Advertisment

CRPF ସ୍କୁଲ୍‌ କ୍ୟାମ୍ପସ୍‌ ବାହାରେ ଭୟଙ୍କର ବିସ୍ଫୋରଣ

ବିସ୍ଫୋରଣ ଯୋଗୁ ଆଖପାଖରେ ଥିବା କିଛି ଘର କ୍ଷତିଗ୍ରସ୍ତ ହୋଇଛି। ଘରର ଝରକା ଓ କବାଟ ଭାଙ୍ଗିଯାଇଛି। ଏଥିସହ ପାଖରେ ଥିବା ଗାଡ଼ି ଗୁଡ଼ିକର କାଚ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି।

Explosion outside CRPF school

Explosion outside CRPF school

Advertisment

ରାଜଧାନୀ ଦିଲ୍ଲୀରେ ହେଲା ଭୟଙ୍କର ବିସ୍ଫୋରଣ। ରବିବାର ସକାଳୁ ରୋହିଣୀ ଅଞ୍ଚଳ ସ୍ଥିତ ପ୍ରଶାନ୍ତ ବିହାର ଅଞ୍ଚଳରେ ଥିବା ସିଆର୍‌ପିଏଫ୍‌ ସ୍କୁଲ କ୍ୟାମ୍ପସ ବାହାରେ ଭୟଙ୍କର ବିସ୍ଫୋରଣ ହୋଇଛି। ଏଥିଯୋଗୁ ପୂରା ଅଞ୍ଚଳ ଧୂଆଁମୟ ହୋଇଯାଇଛି। ସେପଟେ ବିସ୍ଫୋରଣ ଶବ୍ଦ ଶୁଣି ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି।

Advertisment

ସୂଚନା ପାଇ ତୁରନ୍ତ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚିଛି। ଏଥିସହ ଏଫ୍‌ଏସ୍‌ଏଲ୍‌ର ଟିମ୍‌ ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଅଛି। ପୁଲିସ ପୂରା ମାମଲାର ତଦନ୍ତ ଜାରି ରଖିଛି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ସନ୍ଧିଗ୍ଧ ମିଳିନାହିଁ। ଏଥିସହ ବିସ୍ଫୋରଣର କାରଣ ମଧ୍ୟ ଜଣାପଡି ନାହିଁ। ସୌଭାଗ୍ୟବଶତଃ ବିସ୍ଫୋରଣରେ କେହି ମୃତାହତ ମଧ୍ୟ ହୋଇ ନାହାନ୍ତି।

ତେବେ ବିସ୍ଫୋରଣ ଯୋଗୁ ଆଖପାଖରେ ଥିବା କିଛି ଘର କ୍ଷତିଗ୍ରସ୍ତ ହୋଇଛି। ଘରର କାଚ ଝରକା ଓ କବାଟ ଭାଙ୍ଗିଯାଇଛି। ଏଥିସହ ପାଖରେ ଥିବା କିଛି ଗାଡ଼ି ମଧ୍ୟ କ୍ଷତିଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଗାଡ଼ି ଗୁଡ଼ିକର କାଚ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି।

Advertisment

ରୋହିଣୀ ଡିସିପି ଅମିତ୍ ଗୋଏଲଙ୍କ ସୂଚନା ଅନୁଯାୟୀ, ବିସ୍ଫୋରଣର କାରଣ ଜାଣିବାକୁ ବୋମା ଏକ୍ସପର୍ଟଙ୍କୁ ଡକାଯାଇଛି। ବିସ୍ଫୋରଣର କେନ୍ଦ୍ରବିନ୍ଦୁ ଜାଣିବା ପାଇଁ ଦିଲ୍ଲୀ ପୁଲିସ ଯାଞ୍ଚ କରୁଛି। ବିଶେଷଜ୍ଞ ଟିମଙ୍କ ତଦନ୍ତ ପରେ ଏହାର କାରଣ ଜଣାପଡ଼ିବ ବୋଲି ଡିସିପି କହିଛନ୍ତି। ଦିଲ୍ଲୀ ପୁଲିସ ଏହି ଘଟଣାକୁ ଅତ୍ୟନ୍ତ ଗୁରୁତର ସହିତ ନେଇଛି। ଏଫଏସଏଲ ଟିମ୍ ଏହା କେଉଁ ପ୍ରକାରର ବିସ୍ଫୋରଣର ବୋଲି ଜାଣିବାକୁ ଚେଷ୍ଟ କରୁଛି। ସେପଟେ ଦିଲ୍ଲୀ ପୁଲିସ ସ୍ୱତନ୍ତ୍ର ଟିମ୍ ମଧ୍ୟରେ ଘଟଣାସ୍ଥଳରେ ପହଞ୍ଚିଛି।

Delhi Explosion CRPF School
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe