Advertisment

ଗୋଟିଏ ଫ୍ରେମରେ ଫଡନାଭିସ-ଉଦ୍ଧବ ଠାକରେ, ପରସ୍ପରକୁ ଚାହଁଲେ କଥା ବି ହେଲେ

ମରାଠୀ ବିଭାଗର ମିଟିଂ ପାଇଁ ଉଦ୍ଧବ ଠାକରେ ଆଜି ବିଧାନସଭାକୁ ଆସିଥିଲେ। ଏହି ସମୟରେ ଫଡନାଭିସ ମଧ୍ୟ ବିଧାନସଭାକୁ ପ୍ରବେଶ କରୁଥିଲେ।

Fadnavis, Uddhav

Fadnavis, Uddhav

Advertisment

ମହାରାଷ୍ଟ୍ରର ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଓ ଶିବସେନା(ଉଦ୍ଧବ ବାଲାସାହେବ ଠାକେର)ର ନେତା ଉଦ୍ଧବ ଠାକରେଙ୍କୁ ଆଜି ଗୋଟିଏ କ୍ୟାମେରା ଫ୍ରେମରେ ଦେଖିବାକୁ ମିଳିଛି। ସେମାନେ ପରସ୍ପରକୁ ଦେଖି ସ୍ମିତ ହାସ୍ୟ ଦେବା ସହ କଥା ମଧ୍ୟ ହୋଇଛନ୍ତି।

Advertisment

ଉଭୟ ନେତା ବିଧାନସଭାକୁ ଆସୁଥିବା ବେଳେ ଏପରି ଘଟଣା ଘଟିଛି। ଦଳୀୟ ସ୍ତରରେ ଉଭୟ ନେତା ପରସ୍ପରକୁ ସମାଲୋଚନା କରୁଥିଲେ ମଧ୍ୟ କ୍ୟାମେରା ସାମ୍ନାରେ ଅତି ନିଜର ହୋଇ ସ୍ୱାଭାବିକ ଢଙ୍ଗରେ କଥା ହୋଇଛନ୍ତି।

ମରାଠୀ ବିଭାଗର ମିଟିଂ ପାଇଁ ଉଦ୍ଧବ ଠାକରେ ଆଜି ବିଧାନସଭାକୁ ଆସିଥିଲେ। ଏହି ସମୟରେ ଫଡନାଭିସ ମଧ୍ୟ ବିଧାନସଭାକୁ ପ୍ରବେଶ କରୁଥିଲେ। ଉଭୟ ନେତା ପରସ୍ପରକୁ ଦେଖି ଚାଲିଚାଲି ବେଶ କିଛି ବାଟ ଆସିବା ସହ କଥାବାର୍ତ୍ତା ମଧ୍ୟ କରିଥିଲେ।

Advertisment

୨୦୧୯ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପରେ ଶିବସେନା ମୁଖ୍ୟମନ୍ତ୍ରୀ ଆସନକୁ ନେଇ ସୃଷ୍ଟି ହୋଇଥିବା ତିକ୍ତତା ଯୋଗୁ ବିଜେପି ହାତ ଛାଡ଼ି ଦେଇଥିଲା। ସେବେଠାରୁ ଫଡନାଭିସ ନିୟମିତ ଭାବେ ଶିବସେନା ଓ ଉଦ୍ଧବ ଠାକରେଙ୍କୁ ସମାଲୋଚନା କରି ଆସୁଛନ୍ତି। ଏହି ତିକ୍ତତା ୨୦୨୨ ଜୁନରେ ତୀବ୍ର ହୋଇଥିଲା।

ଉଦ୍ଧବ ଠାକରେଙ୍କୁ ଧୋକା ଦେଇ ଏକନାଥ ସିନ୍ଦେଙ୍କ କଥାରେ ୩୦ରୁ ଅଧିକ ବିଧାୟକ ମହା ବିକାଶ ଅଘାଡ଼ି ସରକାର ବିରୋଧରେ ବିଦ୍ରୋହ ଘୋଷଣା କରିଥିଲେ। ସ୍ଥିତି ଏପରି ହୋଇଥିଲା ଯେ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ସରକାର ଭୁଶୁଡ଼ି ପଡ଼ିଥିଲା। ସେବେଠାରୁ ଫଡନାଭିସି ଓ ଉଦ୍ଧବ ଠାକରେଙ୍କ ମଧ୍ୟରେ ଜାରି ରହିଥିବା ବାକଯୁଦ୍ଧ ତୀବ୍ର ହୋଇଛି।

Uddhav Thackeray Devendra Fadnavis Maharashtra
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe