Advertisment

୭୦ ହଜାର ଦେଲେ ମିଳୁଛି ଡାକ୍ତରୀ ଡିଗ୍ରୀ, ମୁଖ୍ୟ ଅଭିଯୁକ୍ତଙ୍କ ସହ ୧୪ ନକଲି ଡାକ୍ତର ଗିରଫ

ଟଙ୍କା ପାଇବାର ୧୫ ଦିନ ମଧ୍ୟରେ ଡିଗ୍ରୀ ପ୍ରଦାନ କରୁଥିଲା ଏହି ଗ୍ୟାଙ୍ଗ। କିନ୍ତୁ ଉକ୍ତ ଡିଗ୍ରୀର ବୈଧ ଅବଧି ରହିଥିଲା। ପ୍ରତିବର୍ଷ ସେଗୁଡ଼ିକର ନବୀକରଣ କରିବାକୁ ସେମାନେ କହୁଥିଲେ ଓ ଏହା ବାବଦକୁ ୫ ହଜାରରୁ ୧୫ ହଜାର ଟଙ୍କା ଦାବି କରୁଥିଲେ।

Fake Doctors

Fake Doctors

Advertisment

୭୦ ହଜାର ଟଙ୍କା ନେଉଥିଲେ, ଡାକ୍ତରୀ ଡିଗ୍ରୀ ଦେଉଥିଲେ। ଅଷ୍ଟମ ଶ୍ରେଣୀ ପାସ୍ କରିଥିବା ଲୋକେ ମଧ୍ୟ ଏହି ସାର୍ଟିଫିକେଟ କିଣି ପାଲଟି ଥିଲେ ଡାକ୍ତର । ଏଭଳି ଏକ ରାକେଟକୁ ଧରିବାରେ ସଫଳ ହୋଇଛି ଗୁଜରାଟର ସୁରଟ ପୁଲିସ। ଏହି ଗ୍ୟାଙ୍ଗର ମୁଖ୍ୟଙ୍କ ସହିତ ଟଙ୍କା ଦେଇ ଡାକ୍ତରୀ ଡିଗ୍ରୀ କିଣିଥିବା ୧୪ ନକଲି ଡାକ୍ତରଙ୍କୁ ଗିରଫ କରିଛି ପୁଲିସ। ଏହି ଗ୍ୟାଙ୍ଗର ଡାଟାବେସ୍‌ରେ ୧୨୦୦ଟି ନକଲି ଡାକ୍ତରୀ ଡିଗ୍ରୀ ଥିବା ଜଣାପଡ଼ିଛି।

Advertisment

ଏହି ଗ୍ୟାଙ୍ଗର ମୁଖ୍ୟ ତଥା ମୁଖ୍ୟ ଅଭିଯୁକ୍ତଙ୍କ ନାଁ ଡାକ୍ତର ରମେଶ ଗୁଜରାଟୀ। ପୁଲିସର ସୂଚନା ଅନୁଯାୟୀ, ରମେଶ ଗୁଜରାଟୀ ଦେଖିଲେ ଯେ ଭାରତରେ ଇଲେକ୍ଟ୍ରୋ ହୋମିଓପାଥି ନେଇ କୌଣସି ନିୟମ ନାହିଁ। ତେଣୁ ସେ ଏକ ବୋର୍ଡ ଗଠନ କରି ଏହି ପାଠ୍ୟକ୍ରମରେ ଡିଗ୍ରୀ ପ୍ରଦାନ କରିବାକୁ ଯୋଜନା କଲେ। ସେଥିପାଇଁ ସେ ୫ ଜଣ ଲୋକଙ୍କୁ ନିଯୁକ୍ତ କଲେ ଓ ସେମାନଙ୍କୁ ଇଲେକ୍ଟ୍ରୋ ହୋମିଓପାଥି ଚିକିତ୍ସା ସଂପର୍କରେ ପ୍ରଶିକ୍ଷଣ ଦେଲେ। ତିନି ବର୍ଷରୁ କମ୍ ସମୟ ମଧ୍ୟରେ ସେମାନଙ୍କର ପ୍ରଶିକ୍ଷଣ ଶେଷ ହୋଇଥିଲା। ରୋଗୀଙ୍କୁ ଇଲେକ୍ଟ୍ରୋ ହୋମିଓପାଥି ମେଡିସିନି କେମିତି ଦିଆଯିବ, ସେ ନେଇ ସେମାନେ ପ୍ରଶିକ୍ଷଣ ନେଇଥିଲେ।

ଯେତେବେଳେ ଏହି ନକଲି ଡାକ୍ତରମାନେ ଦେଖିଲେ ଯେ ଲୋକମାନେ ଇଲେକ୍ଟ୍ରୋ ହୋମିଓପାଥି ପ୍ରତି ଆକୃଷ୍ଟ ହେଉଛନ୍ତି, ସେତେବେଳେ ସେମାନେ ଯୋଜନା ପରିବର୍ତ୍ତନ କରିଦେଲେ ଓ ଲୋକଙ୍କଠାରୁ ଟଙ୍କା ନେଇ ସେମାନଙ୍କୁ ମିଛ ଡିଗ୍ରୀ ବିକିବା ଆରମ୍ଭ କରି ଦେଲେ। ସେମାନଙ୍କର ସଂସ୍ଥା (ବୋର୍ଡ ଅଫ୍ ଇଲେକ୍ଟ୍ରୋ ହୋମିଓପାଥି, ଗୁଜରାଟ) ରାଜ୍ୟ ସରକାରଙ୍କ ଆୟୁଷ ବିଭାଗ ସହିତ ଚୁକ୍ତି କରିଛି ବୋଲି ସେମାନେ ଲୋକଙ୍କୁ କହିଥିଲେ। ଡାକ୍ତରୀ ଡିଗ୍ରୀ ପ୍ରଦାନ କରିବାକୁ ଓ ପ୍ରଶିକ୍ଷଣ ଦେବାକୁ ସେମାନେ ପ୍ରତ୍ୟେକ ଲୋକଙ୍କଠାରୁ ୭୦ ହଜାର ଟଙ୍କା ନେଉଥିଲେ। ଏହା ସହିତ ସେମାନେ ସେହି ନକଲି ଡାକ୍ତରମାନଙ୍କୁ କହୁଥିଲେ ଯେ ସେମାନେ ଏହି ସାର୍ଟିଫିକେଟ ଦ୍ୱାରା ଏଲୋପାଥି ଓ ହୋମିଓପାଥି ଚିକିତ୍ସା କରିପାରିବେ।

Advertisment

ଟଙ୍କା ପାଇବାର ୧୫ ଦିନ ମଧ୍ୟରେ ଡିଗ୍ରୀ ପ୍ରଦାନ କରୁଥିଲା ଏହି ଗ୍ୟାଙ୍ଗ। କିନ୍ତୁ ଉକ୍ତ ଡିଗ୍ରୀର ବୈଧ ଅବଧି ରହିଥିଲା। ପ୍ରତିବର୍ଷ ସେଗୁଡ଼ିକର ନବୀକରଣ କରିବାକୁ ସେମାନେ କହୁଥିଲେ ଓ ଏହା ବାବଦକୁ ୫ ହଜାରରୁ ୧୫ ହଜାର ଟଙ୍କା ଦାବି କରୁଥିଲେ। ଯଦି କୌଣସି ନକଲି ଡାକ୍ତର ନବୀକରଣ ଫି’ ଦେଉ ନଥିଲେ, ତା’ହେଲେ ଗ୍ୟାଙ୍ଗର ସଦସ୍ୟମାନେ ସେମାନଙ୍କୁ ଧମକଚମକ ଦେଉଥିଲେ। ଶୋଭିତ ଓ ଇର୍ଫାନ ନାମକ ଦୁଇ ଜଣ ଏହି କାମ କରୁଥିଲେ ବୋଲି ଗିରଫ ନକଲି ଡାକ୍ତରମାନେ କହିଛନ୍ତି। ଆହୁରି ମଧ୍ୟ ଏହି ନକଲି ଡାକ୍ତରଙ୍କ ଡିଗ୍ରୀଗୁଡ଼ିକୁ ଏକ ନକଲି ୱେବସାଇଟ୍‌ରେ ପଞ୍ଜୀକରଣ କରାଯାଉଥିଲା।

କେମିତି ଧରିଲା ପୁଲିସ

ଏହି ଗ୍ୟାଙ୍ଗରୁ ନକଲି ଡାକ୍ତରୀ ଡିଗ୍ରୀ ନେଇ ଏଲୋପାଥି ଚିକିତ୍ସା କରୁଥିବା ତିନି ନକଲି ଡାକ୍ତରଙ୍କୁ ପ୍ରଥମେ ପୁଲିସ ଧରିଥିଲା। ସେମାନଙ୍କ ସଂପର୍କରେ ସୁରଟ ପୁଲିସ କୌଣସି ସୂତ୍ରରୁ ସୂଚନା ପାଇଥିଲା। ପ୍ରଥମେ ସେମାନଙ୍କ କ୍ଲିନିକ୍ ଉପରେ ପୁଲିସ ଚଢ଼ାଉ କରିଥିଲା। ପଚରାଉଚରା ବେଳେ ସେମାନେ ପାଠପଢ଼ିଥିବା ଓ ବୋର୍ଡ ଅଫ୍ ଇଲେକ୍ଟ୍ରୋ ହୋମିଓପାଥି, ଗୁଜରାଟରୁ ସାର୍ଟିଫିକେଟ୍ ପାଇଥିବା କହିଥିଲେ। ତେବେ ଗୁଜରାଟ ସରକାର ସେମିତି କୌଣସି ପାଠ୍ୟକ୍ରମ ବ୍ୟବସ୍ଥା କରି ନାହାନ୍ତି ବୋଲି ପୁଲିସ ସେମାନଙ୍କୁ କହିଥିଲା। ଏହାପରେ ଅଧିକ ପଚରାଉଚରା କରି ପୁଲିସ ମୁଖ୍ୟ ଅଭିଯୁକ୍ତ ଡାକ୍ତର ରମେଶ ଗୁଜରାଟୀଙ୍କ ନିକଟରେ ପହଞ୍ଚିଥିଲା।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe