Advertisment

ବନ୍ଧା ହେଲେ ନକଲି ଡାକ୍ତର; ଓପିଡିରେ ମହିଳା ରୋଗୀଙ୍କୁ କରୁଥିଲେ ଦୁର୍ବ୍ୟବହାର

ଚିକିତ୍ସା ନାଁରେ ଆଉ କିଛି ଚାଲିଥିବା ଅନୁଭବ କରି ରୋଗୀଙ୍କ ସ୍ୱାମୀ ଭିତରେ ପଶି ଯାହା ଦେଖିଲେ ତାଙ୍କ ମୁଣ୍ଡ ଉପରେ ଆକାଶ ଛିଣ୍ଡି ପଡ଼ିଲା। ନକଲି ଡାକ୍ତରଜଣକ ତାଙ୍କ ପତ୍ନୀଙ୍କ ସହ ଜୋରଜବରଦସ୍ତି କରିବା ସହ ତାଙ୍କୁ ଦୁର୍ବ୍ୟବହାର କରୁଥିଲେ।

undefined

doctor

Advertisment

ଓପିଡି ଭିତରେ ଥିଲେ ମହିଳା ରୋଗୀ। ଆଉ ତାଙ୍କ ଚିକିତ୍ସା କରୁଥିଲେ ନକଲି ଡାକ୍ତର। ଚିକିତ୍ସା ନାଁରେ ଆଉ କିଛି ଚାଲିଥିବା ଅନୁଭବ କରି ରୋଗୀଙ୍କ ସ୍ୱାମୀ ଭିତରେ ପଶି ଯାହା ଦେଖିଲେ ତାଙ୍କ ମୁଣ୍ଡ ଉପରେ ଆକାଶ ଛିଣ୍ଡି ପଡ଼ିଲା। ନକଲି ଡାକ୍ତରଜଣକ ତାଙ୍କ ପତ୍ନୀଙ୍କ ସହ ଜୋରଜବରଦସ୍ତି କରିବା ସହ ତାଙ୍କୁ ଦୁର୍ବ୍ୟବହାର କରୁଥିଲେ।

Advertisment

ଏନେଇ ପୀଡ଼ିତାଙ୍କ ସ୍ୱାମୀ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍‌ ୨ ଜଣଙ୍କୁ ବାନ୍ଧିଛି। ଏହି ଘଟଣାରେ ଆଉ ଜଣେ ଫେରାର ହୋଇ ଯାଇଛନ୍ତି। ଏପରି ଏକ ଅପ୍ରୀତିକର ପରିସ୍ଥିତି ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଘଟିଛି।

ମୁମ୍ବାଇର ଏକ ଘରୋଇ ଡାକ୍ତରଖାନାକୁ ବ୍ୟକ୍ତିଜଣକ ନିଜ ପତ୍ନୀଙ୍କ ଚିକିତ୍ସା ନିମନ୍ତେ ଯାଇଥିଲେ। ସେଠାରେ ତାଙ୍କ ପତ୍ନୀଙ୍କୁ ଓପିଡ଼ିକୁ ନିଆଯାଇଥିବା ବେଳେ ଭିତରକୁ ଯାଇଥିଲେ ନକଲି ଡାକ୍ତର । ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ପତ୍ନୀ ବାହାରକୁ ନ ଆସିବାରୁ ବାହାରେ ଅପେକ୍ଷା କରିଥିବା ସ୍ୱାମୀଙ୍କର ସନ୍ଦେହ ହେଲା। ଏହାପରେ ସେ ଜୋରଜବରଦସ୍ତି ଭିତରକୁ ପଶି ଯାଇଥିଲେ।

Advertisment

ସେଠାରେ ନକଲି ଡାକ୍ତରଜଣକ ତାଙ୍କ ପତ୍ନୀଙ୍କ ସହ ଜୋରଜବରଦସ୍ତ କରୁଥିବା ଦେଖିବାକୁ ପାଇ ଏହାର ସେ ତୀବ୍ର ବିରୋଧ କରିଥିଲେ। ଏହାକୁ ନେଇ ମେଡିକାଲରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହେବାରୁ ଏନେଇ ବ୍ୟକ୍ତିଜଣକ ଥାନାରେ ଅଭିଯୋଗ କଲେ।

ପୁଲିସ୍‌ ମେଡିକାଲରେ ପହଞ୍ଚି ଛାନଭିନ କରିବାରୁ ସମ୍ପୃକ୍ତ ନକଲି ଡାକ୍ତରଙ୍କର କୌଣସି ମେଡିକାଲ ସାର୍ଟିଫିକେଟ ନ ଥିବା ଜଣାପଡ଼ିଲା। ତେବେ ବିନା ମେଡିକାଲ ସାର୍ଟିଫିକେଟରେ କିପରି ଏକ ଘରୋଇ ହସ୍ପିଟାଲରେ ତାଙ୍କୁ ଚାକିରି ମିଳିଲା ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ପୁଲିସ୍‌ ନକଲି ଡାକ୍ତରଙ୍କ ସମେତ ତାଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରିଥିବା ବେଳେ ହସ୍ପିଟାଲ ମାଲିକ ଫେରାର ଅଛନ୍ତି।

Fake Doctor Arrest Mumbai Police
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe