Advertisment

ଲୋମହର୍ଷଣକାରୀ ଘଟଣା: ମହିଳାଙ୍କ ଆଖି ତାଡ଼ି ସ୍ତନ କାଟିଦେଲେ ଦୁର୍ବୃତ୍ତ, ଗୁପ୍ତାଙ୍ଗରେ ଛୁରୀ ଭୁଷି ଜୀବନ ନେଲେ

ଦୁର୍ବୃତ୍ତମାନେ ପୂର୍ବରୁ ଜଣେ ମହିଳାଙ୍କ ସ୍ୱାମୀ ଓ ଦିଅରଙ୍କୁ ଗୁଳି କରି ହତ୍ୟା କରିଥିବା ବେଳେ ଜେଲ୍‌ରୁ ଆସିବା ପରେ ଘଟାଇଛନ୍ତି ବୀଭତ୍ସ କାଣ୍ଡ।

Knife

Knife

Advertisment

ଜମିଜମା ବିବାଦକୁ ନେଇ ଦୀର୍ଘ ବର୍ଷ ଧରି ଲାଗି ରହିଥିବା ବିବାଦ ନେଲା ସାଂଘାତିକ ରୂପ । ଦୁର୍ବୃତ୍ତମାନେ ପୂର୍ବରୁ ଜଣେ ମହିଳାଙ୍କ ସ୍ୱାମୀ ଓ ଦିଅରଙ୍କୁ ଗୁଳି କରି ହତ୍ୟା କରିଥିବା ବେଳେ ଜେଲ୍‌ରୁ ଆସିବା ପରେ ଘଟାଇଛନ୍ତି ବୀଭତ୍ସ କାଣ୍ଡ। ସେମାନଙ୍କ ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ପ୍ରକାଶ ପାଇଛି ତୀବ୍ର ଉତ୍ତେଜନା। ଦୁର୍ବୃତ୍ତମାନେ ମହିଳାଙ୍କ ଆଖି ତାଡ଼ି ଦେଇଥିବା ବେଳେ ତାଙ୍କ ସ୍ତନକୁ କାଟି ଦେଇଛନ୍ତି । ଏଥିସହ ତାଙ୍କ ଯୌନାଙ୍ଗରେ ଗଭୀର କ୍ଷତ ସୃଷ୍ଟି କରିଛନ୍ତି। ଫଳରେ ଛଟପଟ ହୋଇ ମହିଳାଙ୍କ ମୃତ୍ୟୁ ହେବା ପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଛନ୍ତି।

Advertisment

ଏପରି ଏକ ଲୋମଟାଙ୍କୁରା ଘଟଣା ବିହାରର ଖାରଗରିଆ ଜିଲ୍ଲାରେ ଘଟିଛି। ମୃତା ମହିଳାଜଣକ ସୁଲେଖା ଦେବୀ ବୋଲି ଜଣାଯାଇଛି। ପ୍ରସରାହା ଗାଁର ସୁଲେଖା ଦେବୀ ଗତକାଲି ନିଜ ବିଲକୁ କାମ କରିବାକୁ ଯାଇ ଆଉ ଘରକୁ ଫେରି ନ ଥିଲେ। ପରିବାର ଲୋକେ ବହୁ ଖୋଜାଖୋଜି ପରେ ଗାଁ ନିକଟରେ ତାଙ୍କ କ୍ଷତବିକ୍ଷତ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ।

ଦୁର୍ବୃତ୍ତମାନେ ଅତି ଅମାନୁଷିକ ତଥା ନିର୍ମମ ଭାବେ ସୁଲେଖା ଦେବୀଙ୍କୁ ଛୁରୀ ଭୁଷି ହତ୍ୟା କରିଥିବା ବେଳେ ତାଙ୍କ ଶରୀରର ବିଭିନ୍ନ ଅଙ୍ଗପ୍ରତ୍ୟଙ୍ଗକୁ କାଟି ଦେଇଥିଲେ। ସୁଲେଖା ଦେବୀଙ୍କୁ ହତ୍ୟା କରିବା ପୂର୍ବରୁ ଅଭିଯୁକ୍ତମାନେ ତାଙ୍କ ଆଖି ତାଡ଼ି ନେବା ସହ ତାଙ୍କ ସ୍ତନଦ୍ୱୟକୁ କାଟି ଦେଇଥିଲେ। ଏତିକିରେ ସେମାନଙ୍କ ମନ ବୁଝି ନ ଥିଲା। ଫଳରେ ସେମାନେ ତାଙ୍କ ଗୁପ୍ତାଙ୍ଗରେ ବାରମ୍ବାର ଛୁରୀ ଭୁଶିବାକୁ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିବା ପୁଲିସ୍‌ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

Advertisment

ଏହାପରେ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ କ୍ରାଇମ୍‌ ସ୍ପଟରୁ ଏକ ଛୁରୀ ଜବତ କରିଛି।

ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ତୁରନ୍ତ ଅଭିଯୁକ୍ତଙ୍କୁ କାବୁ କରିବାକୁ ଦାବି ଜଣାଇ ସ୍ଥାନୀୟ ଲୋକେ ଜାତୀୟ ରାଜପଥ ଅବରୋଧ କରିଥିଲେ। ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଥିବା ଏସଡିଓ ସୂଚନା ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି।

ଏନେଇ ପୁଲିସ୍‌ ପକ୍ଷରୁ ସୂଚନା ଦିଆଯାଇ କୁହାଯାଇଛି, ଜମିଜମା ବିବାଦରୁ ଏହି ଘଟଣା ଘଟିଛି। ଅଭିଯୁକ୍ତମାନେ ପୂର୍ବରୁ ମହିଳାଙ୍କ ସ୍ୱାମୀ ଓ ଦିଅରଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏହି ଘଟଣା ଗିରଫ ହୋଇଥିବା ଅଭିଯୁକ୍ତମାନେ ଗତ ବର୍ଷ ବେଲ୍‌ରେ ଆସିଥିବା ବେଳେ ଏପରି ନିର୍ମମ କାଣ୍ଡ ଘଟାଇଛନ୍ତି।

Murder Bihar
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe