Advertisment

ନିର୍ବାଚନ ଜିତୁ ଜିତୁ ପପୁ ଯାଦବଙ୍କ ନାଁରେ ସାଂଘାତିକ ଅଭିଯୋଗ

ଚଳିତ ଲୋକସଭା ନିର୍ବାଚନରେ ବିହାରର ପୂର୍ଣ୍ଣିୟା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଜିତିଛନ୍ତି ପପୁ ଯାଦବ। ମାତ୍ର ନିର୍ବାଚନ ଜିତୁ ଜିତୁ ଜଣେ ବ୍ୟବସାୟୀ ପପୁଙ୍କ ନାଁରେ ଆଣିଛନ୍ତି ଗୁରୁତର ଅଭିଯୋଗ ।

author-image
Niharika Rout
ଅଦ୍ୟତନ ହୋଇଛି
pappu-yadav-

pappu-yadav-

ପପୁ ଯାଦବଙ୍କ ପିଛା ଛାଡ଼ୁନି ବିବାଦ । ନିର୍ବାଚନ ଜିତିବାର ମାତ୍ର ୬ ଦିନ ପରେ ସାଂସଦ ଆସିଛି ସାଂଘାତିକ ଅଭିଯୋଗ । ଚଳିତ ଲୋକସଭା ନିର୍ବାଚନରେ ବିହାରର ପୂର୍ଣ୍ଣିୟା ଆସନରୁ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଜିତିଛନ୍ତି ପପୁ ଯାଦବ। ମାତ୍ର ନିର୍ବାଚନ ଜିତୁ ଜିତୁ ଜଣେ ବ୍ୟବସାୟୀ ପପୁଙ୍କ ନାଁରେ ଆଣିଛନ୍ତି ଗୁରୁତର ଅଭିଯୋଗ । ପପୁ ଯାଦବ ଏକ କୋଟି ଟଙ୍କା ଦେବାକୁ ତାଙ୍କୁ ଧମକ ଦେଇଥିବା ଏନେଇ ବ୍ୟବସାୟୀଜଣକ ଥାନାରେ ଅଭିଯୋଗ କରିଛନ୍ତି।

Advertisment

ପୂର୍ଣ୍ଣିୟାର ଜଣେ ବଡ଼ ଫର୍ଣ୍ଣିଚର ବ୍ୟବସାୟୀ କରିଥିବା ଅଭିଯୋଗ ଅନୁଯାୟୀ, ଗତ ୪ ତାରିଖରେ ମତ ଗଣନା ଚାଲିଥିବା ବେଳେ ପପୁ ଯାଦବ ତାଙ୍କୁ ଘରକୁ ଡାକିଥିଲେ। ସେଠାରେ ସେ ଏକ କୋଟି ଟଙ୍କା ଦେବା ନିମନ୍ତେ ତାଙ୍କୁ ଧମକ ଦେଇଥିଲେ। ଏପରିକି ଟଙ୍କା ନ ଦେଲେ ହତ୍ୟାର ଶିକାର ହେବାକୁ ପଡ଼ିବ ବୋଲି ଧମକ ଦେଇଥିଲେ।

ଆଗାମୀ ୫ ବର୍ଷ ପର୍ଯ୍ୟନ୍ତ ସେ ପୂର୍ଣ୍ଣିୟାର ସାଂସଦ ରହିବେ। ତେଣୁ ତାଙ୍କ ବିରୋଧରେ ମୁହଁ ଖୋଲିଲେ ପରିସ୍ଥିତି ଭୟଙ୍କର ହେବ ବୋଲି ବି ପପୁ ଯାଦବ ଧମକ ଦେଇଥିବା ବ୍ୟବସାୟୀଜଣକ ଅଭିଯୋଗ କରିଛନ୍ତି। ଏନେଇ ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ୍‌ ପପୁ ଯାଦବ ଓ ତାଙ୍କ ସହଯୋଗୀ ଅମିତ ଯାଦବଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Advertisment

ଏନେଇ ପପୁ ଯାଦବ କହିଛନ୍ତି, ମୋର ଲୋକପ୍ରିୟତା ବୃଦ୍ଧି ପାଉଥିବାରୁ କିଛି ଲୋକ ଏପରି ହୀନ ଚକ୍ରାନ୍ତ କରୁଛନ୍ତି। ସତ ସମସ୍ତଙ୍କ ସାମନାକୁ ଆଣିବାକୁ ସୁପ୍ରିମ କୋର୍ଟଙ୍କ ଦ୍ୱାରା ଏହାର ନିରପେକ୍ଷ ତଦନ୍ତ କରାଯାଉ । ଏହାପରେ ଯିଏ ଦୋଷୀ ସାବ୍ୟସ୍ତ ହେବ ତାକୁ ଫାଶୀ ଦେଇ ଦିଅନ୍ତୁ।

ପପୁ ଯାଦବ ପୂର୍ଣ୍ଣିୟାରୁ କଂଗ୍ରେସ ଟିକେଟରୁ ଲଢ଼ିବାକୁ ଚାହୁଁଥିଲେ। ମାତ୍ର ବିହାରରେ ଆରଜେଡି ଓ କଂଗ୍ରେସ ମଧ୍ୟରେ ମେଣ୍ଟ ଥିବାରୁ ଏହି ଆସନ ଆରଜେଡି ଭାଗରେ ପଡ଼ିଥିଲା। ଫଳରେ ପପୁ ଯାଦବ ଏହି ଆସନରୁ ସ୍ୱାଧୀନ ଭାବେ ଲଢ଼ି ଜିତିଛନ୍ତି।

Bihar Bihar Police Papu Yadav