Advertisment

ଏଥର ଉତ୍କଟ ଗ୍ରୀଷ୍ମ: ଅଧିକ କଲବଲ ହେବେ ଓଡ଼ିଶା ସମେତ ୬ ରାଜ୍ୟ

ଏପ୍ରିଲରୁ ଜୁନ ମାସ ମଧ୍ୟରେ ମଧ୍ୟପ୍ରଦେଶ, ଗୁଜରାଟ, କର୍ଣ୍ଣାଟକା, ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶରେ ସବୁଠାରୁ ଅଧିକ ତାତି ଦେଖାଯିବ।

author-image
Hemant Lenka
ଅଦ୍ୟତନ ହୋଇଛି
Heat wave

Heat wave

ଏଥର ଅଧିକ କଲବଲ କରିବ ଗ୍ରୀଷ୍ମ ପ୍ରବାହ। ଦୀର୍ଘ ସମୟ ଧରି ଜାରି ରହିବ ଖରାର ପ୍ରକୋପ। ଅଧିକ କଲବଲ ହେବେ ଓଡ଼ିଶା ସମେତ ଦେଶର ୬ ରାଜ୍ୟ। ଏପ୍ରିଲରୁ ଜୁନ ଅର୍ଥାତ ୩ ମାସ ଧରି ଦେଶରେ ଅଧିକ ତାତି ଅନୁଭବ ହେବ।

Advertisment

କେନ୍ଦ୍ରୀୟ, ନର୍ଦ୍ଦନ ଓ ଦକ୍ଷିଣ ଭାରତର ଅଧିକାଂଶ ସ୍ଥାନରେ ତାପାମାତ୍ରା ଅଧିକ ରହିବ। ଚଳିତ ବର୍ଷ ହିଟ ୱେବ ଦୀର୍ଘ ସମୟ ଚାଲିବ। ଏଥର ତାତି ସବୁ ରେକର୍ଡ ଭାଙ୍ଗିବ ବୋଲି ଆଜି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି।

ଏପ୍ରିଲରୁ ଜୁନ ମାସ ମଧ୍ୟରେ ମଧ୍ୟପ୍ରଦେଶ, ଗୁଜରାଟ, କର୍ଣ୍ଣାଟକା, ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶରେ ସବୁଠାରୁ ଅଧିକ ତାତି ଦେଖାଯିବ। ଏହି ସବୁ ରାଜ୍ୟରେ ଦିନର ତାପମାତ୍ରା ସ୍ୱାଭାବିକ ଠାରୁ ଅଧିକ ରହିବ ବୋଲି ଆଇଏମଡି ମହାନିର୍ଦ୍ଦେଶକ ମୃତ୍ୟୁଞ୍ଜୟ ମହାପାତ୍ର ପୂର୍ବାନୁମାନ କରିଛନ୍ତି।

Advertisment

ଭିଡିଓ ମୋଡରେ ଗୋଟିଏ ସାମ୍ବାଦିକ ସମ୍ମିଳନୀ କରି ଚଳିତ ଗ୍ରୀଷ୍ମ କେମିତି ରହିବ, ତା’ର ସୂଚନା ଶ୍ରୀ ମହାପାତ୍ର ଦେଇଛନ୍ତି। ସେ କହିଛନ୍ତି, କେନ୍ଦ୍ରୀୟ, ନର୍ଦ୍ଦନ ଓ ଦକ୍ଷିଣ ଇଣ୍ଡିଆର ଅଧିକାଂଶ ସ୍ଥାନରେ ହିଟ୍‌ ୱେଭ ୨ରୁ ୮ ଦିନ ଦେଖାଯିବ।

ସର୍ବାଧିକ ତାପମାତ୍ରା ସ୍ୱାଭାବିକଠାରୁ ଅଧିକ ରହିବ। ଗୁଜରାଟ, ମହାରାଷ୍ଟ୍ର, ଉତ୍ତର କର୍ଣ୍ଣାଟକା, ଓଡ଼ିଶା, ଆନ୍ଧ୍ର ପ୍ରଦେଶ ଓ ମଧ୍ୟପ୍ରଦେଶରେ ହିଟୱେଭ ସ୍ଥିତି ସାଂଘାତିକ ହୋଇପାରେ। ହିଟୱେଭ ସ୍ଥିତିର ମୁକାବିଲା ପାଇଁ ଦେଶର ୨୩ଟି ରାଜ୍ୟ ନିଜର ପ୍ରସ୍ତୁତି କରିଛନ୍ତି ବୋଲି ଶ୍ରୀ ମହାପାତ୍ର ସୂଚନା ଦେଇଛନ୍ତି।

Heat Wave Heat Wave In Odisha IMD