Advertisment

ସାବୁନ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ, ୪ ମୃତ

ଫ୍ୟାକ୍ଟ୍ରି ଭିତରେ ଥିବା ୭ ଜଣ ଜଳି ଯାଇଛନ୍ତି।

ଅଦ୍ୟତନ ହୋଇଛି
Explosion in Factory

Explosion in Factory

Advertisment

ସାବୁନ ଫ୍ୟାକ୍ଟ୍ରିରେ ଭୟଙ୍କର ବିସ୍ଫୋରଣ। ଏହା ଏତେ ଭୟଙ୍କର ଥିଲା ଯେ, ଭୁଶୁଡି ପଡିଛି ପୂରା ବିଲ୍ଡିଂ। କେବଳ ସେତିକି ନୁହେଁ ଏହି ବିସ୍ଫୋରଣ ଯୋଗୁ ୪ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି। ଏଭଳି କିଛି ଦୁର୍ଘଟଣା ଘଟିଛି ଉତ୍ତରପ୍ରଦେଶ ମେରଟର ଲୋହିଆ ନଗରରେ।

Advertisment

ଲୋହିଆ ନଗରର ଏମ୍‌ ବ୍ଲକ୍‌ରେ ଥିବା ଏକ ସାବୁନ ଫ୍ୟାକ୍ଟ୍ରିରେ ଆଜି ସକାଳୁ ଭୟଙ୍କର ବସ୍ଫୋରଣ ହୋଇଥିଲା। ଏଥିଯୋଗୁ ପୂରା ଅଞ୍ଚଳ ଥରି ଉଠିଥିଲା। ଏଥିରେ ଫ୍ୟାକ୍ଟ୍ରି ଭିତରେ ଥିବା ୭ ଜଣ ଜଳି ଯାଇଛନ୍ତି। ଗୁରୁତର ଅବସ୍ଥାରେ ଏମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ବିସ୍ଫୋରଣ ଯୋଗୁ ମୋଟ ୯ଜଣ ଆହତ ହୋଇଛନ୍ତି। ତେବେ ଚିକିତ୍ସାଧୀନ ଅବସ୍ଥାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ତିନି ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେପଟେ ବିସ୍ଫୋରଣ ଯୋଗୁ ଯେଉଁ ବିଲ୍ଡିଂରେ ସାବୁନ ଫ୍ୟାକ୍ଟ୍ରି ଥିଲା ତାହା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି।

ଉଦ୍ଧାରକାର୍ଯ୍ୟ ପାଇଁ ଘଟଣାସ୍ଥଳରେ ଏନ୍‌ଡିଆର୍‌ଏଫ୍‌ ଟିମ୍‌ ଉପସ୍ଥିତ ଅଛି। ଅଗ୍ନିଶମ ବିଭାଗ ମଧ୍ୟ ଘଟଣାସ୍ଥଳରେ ଅଛି। ତେବେ ଆଶ୍ଚର୍ଯ୍ୟର କଥା ଉଦ୍ଧାର କାର୍ଯ୍ୟ ଚାଲିଥିବା ବେଳେ ଉକ୍ତ ବିଲ୍ଡିଂରେ ଦ୍ୱିତୀୟ ଥର ପାଇଁ ବିସ୍ଫୋରଣ ଘଟିଛି। ଏଥିରୁ ଅଳ୍ପକେ ବର୍ତ୍ତିଛନ୍ତି ପୁଲିସ ପ୍ରଶାସନ ଓ ଅଗ୍ନିଶମ ବିଭାଗର କର୍ମଚାରୀ।

Advertisment

ପୁଲିସ କହିବା ମୁତାବକ, ବିଲ୍ଡିଂରେ ସାବୁନ ତିଆରି ପାଇଁ କିଛି ସାମଗ୍ରୀ ଓ ମେସିନ୍‌ ଥିଲା, ଯେଉଁଥିରେ ବିସ୍ଫୋରଣ ହୋଇଛି। ଘଟଣାର ତଦନ୍ତ ଜାରି ରହିଛି। ସେପଟେ ସ୍ଥାନୀୟ ଲୋକଙ୍କ କହିବା କଥା ହେଲା ଏହି ବିଲ୍ଡିଂରେ ବାଣ ତିଆରି କରାଯାଉଥିଲା, ଏଥିପାଇଁ ବିସ୍ଫୋରଣ ଘଟିଥିବା ଦାବି ହୋଇଛି। ଘଟଣାସ୍ଥଳରୁ କିଛି ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ ହୋଇଛି।

Firecracker Explosion Crackers Blast
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe