Advertisment

ଅସଦଙ୍କ ଏନକାଉଣ୍ଟରକୁ ଫେକ୍‌ କହି ବିଜେପିକୁ ଟାର୍ଗେଟ କଲେ ଅଖିଲେଶ ଯାଦବ

ରାଜ୍ୟର ପ୍ରକୃତ ସମସ୍ୟା ଓ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନଚ୍ୟୁତ କରିବା ପାଇଁ ବିଜେପି ସରକାର ଏପରି ଫେକ ଏନକାଉଣ୍ଟର କରିଥିବା ଅଖିଲେଶ ଅଭିଯୋଗ କରିଛନ୍ତି।

Asad Ahmad

Asad Ahmad

Advertisment

ଗ୍ୟାଙ୍ଗଷ୍ଟରରୁ ରାଜନେତା ବନିଥିବା ଅତିକ ଅହମଦଙ୍କ ପୁଅ ଅସଦ ଓ ତାଙ୍କ ସହଯୋଗୀ ଗୁଲାମଙ୍କ ଏନକାଉଣ୍ଟରକୁ ଫେକ୍‌ ବୋଲି କହିଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ। ଏଥିସହ ସେ ଉତ୍ତର ପ୍ରଦେଶର କ୍ଷମତାସୀନ ବିଜେପି ସରକାରକୁ ଟାର୍ଗେଟ କରିଛନ୍ତି। ରାଜ୍ୟର ପ୍ରକୃତ ସମସ୍ୟା ଓ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନଚ୍ୟୁତ କରିବା ପାଇଁ ବିଜେପି ସରକାର ଏପରି ଫେକ ଏନକାଉଣ୍ଟର କରିଥିବା ଅଖିଲେଶ ଅଭିଯୋଗ କରିଛନ୍ତି।

Advertisment

ବିଜେପି ସରକାର କୋର୍ଟ ଉପରେ ବିଶ୍ୱାସ କରେ ନାହିଁ ଓ ଆଇନକୁ ନିଜ ହାତକୁ ନେବାକୁ ପସନ୍ଦ କରେ। କ୍ଷମତାରେ ରହୁଥିବା ଲୋକମାନେ କିଏ ଠିକ, କିଏ ଭୁଲ ଓ କିଏ ବଞ୍ଚିବ ଓ କିଏ ମରିବ ବୋଲି ନିର୍ଦ୍ଦେଶ ପାର କରିବା ଠିକ ନୁହେଁ ବୋଲି ଅଖିଲେଶ କହିଛନ୍ତି।

ସେ କହିଛନ୍ତି, “ଫେକ ଏନକାଉଣ୍ଟର ଜରିଆରେ ବିଜେପି ସରକାର ପ୍ରକୃତ ପ୍ରସଙ୍ଗରୁ ଲୋକଙ୍କ ଧ୍ୟାନ ହଟାଇବାକୁ ଚାହୁଁଛି। ବିଜେପି କେବେ ହେଲେ କୋର୍ଟରେ ଆଦୌ ବିଶ୍ୱାସ କରେ ନାହିଁ। ଆଜି ଓ ନିକଟରେ ହୋଇଥିବା ଏନକାଉଣ୍ଟର ଘଟଣାର ତଦନ୍ତ ଭଲ ଭାବେ ହେବା ଦରକାର। ଦୋଷୀଙ୍କୁ ଆଦୌ ଛଡ଼ା ଯିବା କଥା ନୁହେଁ। ବିଜେପି ସଦଭାବନା ବିରୋଧୀ।”

Advertisment

ଉମେଶ ପାଲ ହତ୍ୟାକାଣ୍ଡ ଘଟଣାରେ ଅସଦ ଓ ଗୁଲାମ ମୋଷ୍ଟ ୱାଣ୍ଟେଡ ଥିଲେ। ଆଜି ୟୁପି ପୁଲିସ୍‌ ଝାନସୀ ଠାରେ କରିଥିବା ଏନକାଉଣ୍ଟରରେ ଉଭୟ ନିହତ ହୋଇଥିଲେ। ଝାନସୀରେ ଏସଟିଏଫ ଟିମ ଅସଦ ଓ ଗୁଲାମଙ୍କୁ ଧରିବାକୁ ଚେଷ୍ଟା କରିଥିଲା।

ହେଲେ ଉଭୟ ମୋଟର ସାଇକେଲରେ ଖସି ଯିବାକୁ ଉଦ୍ୟମ କରିଥିଲେ। ସେମାନେ ପ୍ରଥମେ ପୁଲିସ୍‌ ଉପରକୁ ଗୁଳି କରିବାରୁ ଏହାର ଜବାବ ଦିଆଯାଇଥିଲା। ଏଥିରେ ସେମାନଙ୍କ ମୃତ୍ୟୁ ଘଟିଥିଲା ଉଭୟଙ୍କ ଠାରୁ ବିଦେଶୀ ବନ୍ଧୁକ ଜବତ ହୋଇଥିବା ପୁଲିସ୍‌ କହିଛି। 

ଗୋଟିଏ ପଟେ ଉମେଶ ପାଲ ହତ୍ୟାକାଣ୍ତ ଘଟଣାରେ ଅତିକ ଅହମଦ କୋର୍ଟରେ ହାଜର ହୋଇଥିବା ବେଳେ ଅନ୍ୟପଟେ ସମାନ ଘଟଣାରେ ଅସଦଙ୍କୁ ଏନକାଉଣ୍ଟର କରାଯାଇଛି।

Akhilesh Yadav Samajwadi Party Atiq Ahmed
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe