Advertisment

ନକଲି ଡାକ୍ତରଙ୍କ ମେଳି: ଭବ୍ୟ ଉଦଘାଟନର ଦିନକ ପରେ ସିଲ୍‌ ହେଲା ହସ୍ପିଟାଲ

ଦିନକ ତଳେ ବିରାଟକାୟ ହସ୍ପିଟାଲକୁ ବେଶ ଭବ୍ୟ ଢଙ୍ଗରେ ଉଦଘାଟନ କରାଯାଇଥିଲା। ହେଲେ ଦିନକ ପରେ ନକଲି ଡାକ୍ତରମାନଙ୍କ ଅସଲ ଚେହେରା ସାମ୍ନାକୁ ଆସିଛି।

Surat

Surat

Advertisment

ପ୍ରଥମେ କିଛି ନକଲି ଡାକ୍ତର ମିଳିତ ଭାବେ କ୍ଲିନିକ୍ସ ଚଳାଉଥିଲେ। ସେମାନେ ଆଉ ଗୋଟିଏ ପାଦ ଆଗକୁ ଯାଇ ଗୁଜରାଟର ସୁରତରେ ବିରାଟ ହସ୍ପିଟାଲ ଖୋଲିଲେ। ବଡ଼ବଡ଼ ପ୍ରଶାସନିକ ଅଧିକାରୀ ଓ ପୁଲିସ୍‌ ଅଫିସରଙ୍କ ସହ କଥା ନହୋଇ ଉଦଘାଟନ ଫଳରେ ସେମାନଙ୍କ ନାଁ ମଧ୍ୟ ଲେଖିଲେ।

Advertisment

ଦିନକ ତଳେ ବିରାଟକାୟ ହସ୍ପିଟାଲକୁ ବେଶ ଭବ୍ୟ ଢଙ୍ଗରେ ଉଦଘାଟନ କରାଯାଇଥିଲା। ହେଲେ ଦିନକ ପରେ ନକଲି ଡାକ୍ତରମାନଙ୍କ ଅସଲ ଚେହେରା ସାମ୍ନାକୁ ଆସିଛି। କୌଣସି ଲୋକଙ୍କ ଜୀବନ ବିପଦରେ ପଡ଼ିବା ପୂର୍ବରୁ ସରକାର ଉଦଘାଟନର ଦିନକ ପରେ ହସ୍ପିଟାଲକୁ ସିଲ୍‌ କରି ଦେଇଛି।

ହସ୍ପିଟାଲକୁ ପ୍ରତିଷ୍ଠା କରିଥିବା ୫ ଜଣଙ୍କ ମଧ୍ୟରୁ ଅତିକମରେ ୨ ଜଣଙ୍କ ନକଲି ଡିଗ୍ରୀ ରଖିଛନ୍ତି। ଅନ୍ୟ ୩ ଜଣଙ୍କ ପାଖରେ ଥିବା ମେଡିକାଲ ଡିଗ୍ରୀ ଉପରେ ମଧ୍ୟ ପ୍ରଶ୍ନ ଉଠିଛି। ଏହାର ସତ୍ୟାସତ୍ୟ ପୁଲିସ୍‌ ଯାଞ୍ଚ କରୁଛି।

Advertisment

ବର୍ତ୍ତମାନ ସିଲ୍ ହୋଇ ସାରିଥିବା ଜନସେବା ମଲ୍ଟିସ୍ପେଶାଲିଟି ହସ୍ପିଟାଲକୁ ସୁରତର ପାଣ୍ଡେସାରାରେ ଖୋଲା ଯାଇଥିଲା। ରବିବାର ଏହାକୁ ବେଶ ଭବ୍ୟ ଢଙ୍ଗରେ ଉଦଘାଟନା କରାଯାଇଥିଲା। ବରିଷ୍ଠ ପୁଲିସ୍‌ ଅଧିକାରୀ ବିଜୟ ସିଂହ ଗୁରଜାର କହିଛନ୍ତି, “ଉଦଘାଟନୀ କାର୍ଯ୍ୟକ୍ରମରେ ବିଆର ଶୁକ୍ଳା ନାମକ ଜଣେ ନକଲି ଡାକ୍ତରଙ୍କ ନାଁ ରହିଥିଲା। ସେ ଆୟୁର୍ବେଦିକ ମେଡିସିନରେ ଡିଗ୍ରୀ ଦଖଲ କରିଥିବା କୁହାଯାଇଥିଲା। ହେଲେ ସେ ଜଣେ ନକଲି ଡିଗ୍ରୀଧାରୀ ଥିଲେ। ତେଣୁ ତାଙ୍କ ନାଁରେ ମାମଲା ହୋଇଛି।

ହସ୍ପିଟାଲର ଆଉ ଜଣେ ସହ ପ୍ରତିଷ୍ଠାତା ଆରକେ ଦୁବେ ଇଲେକ୍ଟ୍ରୋ ହୋମେଓପାଥୀରେ ଡିଗ୍ରୀ ପାଇଥିବା ଦାବି କରିଥିଲେ। ହେଲେ ତା’ ମଧ୍ୟ ନକଲି ବୋଲି ଜଣାପଡ଼ିଛି। ଅନ୍ୟତମ ପ୍ରତିଷ୍ଠାତା ଜିପି ମିଶ୍ରାଙ୍କ ନାଁରେ ବି ମାମଲା ହୋଇଛି। ତାଙ୍କ ସହ ଆଉ ଦୁଇ ଜଣଙ୍କ ପାଖରେ ଥିବା ମେଡିକାଲ ଡିଗ୍ରୀ ପ୍ରମାଣପତ୍ରକୁ ଯାଞ୍ଚ କରାଯାଉଛି।”

ହସ୍ପିଟାଲ ଉଦଘାଟନ ପାଇଁ ଲଗାଯାଇଥିବା ଫଳକ ଓ ନିମନ୍ତ୍ରଣପତ୍ରରେ ସୁରତ ପୌରପାଳିକା କମିଶନର ଶାଳିନୀ ଅଗ୍ରୱାଲ, ପୁଲିସ୍‌ କମିଶନର ଅନୁପମ ସିଂହ ଓ ଯୁଗ୍ମ ପୁଲିସ୍‌ କମିଶନର ରାଘଭେନ୍ଦର ବ୍ୟାସଙ୍କ ନାଁ ରହିଥିଲା। ହେଲେ ଏମାନେ ଘଟଣା ସମ୍ପର୍କରେ ଜାଣି ନାହାନ୍ତି। ସେମାନେ ମଧ୍ୟ ଉଦଘାଟନ କାର୍ଯ୍ୟକ୍ରମକୁ ଯାଇ ନଥିଲେ। ଘଟଣା ସାମ୍ନାକୁ ଆସିବା ପରେ ହସ୍ପିଟାଲକୁ ସିଲ୍‌ କରାଯାଇ ଅଧିକ ତଦନ୍ତ ଆରମ୍ଭ ହୋଇଛି।

Fake Doctor Gujarat Surat
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe