Firecracker Explosion
ପୁଣି ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ। ଉତ୍ତରପ୍ରଦେଶର କୌଶାମ୍ବିରେ ଥିବା ଏକ ବାଣ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ପ୍ରାୟ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେହିପରି ଅନେକ ଆହତ ହୋଇଛନ୍ତି। ଆହତଙ୍କୁ ଆମ୍ବୁଲାନ୍ସ ଜରିଆରେ ମଞ୍ଝନପୁର ହସ୍ପିଟାଲକୁ ପଠାଯାଇଛି। ପୁଲିସ ଓ ଗାଁ ଲୋକଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିବା ପାଇଁ ଚେଷ୍ଟା ଜାରି ରହିଛି।
ସୂଚନା ମୁତାବକ, ଆଜି ସକାଳୁ କୋଖରାଜ ଥାନା ଅନ୍ତର୍ଗତ ଭରବାରୀ ଅଞ୍ଚଳରେ ଥିବା ଏକ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ହୋଇଥିଲା। ବାଣ ତିଆରି ବେଳେ ଏହି ବିସ୍ଫୋରଣ ହୋଇଥିବା କୁହାଯାଉଛି। ବିସ୍ଫୋରଣ ଯୋଗୁ ଏଠାରେ କାମ କରୁଥିବା ୪ ଜଣଙ୍କ ମୃତ୍ୟୁ ହୋଇଛି। ପାଖାପଖି ୧୦ ଜଣଙ୍କୁ ଫ୍ୟାକ୍ଟ୍ରି ଭିତରୁ ଜୀବନ୍ତ ଉଦ୍ଧାର କରାଯାଇଛି। ସେମାନଙ୍କ ଅବସ୍ଥା ଗୁରୁତର ରହିଛି।
କୌଶାମ୍ବି ଏସ୍ପି ବ୍ରିଜେଶ କୁମାର ଶ୍ରୀବାସ୍ତବଙ୍କ କହିବା ମୁତାବକ, ଏହି ଫ୍ୟାକ୍ଟ୍ରିରେ ଯେଉଁମାନେ କାମ କରୁଥିଲେ ସେମାନେ ବିସ୍ଫୋରଣ ଯୋଗୁ ମୃତାହତ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳରେ କୌଣସି କ୍ଷତି ହୋଇନାହିଁ। କାରଣ ଏହି ବାଣ ଫ୍ୟାକ୍ଟ୍ରିଟି ଆବାସିକ ଅଞ୍ଚଳ ଠାରୁ ବେଶ୍ ଦୂରରେ ଅବସ୍ଥିତ। ତେଣୁ ଏଠାକୁ ଦମକଳଗାଡି ପହଞ୍ଚିବାରେ ବିଳମ୍ବ ହୋଇଥିଲା।
ସେପଟେ ଏହି ଘଟଣାକୁ ନେଇ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦୁଃଖ ପ୍ରକାଶ କରିଛନ୍ତି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାମ ସହ ନିଆଁକୁ ଲିଭାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1708849760.jpg)