ ଆହତ କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଉଭୟଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି।

ପୁଲିସ୍‌ କହିଛି ଯେ ଟପ୍‌ ଫ୍ଲୋର୍‌ରେ ଥିବା ଗୋଟିଏ କାଫେରେ ହିଁ ପ୍ରଥମେ ନିଆଁ ଲାଗିଥିଲା। ଏହି ଫ୍ଲୋରରେ ଏକାଧିକ ସିଲିଣ୍ଡର ରଖାଯାଇଥିଲେ। ନିଆଁ ଲାଗିବା ଯୋଗୁ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିଲା।

ଖବର ପାଇ ତୁରନ୍ତ ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଦୀର୍ଘ ସମୟର ଅକ୍ଳାନ୍ତ ପରିଶ୍ରମ ପରେ ନିଆଁକୁ ଆୟତ୍ତ କରିଥିଲେ। ଘଟଣା ବେଳେ କାଫେରେ କୌଣସି ପ୍ରକାରର ଗ୍ରାହକ ନଥିଲେ ବୋଲି ପୁଲିସ୍‌ କହିଛି।

Fire Breakout Bangalore