Advertisment

କୋଇଲା ଖଣିରେ ଭୟଙ୍କର ବିସ୍ଫୋରଣ, ୭ ଶ୍ରମିକ ମୃତ

ସେହିପରି ଅନେକ ଆହତ ହୋଇଥିବା କୁହାଯାଉଛି। ସେମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Coal Mine Blast

Coal Mine Blast

କୋଇଲା ଖଣିରେ ହେଲା ଭୟଙ୍କର ବିସ୍ଫୋରଣ। ପ୍ରାଣ ହରାଇଲେ ୭ ଶ୍ରମିକ। ସେହିପରି ଅନେକ ଆହତ ହୋଇଥିବା କୁହାଯାଉଛି। ପଶ୍ଚିମବଙ୍ଗର ବୀରଭୂମିରେ ଘଟିଛି ଏହି ଅଘଟଣ। ତେବେ କେଉଁ କାରଣରୁ ଏହି ବିସ୍ଫୋରଣ ଘଟିଛି ତାହା ଜଣାପଡି ନାହିଁ।

Advertisment

ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚିଛି। ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢ଼ିବା ଆଶଙ୍କା ରହିଛି। ଏଥିସହ ଖଣି ଭିତରେ କେତେ ଜଣ ଶ୍ରମିକ କାମ କରୁଥିଲେ ସେ ନେଇ କୌଣସି ସୂଚନା ମିଳିନାହିଁ। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ଆଖପାଖରେ ଥିବା ଗାଡ଼ିଗୁଡିକ ମଧ୍ୟ ନଷ୍ଟ ହୋଇଯାଇଛି। 

ଯେଉଁ କୋଇଲା ଖଣିରେ ଏହି ବିସ୍ଫୋରଣ ଘଟିଥିଲା ​​ତାହା ବୀରଭୂମ ଜିଲ୍ଲାର ଲୋକପୁର ପୁଲିସ ଷ୍ଟେସନ ଅଞ୍ଚଳରେ ଅବସ୍ଥିତ। କମ୍ପାନୀର ନାମ ହେଉଛି ଗଙ୍ଗରାମଚକ୍ ମାଇନିଂ ପ୍ରାଇଭେଟ ଲିମିଟେଡ୍ କୋଲିୟର (GMPL)। ଯେଉଁଠାରେ କୋଇଲା କ୍ରସିଂ ସମୟରେ ଏହା ଖଣିରେ ବିସ୍ଫୋରଣ ହୋଇଥିଲା। ଏହି ଘଟଣାରେ ଅନେକ କର୍ମଚାରୀ ମଧ୍ୟ ଆହତ ହୋଇଛନ୍ତି।

Advertisment

ସେପଟେ ଖବର ପାଇ ସ୍ଥାନୀୟ ବିଜେପି ବିଧାୟକ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ପୁଲିସ, ଆଗ୍ନିଶମ ବିଭାଗର ଏକ ଟିମ୍‌ ଓ ୪ରୁ ୫ଟି ଅମ୍ବୁଲାନ୍ସ ଘଟଣାସ୍ଥଳରେ ନିୟୋଜିତ ଅଛି। 

West Bengal Coal Mine Blast