Advertisment

ମଝି ସମୁଦ୍ରରେ କଣ୍ଟେନର ଭର୍ତ୍ତି ଜାହଜରେ ଭୟଙ୍କର ବିସ୍ଫୋରଣ

ବିସ୍ଫୋରଣ ପରେ ଜାହଜରେ ନିଆଁ ଲାଗିଛି। ବର୍ତ୍ତମାନ ସୁଦ୍ଧା ୧୮ ଜଣଙ୍କୁ ସେଥିରୁ ଉଦ୍ଧାର କରାଯାଇ ସାରିଛି। ନିଖୋଜ ରହିଥିବା ଅନ୍ୟ ୪ ଜଣଙ୍କ ଠାବ କରିବା ପାଇଁ ଉଦ୍ୟମ ଚାଲିଥିବା ପ୍ରତିରକ୍ଷା ବିଭାଗର ସୂତ୍ରରୁ ଜଣାପଡ଼ିଛି।

Blast

Blast

Advertisment

କେରଳର କୋଚି ଉପକୂଳ ଅତିକ୍ରମ କରୁଥିବା ବେଳେ ସଙ୍ଗାପୁର ପତାକା ଥିବା କଣ୍ଟେନର ଭର୍ତ୍ତି ଜାହଜ ଏମଭି ୱାନ ହାଇ ୫୦୩ରେ ଭୟଙ୍କର ବସ୍ଫୋରଣ ହୋଇଛି। ବିସ୍ଫୋରଣ ଆଜି ସକାଳ ୧୦.୩୦ରେ ହୋଇଥିବା ପ୍ରଥମେ ମୁମ୍ବାଇରେ ଥିବା ମାରିଟାଇମ ଅପରେସନ୍ସ ସେଣ୍ଟର ପକ୍ଷରୁ ତା’ର କୋଚି ପ୍ରତିପକ୍ଷକୁ ଅବଗତ କରାଯାଇଥିଲା।

Advertisment

ଏହି ବିସ୍ଫୋରଣ ଯୋଗୁ ଜାହଜରେ ଥିବା ୪ ଜଣ କ୍ରୁ ସଦସ୍ୟ ନିଖୋଜ ହୋଇ ଯାଇଛନ୍ତି। ସେହିପରି ଆଉ ୫ ଜଣ ଆହତ ହୋଇଛନ୍ତି। ଭାରତୀୟ ନୌସେନା ଓ ତଟରକ୍ଷୀ ବାହାନୀ ବିସ୍ଫୋରଣରେ କ୍ଷତିଗ୍ରସ୍ତ ଜାହଜକୁ ସହାୟତା କରିବାକୁ ଅପରେସନ ଆରମ୍ଭ କରିଛନ୍ତି। ମଝି ସମୁଦ୍ରରେ ଏପରି ବିସ୍ଫୋରଣ ହୋଇଥିବାରୁ ଉଦ୍ଧାର କାର୍ଯ୍ୟକୁ ଜୋରଦାର କରାଯାଇଛି। 

ପ୍ରତିରକ୍ଷା ପିଆରଏଓଙ୍କ କହିବା କଥା ଯେ ଜାହଜଟି କଲମ୍ବୋରୁ ମୁମ୍ବାଇ ଆସୁଥିବା ବେଳେ ଏପରି ଘଟଣା ଘଟିଛି। ୨୭୦ ମିଟର ଲମ୍ବ ଓ ୧୨.୫ ମିଟର ପ୍ରସ୍ଥ ଜାହଜଟି ଜୁନ ୭ରେ କଲମ୍ବୋରୁ ବାହାରିଥିଲା। ଏହା ଜୁନ ୧୦ରେ ମୁମ୍ବାଇର ଏନହାବା ଶେବା ପୋର୍ଟରେ ପହଞ୍ଚିବାର ଥିଲା। ହେଲେ କେରଳ ଉପକୂଳରେ ଏଥିରେ ବିସ୍ଫୋରଣ ହୋଇଛି। ଜାହଜରେ ବିସ୍ଫୋରଣ ବେଳେ ୨୨ ଜଣ କ୍ରୁ ସଦସ୍ୟ ରହିଥିଲେ।

Advertisment

କୋଚି ଠାରୁ ୧୩୦ କିମି ସମୁଦ୍ର ଭିତରେ ଏପରି ବିସ୍ଫୋରଣ ହୋଇଛି। କିନ୍ତୁ ବିସ୍ଫୋରଣର କାରଣ ଜଣାପଡ଼ିନାହିଁ। ଏବେ ଭାରତୀୟ ନୌସେନା ଓ ତଟରକ୍ଷୀ ବାହିନୀ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ଭାରତୀୟ ନୌସେନା ଆଇଏନଏସ୍‌ ସୁରତ ମୁତୟନ କରିଥିବା ବେଳେ ଆଇଏନଏ ଗରୁଡ଼ରୁ ଗୋଟିଏ ଯୁଦ୍ଧ ବିମାନ ଦ୍ୱାରା ଜାହଜର ସ୍ଥିତି ଅନୁଧ୍ୟାନ କରୁଛି। ସେହିପରି ତଟରକ୍ଷୀ ବାହିନୀ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗି ପଡ଼ିଛନ୍ତି।

ତଟରକ୍ଷୀ ବାହିନୀର ଗୋଟିଏ ଯୁଦ୍ଧ ବିମାନକୁ ତୁରନ୍ତ ଘଟଣା ସ୍ଥଳକୁ ପଠାଇ ଯାଇଛି। ସିଜିଡିଓ ବ୍ୟତୀତ ଆଇସିଜିଏସ୍‌ ରାଜଦୁତ( ନୂଆ ମେଙ୍ଗାଲୁରୁରୁ), ଆଇସିଜିଏସ୍‌ ଅର୍ନବେଶ(କୋଚିରୁ) ଓ ଆଇସିଜିଏସ ସଚେତ(ଅଗାଟ୍ଟି)କୁ ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ପଠାଯାଇଛି।

ବିସ୍ଫୋରଣ ପରେ ଜାହଜରେ ନିଆଁ ଲାଗିଛି। ବର୍ତ୍ତମାନ ସୁଦ୍ଧା ୧୮ ଜଣଙ୍କୁ ସେଥିରୁ ଉଦ୍ଧାର କରାଯାଇ ସାରିଛି। ନିଖୋଜ ରହିଥିବା ଅନ୍ୟ ୪ ଜଣଙ୍କ ଠାବ କରିବା ପାଇଁ ଉଦ୍ୟମ ଚାଲିଥିବା ପ୍ରତିରକ୍ଷା ବିଭାଗର ସୂତ୍ରରୁ ଜଣାପଡ଼ିଛି।

Kerala Indian Navy Blast
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe