Advertisment

ଫେକ୍‌ ଆୟୁଷ୍ମାନ କାର୍ଡ ମାମଲା, ମୁଖ୍ୟମନ୍ତ୍ରୀଙ୍କ ପାଖ ଲୋକଙ୍କ ଘରେ ପଶିଲା ଇଡି

ଫେକ୍‌ ଆୟୁଷ୍ମାନ କାର୍ଡ ତିଆରି କରି ମେଡିକାଲ ବିଲ୍‌ ଆଧାରରେ କୋଟି କୋଟି ଟଙ୍କା ସରକାରଙ୍କ ଠାରୁ ଲୁଟ୍ କରାଯାଇଥିବା ଅଭିଯୋଗ ହୋଇଛି।

ଅଦ୍ୟତନ ହୋଇଛି
fake-ayushman-card-case

fake-ayushman-card-case

Advertisment

ଫେକ୍‌ ଆୟୁଷ୍ମାନ କାର୍ଡ କରି ରୋଗୀଙ୍କ ଚିକିତ୍ସା ନାଁରେ ସରକାରଙ୍କ ଠାରୁ ଲୁଟୁଥିଲେ। ଲକ୍ଷ ଲକ୍ଷ ଟଙ୍କା କରୁଥିଲେ ଚଳୁ। ଏହି ମନିଲଣ୍ଡରିଂ ମାମଲାରେ ଏବେ ଆକ୍ସନ ମୁଡ୍‌କୁ ଆସିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ହିମାଚଳପ୍ରଦେଶ ମଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ନିକଟ ଲୋକଙ୍କ ଘରେ ମଧ୍ୟ ପଶିଛି ଇଡି। ଦେଶର ୧୯ ଟି ସ୍ଥାନରେ ଇଡି ରେଡ୍‌ କରିଛି।

Advertisment

ସୂଚନା ମୁତାବକ, ଦିଲ୍ଲୀ, ଚଣ୍ଡିଗଡ, ପଞ୍ଜାବ ଓ ହିମାଚଳ ପ୍ରଦେଶର କାଙ୍ଗଡା, ଉନା ଶିମଲା, ମଣ୍ଡି ଓ କୁଲ୍ଲୁର ବିଭିନ୍ନ ସ୍ଥାନରେ ଇଡିର ଚଢ଼ାଉ ଜାରି ରହିଛି। ବାଙ୍କେ ବିହାରୀ ହସ୍ପିଟାଲ, ଫୋର୍ଟିସ୍ ହସ୍ପିଟାଲ ସମେତ ଅନେକ ଡାକ୍ତରଖାନାରେ ଚଢ଼ାଇ ହୋଇଥିବା ଖବର ସାମ୍ନାକୁ ଆସିଛି।

ପ୍ରଧାନମନ୍ତ୍ରୀ ଜନ ଆୟୋଗ ଯୋଜନା ଅଧିନରେ ଫେକ୍‌ ଆୟୁଷ୍ମାନ କାର୍ଡ ତିଆରି କରି ମେଡିକାଲ ବିଲ୍‌ ତିଆରି କରାଯାଇଛି। ଏହି ବିଲ୍‌ ଆଧାରରେ କୋଟି କୋଟି ଟଙ୍କା ସରକାରଙ୍କ ଖଜଣାରୁ ଲୁଟ୍ କରାଯାଇଥିବା ଅଭିଯୋଗ ହୋଇଛି। ଏଥିଯୋଗୁ ସରକାରଙ୍କୁ ବଡ଼ ଧରଣର କ୍ଷତି ହୋଇଛି। ଏହି ଟଙ୍କା ହେର୍‌ଫେର୍‌ ମାମଲାରେ ଅନେକ ବଡ଼ ବଡ଼ ବ୍ୟକ୍ତି ବିଶେଷଙ୍କ ନାଁ ସାମ୍ନାକୁ ଆସିଥିବା ଇଡି କହିଛି।

Advertisment

ହିମାଚଳର ନାଗ୍ରୋଟାରୁ କଂଗ୍ରେସ ବିଧାୟକ ଥିବା ଆରଏସ ବାଲି, ହିମାଚଳ ପ୍ରଦେଶ ପର୍ଯ୍ୟଟନ ବିକାଶ ନିଗମର ଉପାଧ୍ୟକ୍ଷ, ହିମାଚଳ ପ୍ରଦେଶ ପର୍ଯ୍ୟଟନ ବିକାଶ ବୋର୍ଡର ଭାଇସ୍‌ ଚେୟାରମ୍ୟାନ୍‌, କଙ୍ଗଡାର ଶ୍ରୀ ବାଲାଜୀ ହସ୍ପିଟାଲ ସହିତ ଜଡିତ ଡାକ୍ତର ରାଜେଶ ଶର୍ମାଙ୍କ ଘରେ ସର୍ଚ୍ଚ ଅପରେସନ୍‌ ଚାଲିଛି।

ରାଜେଶ ଶର୍ମା ହିମାଚଳ ପ୍ରଦେଶ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂହ ସୁଖୁଙ୍କ ସହ ଅତି ନିକଟତର ବୋଲି କୁହାଯାଉଛି। ବର୍ତ୍ତମାନ ଏହି ଠକେଇରେ ତାଙ୍କ ନାମ ସାମ୍ନାକୁ ଆସିଛି। ନକଲି ଆୟୁଷ୍ମାନ ଭାରତ କାର୍ଡ ମାମଲାରେ ଇଡି ହିମାଚଳ ପ୍ରଦେଶ କଂଗ୍ରେସ ବିଧାୟକ ଆରଏସ ବାଲି ସହ ଜଡିତ ପରିସର ତଥା ଘରୋଇ ଡାକ୍ତରଖାନା ଉପରେ ମଧ୍ୟ ଚଢ଼ାଉ କରିଛି।

ED Raid Ayushman Bharat Scheme Fraud Fake Ayushman Card Case
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe