Advertisment

ମାଲବାହୀ ସହ ଭୟଙ୍କର ଢଙ୍ଗରେ ଧକ୍କା ହେଲା ଏକ୍ସପ୍ରେସ ଟ୍ରେନ୍‌, ଜଳିଗଲା ୨ଟି ବଗି

ଦୁର୍ଘଟଣା ଏତେ ଭୟଙ୍କର ହୋଇଛି ଯେ ଦୁଇଟି ଯାତ୍ରିବାହୀ ବଗି ସଂପୂର୍ଣ୍ଣ ଜଳି ଯାଇଛି। ସେହିପରି ୨ଟି ବଗି ଲାଇନଚ୍ୟୁତ ହୋଇଛି।

author-image
Hemant Lenka
ଅଦ୍ୟତନ ହୋଇଛି
Train

Train

ପୁଣି ଏକ ଭୟଙ୍କର ଟ୍ରେନ ଦୁର୍ଘଟଣା। ତାମିଲନାଡୁର ଚେନ୍ନାଇ ନିକଟ କବରପେଟ୍ଟାଇ ରେଳ ଷ୍ଟେସନ ନିକଟରେ ଘଟିଛି ବଡ଼ ଅଘଟଣ। ମହୀଶୂରରୁ ବିହାରର ଦରଭଙ୍ଗା ଯାଉଥିବା ଭାଗମତି ଏକ୍ସପ୍ରେସ ଟ୍ରେନ ଗୋଟିଏ ମାଲବାହୀ ଗାଡ଼ିକୁ ଧକ୍କା ଦେଇଛି।

Advertisment

ଦୁର୍ଘଟଣା ଏତେ ଭୟଙ୍କର ହୋଇଛି ଯେ ଦୁଇଟି ଯାତ୍ରିବାହୀ ବଗି ସଂପୂର୍ଣ୍ଣ ଜଳି ଯାଇଛି। ଏକ୍ସପ୍ରେସ ଟ୍ରେନର ପାର୍ସଲ ଭ୍ୟାନ ମଧ୍ୟ ଜଳି ଯାଇଛି। ସେହିପରି ୧୨ଟି ବଗି ଲାଇନଚ୍ୟୁତ ହୋଇଛି। ମାଲବାହୀ ଟ୍ରେନ ଟ୍ରାକରେ ଛିଡ଼ା ହୋଇଥିବା ବେଳେ ଏକ୍ସପ୍ରେସ ଟ୍ରେନ ଏହାକୁ ଧକ୍କା ଦେଇଛି।

କ୍ଷୟକ୍ଷତି ସମ୍ପର୍କରେ ଏଯାଏ ଜଣାପଡ଼ିନାହିଁ। କେବଳ ୧୦ ଜଣ ଲୋକଙ୍କୁ ଟ୍ରେନରୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାଟି ୮.୫୦ରେ ଘଟିଥିବା ବେଳେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି। ଉଦ୍ଧାରକାରୀ ଦଳ ସହ ସ୍ଥାନୀୟ ଲୋକ ମିଳିତ ଭାବେ କ୍ଷତିଗ୍ରସ୍ତ ବଗିରୁ ଲୋକଙ୍କୁ ବାହାର କରିବା କାମରେ ଲାଗିପଡ଼ିଛନ୍ତି। 

Advertisment

ପ୍ରାଥମିକ ରିପୋର୍ଟ ଅନୁସାରେ, କବରପେଟ୍ଟାଇ ଷ୍ଟେସନରୁ ଯାତ୍ରିବାହୀ ଟ୍ରେନ ବାହାରିବା ପରେ ଟ୍ରାକରେ ସମସ୍ୟାର ସମ୍ମୁଖୀନ ହୋଇଥିଲା। ଫଳରେ ଏକ୍ସପ୍ରେସ ଟ୍ରେନ ଲୁପ ଲାଇନରେ ପ୍ରବେଶ କରାଯାଇଥିଲା। ସେଠାରେ ପୂର୍ବରୁ ଗୋଟିଏ ମାଲବାହୀ ଟ୍ରେନ ରହିଥିଲା। ଏହି ଗାଡ଼ିକୁ ଏକ୍ସପ୍ରେସ ଟ୍ରେନ ଜୋରରେ ଧକ୍କା ଦେଇଥିଲା। ଧକ୍କା ଦେବା ବେଳେ ଏକ୍ସପ୍ରେସ ଟ୍ରେନର ଘଣ୍ଟା ପ୍ରତି ବେଗ ୭୫ କିମି ଥିଲା। ସେହିପରି ଏକ୍ସପ୍ରେସ ଟ୍ରେନର ପାର୍ସଲ ଭ୍ୟାନ ମଧ୍ୟ ଜଳି ଯାଇଛି। 

Tamilnadu Bihar Train Accident