Blast
ପାକିସ୍ତାନ ସୀମାନ୍ତରେ ଥିବା ଅମୃତସରର ନୌଶେରା ଗାଁ ନିକଟରେ ଆଜି ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଛି। କାମ୍ବୋ ପୁଲିସ୍ ଷ୍ଟେସନ ଅଧୀନରେ ବିସ୍ଫୋରଣ ହୋଇଥିବା ବେଳେ ସୁରକ୍ଷାକର୍ମୀ ତୁରନ୍ତ ପୂରା ଅଞ୍ଚଳକୁ କର୍ଡନ କରି ନେଇଛନ୍ତି। ବିସ୍ଫୋରଣରେ ଆହତ ହୋଇଥିବା ଆତଙ୍କୀ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଥିବା ପୁଲିସ୍ ପକ୍ଷରୁ ନିଶ୍ଚିତ କରାଯାଇଛି।
ଏସ୍ପି (ଅମୃତସର ଗ୍ରାମାଞ୍ଚଳ) ମନିନ୍ଦର ସିଂହ କହିଛନ୍ତି ଯେ ଗାଁ ନିକଟରେ ଜଣେ ବ୍ୟକ୍ତି ବୋମା ଖଞ୍ଜୁ ଥିବା ବେଳେ ବିସ୍ଫୋରଣ ହୋଇଛି। ପ୍ରାଣ ହରାଇଥିବା ବ୍ୟକ୍ତି ଜଣକ ଗୋଟିଏ ଆତଙ୍କବାଦୀ ସଂଗଠନର ସଦସ୍ୟ। ସେ ବିସ୍ଫୋରକ ସାମଗ୍ରୀ ଏଠାରୁ ନେବା ସହ ଗୋଟିଏ ବୋମା ଖଞ୍ଜୁ ଥିଲା। ଏହି ସମୟରେ ବିସ୍ଫୋରଣ ହୋଇଥିଲା।
ପ୍ରାଣ ହରାଇଥିବା ବ୍ୟକ୍ତି ଜଣକ ବାବର ଖାଲସା ନାମକ ଆତଙ୍କବାଦୀ ସଂଗଠନର ସଦସ୍ୟ ଥିଲା। ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ହାତ ମିଳାଇ ଏହି ସଂଗଠନ କାମ କରିଥାଏ। ଆଇଏସଆଇ ପକ୍ଷରୁ ଏହି ସଂଗଠନକୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଏ। ସେହିପରି ବିସ୍ଫୋରକ ମଧ୍ୟ ପାକିସ୍ତାନରୁ ଆସିଥିବା ଜଣାପଡ଼ିଛି।
ବିସ୍ଫୋରଣ ଯୋଗୁ ପୂରା ଅଞ୍ଚଳରେ ଆଲର୍ଟ ଜାରି କରାଯାଇଛି। କର୍ଡନ ଅଫ କରି ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି ଭାବେ ଯାଞ୍ଚ କରାଯାଉଛି। ନୌଶେରା ସୀମାନ୍ତ ଗାଁ ହୋଇଥିବାରୁ ଅଧିକ ସତର୍କତା ଅବଲମ୍ବନ କରାଯାଉଥିବା ସେ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Blast_1748332140.jpg)