Advertisment

ଘାଟିରେ ୨୪ ଘଣ୍ଟାରେ ତୃତୀୟ ବିସ୍ଫୋରଣ, ୮ ଆହତ

ଏକ ୟୁରିଆ ସାର ଭର୍ତ୍ତି ଟ୍ରକ୍‌ରେ ଏହି ବିସ୍ଫୋରଣ ଘଟିଛି। ସୁରିନ୍ଦର ସିଂହ ନାମକ ଜଣେ କନଷ୍ଟେବଳ ଡ୍ୟୁଟରେ ଥିବା ବେଳେ ଉକ୍ତ ଟ୍ରକ୍‌କୁ ଅଟକାଇ ଯାଞ୍ଚ କରୁଥିଲେ। ଏହି ସମୟରେ ଟ୍ରକ୍‌ରେ ବିସ୍ଫୋରଣ ହୋଇଥିଲେ। ଫଳରେ ସେ ଗୁରୁତର ହୋଇଛନ୍ତି।

author-image
Madhupriya Mistry
Explosion in Jammu

ଘାଟିରେ ୨୪ ଘଣ୍ଟାରେ ତୃତୀୟ ବିସ୍ଫୋରଣ, ୮ ଆହତ

ପୁଣି ବିସ୍ଫୋରଣରେ ଥରିଲା ଘାଟି। ଜମ୍ମୁ କଶ୍ମୀରରେ ଗତ ୨୪ ଘଣ୍ଟା ମଧ୍ୟରେ ତୃତୀୟ ଥର ପାଇଁ ବିସ୍ଫୋରଣ ହୋଇଛି। ବିଳମ୍ବିତ ରାତିରେ ବଜାଲତା ଗାଁରେ ଏହି ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି। ଏଥିରେ ଜଣେ ପୁଲିସ କନଷ୍ଟେବଳ ଆହତ ହୋଇଛନ୍ତି। ଏହାପୂର୍ବରୁ ନରୱାଲର ଟ୍ରାନ୍ସପୋର୍ଟ ନଗରରେ ବିସ୍ଫୋରଣ ହୋଇଥିଲା। ଏଥିରେ ୭ ଜଣ ଆହତ ହୋଇଥିଲେ। 

Advertisment

ପୁଲିସ ସୂଚନା ମୁତାବକ, ସିଧରାର ବଜାଲତା ଛକରେ ଥିବା ଏକ ୟୁରିଆ ସାର ଭର୍ତ୍ତି ଟ୍ରକ୍‌ରେ ଏହି ବିସ୍ଫୋରଣ ଘଟିଛି। ସୁରିନ୍ଦର ସିଂହ ନାମକ ଜଣେ କନଷ୍ଟେବଳ ଡ୍ୟୁଟରେ ଥିବା ବେଳେ ଉକ୍ତ ଟ୍ରକ୍‌କୁ ଅଟକାଇ ଯାଞ୍ଚ କରୁଥିଲେ। ଏହି ସମୟରେ ଟ୍ରକ୍‌ରେ ବିସ୍ଫୋରଣ ହୋଇଥିଲେ। ଫଳରେ ସେ ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସ ଯାଞ୍ଚରୁ ଏହା ପୂର୍ବ ଯୋଜନା ମୁତାବକ ବିସ୍ଫୋରଣ ଥିବା ଜଣାପଡିଛି।  

ଉଲ୍ଲେଖଯୋଗ୍ୟ, ଶନିବାର ଜମ୍ମୁର ନରୱାଲ ଅଞ୍ଚଳରେ ୩୦ ମିନିଟ ମଧ୍ୟରେ ଦୁଇଟି ବଡ ଧରଣ ବିସ୍ଫୋରଣ ହୋଇଥିଲା। ଏଥିରେ ୭ ଜଣ ଆହତ ହୋଇଥିଲେ। ଏକ କବାଡି ଦୋକାନରେ ଏହି ବିସ୍ଫୋରଣ ଘଟିଥିଲା। ଜାନୁଆରୀ ୨୬ ପୂର୍ବରୁ ଜମ୍ମୁ-କଶ୍ମୀରରେ ଲଗାତର ଏଭଳି ବିସ୍ଫୋରଣ ହେଉଥିବା ଯୋଗୁଁ ଚାରିଆଡେ ହାଇ ଆଲର୍ଟ ଜାରି କରାଯାଇଛି। ସେପଟେ କଂଗ୍ରେସର ଭାରତ ଯୋଡୋ ଯାତ୍ରାକୁ ନେଇ ମଧ୍ୟ ପୂରା ଆଲର୍ଟ ମୁଡ୍‌ରେ ରହିଛି ସୁରକ୍ଷାବାହିନୀ।   

Advertisment