Advertisment

ଉତ୍କଟ ଦାରିଦ୍ର୍ୟରୁ ମୁକୁଳିଛନ୍ତି ୨୭ କୋଟି ଲୋକ, ତଥାପି ୮୦ କୋଟି ଲୋକଙ୍କୁ ମିଳୁଛି ମାଗଣା ରାସନ

୨୦୧୧-୧୨ରେ ଭାରତର ୩୪୪.୪୭ ନିୟୁତ ଅର୍ଥାତ ୩୪.୪୭ କୋଟି ଲୋକ ଅତ୍ୟନ୍ତ ଦାରିଦ୍ର୍ୟ ସୀମା ରେଖା ତଳେ ରହୁଥିଲେ।

author-image
Hemant Lenka
ଅଦ୍ୟତନ ହୋଇଛି
Poverty

Poverty

ଦେଶର ଦାରିଦ୍ର୍ୟ ହାର ହ୍ରାସ ଅତ୍ୟନ୍ତ ଉତ୍ସାହଜନକ ସ୍ଥିତିରେ ପହଞ୍ଚି ଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶାସନ ସମୟରେ ଏଥିରେ ସୁଧାର ଆସିଛି। ଗୋଟିଏ ଦଶନ୍ଧି ମଧ୍ୟରେ ଦେଶର ‌ଉତ୍କଟ ଦାରିଦ୍ର୍ୟ ହାର ୨୭.୧%ରୁ ଖସି ୫.୩%ରେ ପହଞ୍ଚି ଯାଇଛି।

Advertisment

୨୦୧୧-୧୨ରେ ଭାରତର ୩୪୪.୪୭ ନିୟୁତ ଅର୍ଥାତ ୩୪.୪୭ କୋଟି ଲୋକ ଉତ୍କଟ ଦାରିଦ୍ର୍ୟ ସୀମା ରେଖା ତଳେ ରହୁଥିଲେ। କିନ୍ତୁ ୨୦୨୨-୨୩ ବେଳକୁ ଏହା ୭୫.୨୪ ନିୟୁତ ବା ୭.୫୨୪ କୋଟିକୁ ଖସି ଆସିଛି। ବିଶ୍ୱ ବ୍ୟାଙ୍କ ଏପରି ତଥ୍ୟ ଦେବା ପରେ ସମସ୍ତେ ଉତ୍ସାହିତ ହୋଇ ଉଠିଛନ୍ତି। ୧୧ ବର୍ଷ ମଧ୍ୟରେ ଦେଶର ଦାରିଦ୍ର୍ୟ ହାରରେ ସୁଧାର ଆସିଛି। ୨୬୯ ନିୟୁତ ଲୋକ ୧୧ ବର୍ଷ ମଧ୍ୟରେ ଉତ୍କଟ ଦାରିଦ୍ର୍ୟ ସୀମା ରେଖା ଉପରକୁ ଉଠି ପାରିଛନ୍ତି। ମୋଦି ସରକାରଙ୍କ ବିଭିନ୍ନ ଯୋଜନା ଯୋଗୁ ଏହା ସମ୍ଭବ ହୋଇ ପାରିଥିବା ଶାସକ ଦଳର ସମର୍ଥନମାନେ ଦାବି କରୁଛନ୍ତି।

ଯଦି ଏତେ ସଂଖ୍ୟକ ଲୋକ ଗଲା ୧୧ ବର୍ଷ ମଧ୍ୟରେ ଦାରିଦ୍ର୍ୟ ସୀମା ରେଖାରୁ ବାହାରି ପାରିଛନ୍ତି, ତା’ହେଲେ ସେହି ଆଧାରରେ ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ଲୋକଙ୍କ ସ୍ଥିତିରେ ସୁଧାର ଆସିଥିବ ନିଶ୍ଚୟ? କିନ୍ତୁ ମାଗଣା ରାସନ ଯୋଜନାରେ ୮୦ କୋଟି ଲୋକ ଚାଉଳ ପାଇବା ଏହି ପରିସଂଖ୍ୟାନର ଏକ ବିରୋଧାଭାସ ହେଉଛି। 

Advertisment

ଦେଶର ୧୫୦ କୋଟି ଲୋକଙ୍କ ମଧ୍ୟରୁ ୮୦ କୋଟି ଲୋକଙ୍କୁ ମହାମାରୀ କରୋନା ପରଠାରୁ ମାଗଣାରେ ରାସନ ଦିଆଯାଉଛି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମାଗଣା ଚାଉଳ, ଗହମ ଓ ଡାଲି ଯୋଗାଇ ଦିଆଯାଉଛି। 

