Advertisment

ବେଧଡ଼କ ନକଲି ନୋଟ୍‌ ଛାପୁଛନ୍ତି ମାଓବାଦୀ!

ନିରୀହ ଆଦିବାସୀଙ୍କୁ ମୋହରା ସଜାଇ ଉକ୍ତ ଜାଲ ନୋଟକୁ ମାର୍କେଟକୁ ଛାଡୁଛନ୍ତି। ଯାହାର ବଡ଼ ଖୁଲାସା କରିବା ସହ ବିପୁଳ ନକଲି ନୋଟ୍ ଓ ପ୍ରିଣ୍ଟର ଜବତ କରିଛି ଛତିଶଗଡ଼ ପୁଲିସ୍।

Naxal

Naxal

Advertisment

କ୍ରମାଗତ ସୁରକ୍ଷାର୍କୀଙ୍କ ମାଓବାଦୀ ଦମନ ଅଭିଯାନ ପରେ ଏବେ ଲାଲବାହିନୀ ଖେଳୁଛନ୍ତି ନୂଆ ଚାଲ୍। ଲାଲଗଡ଼ରେ ରହି ଅର୍ଥ ବ୍ୟବସ୍ଥାକୁ ବିଗାଡ଼ିବା ପାଇଁ ମାଓବାଦୀ ରଚିଛନ୍ତି ଷଡ଼ଯନ୍ତ୍ର। ଅସ୍ତ୍ରଶସ୍ତ୍ର ଛାଡ଼ି ଏବେ ବେଧଡ଼କ ଛାପୁଛନ୍ତି ଜାଲ୍ ନୋଟ୍। ନିରୀହ ଆଦିବାସୀଙ୍କୁ ମୋହରା ସଜାଇ ଉକ୍ତ ଜାଲ ନୋଟକୁ ମାର୍କେଟକୁ ଛାଡୁଛନ୍ତି। ଯାହାର ବଡ଼ ଖୁଲାସା କରିବା ସହ ବିପୁଳ ନକଲି ନୋଟ୍ ଓ ପ୍ରିଣ୍ଟର ଜବତ କରିଛି ଛତିଶଗଡ଼ ପୁଲିସ୍।

Advertisment

ଛତିଶଗଡ଼ ସମେତ ଓଡ଼ିଶା ସୀମାନ୍ତରେ ଯବାନଙ୍କ ଲଗାତାର ଏନକାଉଣ୍ଟର ଆଗରେ ମାଓବାଦୀଙ୍କ ଆର୍ଥିକ ମେରୁଦଣ୍ଡ ଧରାଶାୟୀ ହେବାରେ ଲାଗିଛି। ଏହାକୁ ସଜାଡ଼ିବା ପାଇଁ ଶେଷରେ ନକଲି ନୋଟକୁ ଅସ୍ତ୍ର କରି ନୂଆ ଚାଲ୍ ଖେଳୁଛି ଲାଲବାହିନୀ। ଜଙ୍ଗଲରେ ଛାପୁଛନ୍ତି ଜାଲ୍ ନୋଟ୍। ଏହାର ପ୍ରମାଣ ଏବେ ସାମ୍ନାକୁ ଆସିଛି। ପଚାଶ ଠାରୁ ଆରମ୍ଭ କରି ଶହେ, ଦୁଇ ଶହ ଓ ପାଞ୍ଚ ଶହ ଟଙ୍କିଆ ନକଲି ନୋଟ୍ ସେମାନେ ଛାପୁଛନ୍ତି।

ସେମାନେ ଏତେ ଭଲ ଭାବେ ନକଲି ନୋଟକୁ ଛାପୁଛନ୍ତି ଯେ ସାଧାରଣ ଲୋକଙ୍କ ପକ୍ଷେ ଏହାକୁ ବାରିବା ଆଦୌ ସହଜ ନୁହେଁ। କିନ୍ତୁ ପ୍ରକୃତରେ ସେସବୁ ନକଲି। ସଂଗଠନକୁ ବଞ୍ଚାଇ ରଖିବା ପାଇଁ ମାଓବାଦୀଙ୍କ ଏବେ ନକଲି ନୋଟ ସାଜିଛି ମୁଖ୍ୟ ଅସ୍ତ୍ର। ସେମାନେ ନକଲି ନୋଟ୍ ଛାପିବା ପାଇଁ ପ୍ରିଣ୍ଟର୍, କ୍ୟାଟ୍ରିଜ୍, ରୋଲର୍ ସହ ସ୍ୟାହିକୁ ଭଲ ଭାବେ ବ୍ୟବହାର କରୁଛନ୍ତି।

Advertisment

ଓଡ଼ିଶା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲାର କୋରାଜଗୁଡ଼ା ଜଙ୍ଗଲ ଭିତରୁ ମିଳିଛି ଏସବୁ। ପ୍ରଥମ ଥର ପାଇଁ ସୁରକ୍ଷାକର୍ମୀଙ୍କ ହାତରେ ଲାଗିଛି ନକଲି ନୋଟ୍ ସହ ଛାପା ଉପକରଣ। ସୁକମା ଏସ୍‌ପି କିରଣ ଚୌହ୍ୱାନ ଙ୍କ କହିବା କଥା, ଅର୍ଥ ସଙ୍କଟ ଉପୁଜିବାରୁ ଓ ଭାରତୀୟ ଅର୍ଥ ବ୍ୟବସ୍ଥାକୁ ବିଗାଡ଼ିବା ପାଇଁ ମାଓବାଦୀ ନକଲି ନୋଟ୍ ବ୍ୟବହାର କରୁଛନ୍ତି।

ଗୁପ୍ତ ସୂତ୍ରରୁ ସୂଚନା ପାଇ ସିଆରପିଏଫ, ଡିଆରଜି ଏବଂ ବସ୍ତର ଫାଇଟର୍ ଯବାନ ମିଳିତ ଭାବେ କୋରାଜଗୁଡ଼ା ଜଙ୍ଗଲରେ ଅପରେସନ୍ କରି ଏସବୁ ସାମଗ୍ରୀକୁ ଠାବ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରାଳୟର କଡ଼ା ଆଭିମୁଖ୍ୟ ପରଠୁ ଜୋରଦାର ହୋଇଛି ମାଓବାଦୀ ଦମନ ଅଭିଯାନ। ଏହି ଅଭିଯାନ ମାଧ୍ୟମରେ ସୁରକ୍ଷାକର୍ମୀଙ୍କୁ ଏତେ ବଡ଼ ସଫଳତା ମିଳିଛି। ଆଗକୁ ବି ନକ୍ସଲ ବିରୋଧୀ ଅଭିଯାନ ଜୋରଦାର ହେବ ବୋଲି ସେ କହିଛନ୍ତି।

ପୂର୍ବତନ ପୁଲିସ ଅଧିକାରୀଙ୍କ କହିବା କଥା, ମାଓବାଦୀ ସଂଗଠନକୁ ଚଳାଇବା ପାଇଁ ପାଣ୍ଠିର ଅଭାବ ଥିବାରୁ ନକ୍ସଲ ଏବେ ନକଲି ନୋଟର ସାହାରା ନେଉଛନ୍ତି। ତେବେ ନକ୍ସଲଙ୍କ ଏହି ନୂଆ ରଣନୀତି ପଛରେ କିଏ ? ନକଲି ନୋଟ୍ ଛାପିବା ପାଇଁ କେଉଁଠୁ ପାଇଲେ ପ୍ରଶିକ୍ଷଣ? ଲାଲବାହିନୀ ସହ ମିଶି ଆଉ କିଏ ଚଳାଉଛି ଏଭଳି ଦେଶଦ୍ରୋହୀ ନେଟୱାର୍କ, ତା’କୁ ନେଇ ତଦନ୍ତ ଆରମ୍ଭ ହୋଇଛି।

Chhattisgarh Naxal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe