ସନ୍ଦେଶଖାଲି ଯିବା ବେଳେ ବନ୍ଧା ହେଲେ ପୂର୍ବତନ ବିଚାରପତି

ପୂର୍ବତନ ପ୍ରଶାସନିକ ଅଧିକାରୀ ଓ ପୂର୍ବତନ ଜାତୀୟ ମହିଳା ଆୟୋଗଙ୍କୁ ମଧ୍ୟ ପୁଲିସ ଗିରଫ କରିଛି।

ସନ୍ଦେଶଖାଲି ଯିବା ବେଳେ ପୂର୍ବତନ ବିଚାରପତିଙ୍କୁ ଅଟକ ରଖାଯାଇଛି।

  • Published: Sunday, 25 February 2024
  • , Updated: 25 February 2024, 03:52 PM IST

ପଶ୍ଚିମବଙ୍ଗର ସନ୍ଦେଶଖାଲିରେ ଜାରି ରହିଛି ଅଶାନ୍ତି। ଏଠାକାର ପୀଡିତାଙ୍କୁ ଭେଟିବାକୁ ଯାଉଥିବା ପ୍ୟାକ୍ଟ ଫାଇଣ୍ଡିଂ ଟିମ୍‌କୁ ଅଧାରେ ଅଟକାଇ ଦେଇଛି ପୁଲିସ। ବ୍ୟାପକ ହଙ୍ଗାମା ପରେ ପୁଲିସ ସମସ୍ତ ସଦସ୍ୟଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ସଦସ୍ୟଙ୍କ ମଧ୍ୟରେ ଜଣେ ପୂର୍ବତନ ବିଚାରପତି ଓ ଜଣେ ପୂର୍ବତନ ପ୍ରଶାସନିକ ଅଧିକାରୀ ମଧ୍ୟ ଅଛନ୍ତି।

ପ୍ରକୃତରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ର ସଦସ୍ୟମାନେ ପଶ୍ଚିମବଙ୍ଗ ଗସ୍ତରେ ଯାଇ ସାନ୍ଦେଶଖାଲିରେ ପୀଡିତଙ୍କୁ ଭେଟିଥାନ୍ତେ। କିନ୍ତୁ ସାନ୍ଦେଶଖାଲିରେ ପହଞ୍ଚିବା ପୂର୍ବରୁ ପୁଲିସ ସେମାନଙ୍କୁ ଭୋଜେରହାଟ ଅଞ୍ଚଳରେ ଅଟକାଇଥିଲା। ସେଠାରେ ୧୪୪ ଧାରା ଲାଗୁ ହୋଇଥିବା କହି ଟିମ୍‌କୁ ଅଟକାଇଥିଲା ପୁଲିସ।

ଏହାକୁ ବିରୋଧ କରି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ ରାସ୍ତା ଉପରେ ଧାରଣାରେ ବସିଥିଲା। ବ୍ୟାପକ ଉତ୍ତେଜନା ପରେ ପୁଲିସ ଦଳର ସମସ୍ତ ସଦସ୍ୟଙ୍କୁ ଗିରଫ କରିଛି। ବିଜେପିର ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟଇମ୍‌ରେ ୬ ଜଣ ସଦସ୍ୟ ଅଛନ୍ତି। ପାଟନା ହାଇକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଜଷ୍ଟିସ ଏଲ୍‌ ନରସିଂହ ରେଡ୍ଡୀ ଏହାର ନେତୃତ୍ୱ ନେଇଛନ୍ତି।

ପୁଲିସ ଦ୍ୱାରା ଅଟକ ରଖାଯିବା ପରେ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ର ସଦସ୍ୟ ଚାରୁ ବଲି ଖନ୍ନା କହିଛନ୍ତି, 'ଆମେ ସନ୍ଦେଶଖାଲି ଯାଉଥିଲୁ। କିନ୍ତୁ ଆମକୁ ଅଧାରାସ୍ତାରେ ଅଟକାଇ ଦିଆଯାଇଥିଲା। ପୁଲିସ ଜାଣିଶୁଣି ଆମକୁ ଅଟକାଇ ସମସ୍ୟା ସୃଷ୍ଟି କରୁଛି। ପୁଲିସ ଆମକୁ ପୀଡିତାଙ୍କୁ ଭେଟିବାକୁ ଦେଉନାହିଁ। ସେମାନେ କାହିଁକି ଏଭଳି ଆମକୁ ଅଟକାଉଛନ୍ତି ପୁଲିସ ଏହାର ଉତ୍ତର ଦେବା ଉଚିତ୍? ଆମକୁ ଅଟକାଇବାକୁ ପୁଲିସ ପାଖରେ କୌଣସି କାରଣ ନାହିଁ, ସେମାନଙ୍କୁ କେବଳ ଏପରି କରିବାକୁ କୁହାଯାଉଛି।'

ବିଜେପିର ଏହି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌ରେ ପୂର୍ବତନ ଜଷ୍ଟିସ୍ ଏଲ୍ ନରସିଂହ ରେଡ୍ଡୀଙ୍କ ବ୍ୟତୀତ ପୂର୍ବତନ ଆଇପିଏସ୍ ରାଜପାଲ ସିଂହ, ପୂର୍ବତନ ଜାତୀୟ ମହିଳା ଆୟୋଗ ଚାରୁ ୱାଲି ଖନ୍ନା, ଆଇନଜୀବୀ ଓପି ଭାୟା ଏବଂ ଭବାନା ବଜାଜଙ୍କ ସହ ବରିଷ୍ଠ ସାମ୍ବାଦିକ ସଞ୍ଜୀବ ନାୟକ ମଧ୍ୟ ଅଛନ୍ତି।  

Related story