ଏହି ଯୋଜନା ୨୦୨୮ ଯାଏ ଚାଲିବ ବୋଲି ସରକାର ଘୋଷଣା କରି ସାରିଛନ୍ତି। ଉତ୍କଟ ଦାରିଦ୍ର ସୀମା ରେଖା ତଳୁ ୧୧ ବର୍ଷ ମଧ୍ୟରେ ୨୭ କୋଟି ଲୋକ ଉପରକୁ ଉଠିଥିବା ବେଳେ କେମିତି ଏବେ ବି ୮୦ କୋଟି ଲୋକଙ୍କର ଖାଦ୍ୟ ନିରାପତ୍ତା ନାହିଁ ବୋଲି ପ୍ରଶ୍ନ ଉଠୁଛି। 

ବିଶ୍ୱ ବ୍ୟାଙ୍କ ଜାରି କରିଥିବା ରିପୋର୍ଟ ଅନୁସାରେ, ୨୦୧୧-୧୨ରେ ଉତ୍କଟ ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ଲୋକଙ୍କ ମଧ୍ୟରୁ ୬୫% ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶର ରହିଥିଲେ। ୨୦୨୨-୨୩ରେ ଉତ୍କଟ ଦାରିଦ୍ର୍ୟ ସୀମା ରେଖାରୁ ମୁକୁଳିଥିବା ଲୋକଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ହେଉଛନ୍ତି ଉତ୍ତର ପ୍ରଦେଶ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶର। ବିଶ୍ୱବ୍ୟାଙ୍କ ତଥ୍ୟ ଦେଇଛି ଯେ ଉତ୍କଟ ଦାରିଦ୍ର୍ୟ ସୀମା ରେଖା ତଳେ ରହୁଥିବା ଲୋକଙ୍କ ସଂଖ୍ୟା ୩୪୪.୪୭ ନିୟୁତରୁ ଖସି ୭୫.୨୪ ନିୟୁତରେ ପହଞ୍ଚିଛି।

ବିଶ୍ୱ ବ୍ୟାଙ୍କର ଆକଳନ ଦୈନିକ ୩ ଡଲାର ଅନ୍ତର୍ଜାତୀୟ ଗରିବୀ ରେଖା (୨୦୨୧ର ଦର ଆଧାରରେ) ଦ୍ୱାରା ଆଧାରିତ, ଯାହା ଗ୍ରାମୀଣ ଓ ସହରାଞ୍ଚଳରେ ବ୍ୟାପକ ଦାରିଦ୍ର୍ୟ ହ୍ରାସକୁ ଦର୍ଶାଇଛି।

୨୦୧୭ର ଦର ଅନୁସାରେ ଭାରତର ଦାରିଦ୍ର୍ୟ ହାର ୨.୩% ରହିଥିଲା। ଏହା ୨୦୧୧-୧୨ରେ ରହିଥିବା ଦାରିଦ୍ର୍ୟ ହାର ୧୬.୨% ଠାରୁ ଯଥେଷ୍ଟ କମ। ୨୦୧୭ରେ ଦିନକୁ ୨.୧୫ ଡଲାର ଖର୍ଚ୍ଚ କରିବାର ଅକ୍ଷମତାକୁ ଦାରିଦ୍ର୍ୟ ରେଖା କୁଯାଉଥିଲା। ସେହି ହିସାବ ଅନୁସାରେ ୨୦୨୨ରେ ଦାରଦ୍ର୍ୟ ସୀମା ରେଖା ତଳେ ୩୩.୬୬ ନିୟୁତ ଲୋକ ରହିଥିଲେ। ୨୦୧୧ରେ ଏହି ସଂଖ୍ୟା ୨୦୫.୯୩ ନିୟୁତ ଥିଲା।

ବିଶ୍ୱ ବ୍ୟାଙ୍କ ତଥ୍ୟରେ ଆହୁରି ଦର୍ଶା ଯାଇଛି ଯେ ଗ୍ରାମାଞ୍ଚର ଉତ୍କଟ ଦାରିଦ୍ର୍ୟ ସୀମା ରେଖା ୧୮.୪%ରୁ ୨.୮% ଓ ସହରାଞ୍ଚଳ ଅତ୍ୟନ୍ତ ଦାରିଦ୍ର୍ୟ ସୀମା ୧୦.୭%ରୁ ୧.୧%କୁ ହ୍ରାସ ପାଇଛି। ୧୧ ବର୍ଷ ମଧ୍ୟରେ ଏପରି ସଫଳତା ମିଳିଛି।

ଏହାବାଦ ବହୁମୁଖୀ ଦାରିଦ୍ର୍ୟକୁ ହ୍ରାସ କରିବା କ୍ଷେତ୍ରରେ ମଧ୍ୟ ଭାରତକୁ ବଡ଼ ସଫଳତା ମିଳିଛି। ୨୦୦୫-୦୬ରେ ବହୁମୁଖୀ ଦାରିଦ୍ର୍ୟ ଇଣ୍ଡେକ୍ସ ବା ଏମପିଆଇ ୫୩.୮% ରହିଥିଲା। ୨୦୧୯-୨୧ ବେଳକୁ ଏହା ୧୬.୪% ଓ ୨୦୨୨-୨୩ରେ ଏହା ୧୫.୫%କୁ ଖସି ଆସିଛି।

India World Bank Poverty Index