Advertisment

ସିଜେଆଇଙ୍କୁ ବି ଛାଡ଼ିଲେନି: ହ୍ୱାଟସଆପ୍‌ରେ ପ୍ରଚାର କଲେ ଫେକ୍‌ ନ୍ୟୁଜ୍

ଏବେ କିନ୍ତୁ ତଥାକଥିତ ବିଶ୍ୱବିଦ୍ୟାଳୟ କର୍ମକର୍ତ୍ତା ଗୋଟିଏ ବଡ଼ ପଦକ୍ଷେପ ନେଇଛନ୍ତି। ସେମାନେ ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ମଧ୍ୟ ଛାଡ଼ି ନାହାନ୍ତି।

author-image
Hemant Lenka
CJI

CJI

ଏବେ ଦେଶରେ ହ୍ୱାଟସଆପ୍‌ ବିଶ୍ୱବିଦ୍ୟାଳୟ ବେଶ ସକ୍ରିୟ ହୋଇ ଉଠିଛି। ପୂର୍ବରୁ ବିଭିନ୍ନ ରାଜନେତା ଓ ସଂପ୍ରଦାୟ ବିରୋଧରେ ଫେକ ନ୍ୟୁଜ ପ୍ରଚାର କରାଯାଉଥିଲା। ହ୍ୱାଟସଆପ୍‌ ବିଶ୍ୱବିଦ୍ୟାଳୟରୁ ଆରମ୍ଭ ହେଉଥିବା ଏହି ଫେକନ୍ୟୁଜ ବେଳେବେଳେ ଭୟଙ୍କର ରୂପ ମଧ୍ୟ ନେବାର ମଧ୍ୟ ନଜର ରହିଛି।

Advertisment

ଏବେ କିନ୍ତୁ ତଥାକଥିତ ବିଶ୍ୱବିଦ୍ୟାଳୟ କର୍ମକର୍ତ୍ତା ଗୋଟିଏ ବଡ଼ ପଦକ୍ଷେପ ନେଇଛନ୍ତି। ସେମାନେ ଦେଶର ପ୍ରଧାନ ବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୂଡ଼ଙ୍କୁ ମଧ୍ୟ ଛାଡ଼ି ନାହାନ୍ତି। ତାଙ୍କ ବିରୋଧରେ ହ୍ୱାଟଆପ୍‌ରୁ ଆରମ୍ଭ ହୋଇଥିବା ଅପପ୍ରଚାର ଏବେ ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମଧ୍ୟ ଭାଇରାଲ ହେବାରେ ଲାଗିଛି।

ହ୍ୱାଟସଆପ୍‌ ବିଶ୍ୱବିଦ୍ୟାଳୟର ଏହି ଅପପ୍ରଚାର ଏତେ ଭାଇରାଲ ହୋଇଛି ଯେ ଶେଷରେ ସୁପ୍ରିମକୋର୍ଟର ସେକେଟ୍ରୀ ଜେନେରାଲଙ୍କୁ ଏହାକୁ ଖଣ୍ଡନ କରିବାକୁ ପଡ଼ିଛି। ହ୍ୱାଇଟସ ଆପ୍‌ ବିଶ୍ୱବିଦ୍ୟାଳୟ ଦାବି କରିଥିଲା ଯେ ଜଷ୍ଟିସ ଚନ୍ଦ୍ରଚୂଡ଼ କୁଆଡ଼େ ଲୋକଙ୍କୁ ସରକାରଙ୍କ ବିରୋଧରେ ରାଜରାସ୍ତାକୁ ଆସି ବିକ୍ଷୋଭ କରିବାକୁ କହିଛନ୍ତି। ହେଲେ ସେ ଏଭଳି କିଛି କହି ନଥିବା ସେକେଟ୍ରୀ ଜେନାରାଲ ସ୍ପଷ୍ଟ କରିଛନ୍ତି।

Advertisment

କେବଳ ସେକେଟ୍ରୀ ଜେନେରାଲ ନୁହନ୍ତି, ଦେଶର ସଲିସିଟର ଜେନେରାଲ ତୁଷାର ମେହେଟା ମଧ୍ୟ ସିଜେଆଇଙ୍କ ସମ୍ପର୍କରେ ପ୍ରଚାର କରାଯାଉଥିବା ଖବରକୁ ଫେକ କହିଛନ୍ତି।

ସୁପ୍ରିମକୋର୍ଟ ସେକେଟ୍ରୀ ଜେନେରାଲ ଅତୁଲ କୁରହେକାର କହିଛନ୍ତି, “ସିଜେଆଇଙ୍କ ପକ୍ଷରୁ ଏମିତି କୌଣସି ବୟାନ ଦିଆଯାଇ ନାହିଁ। ହ୍ୱାଟସଆପ୍‌ରେ ପ୍ରଚାର ହେଉଥିବା ଇଂରାଜୀ ଓ ହିନ୍ଦୀ ଭାଷାର ବାର୍ତ୍ତା ଫେକ।”

ତୁଷାର ମେହେଟା କହିଛନ୍ତି, “ଏହା ନକଲି ମେସେଜ, ଯାହାକୁ ଜଣଙ୍କ ଜଣେ ଫରୱାର୍ଡ କରୁଛନ୍ତି। କୌଣସି ସିଜେଆଇ କେବେ ହେଲେ ଏମିତି କାମ କରିପାରିବେ ନାହିଁ। ଭାରତର ପ୍ରଧାନ ବିଚାରପତିଙ୍କ ନାଁରେ ଏପରି ମେସେଜକୁ ରୋକିବା ପାଇଁ ଉପଯୁକ୍ତ ପଦକ୍ଷେପ ନେବାର ଆବଶ୍ୟକତା ରହିଛି।”

କିଛି ଦିନ ହେଲେ ସିଜେଆଇଙ୍କ ଫଟୋ ଥିବା ଗୋଟିଏ ମେସେଜ ଭାଇରାଲ ହେବାରେ ଲାଗିଛି। ଏହାର ହେଡଲାଇନ ରହିଛି, “ଭାରତୀୟ ଗଣତନ୍ତ୍ର ସୁପ୍ରିମକୋର୍ଟ ଜିନ୍ଦାବାଦ।” ଏଥିରେ କୁହାଯାଇଛି, “ଆମେ ଭାରତର ସମ୍ବିଧାନ ଓ ଗଣତନ୍ତ୍ରର ସୁରକ୍ଷା ପାଇଁ ଶତ ଚେଷ୍ଟା କରୁଛୁ। କିନ୍ତୁ ଆପଣଙ୍କ ସହଯୋଗ ମଧ୍ୟ ଏହି କାମରେ ଅତ୍ୟନ୍ତ ଜରୁରୀ।

ସବୁ ଲୋକ ଏକାଠି ହୋଇ ରାଜରାସ୍ତାକୁ ଓହ୍ଲାନ୍ତୁ ଓ ସରକାରଙ୍କ ନିକଟରେ ନିଜର ଅଧିକାର ପାଇଁ ଦାବି ଉପସ୍ଥାପନ କରନ୍ତୁ। ଏହି ଏକଛତ୍ରବାଦୀ ସରକାର ଲୋକଙ୍କୁ ଭୟଭୀତ କରାଇବେ ଓ ଧମକାଇବେ। କିନ୍ତୁ ଆପଣମାନେ ଆଦୌ ଭୟଭୀତ ହେବେ ନାହିଁ।

ଆପଣମାନେ ସାହାସ ଦେଖନ୍ତୁ ଓ ସରକାରଙ୍କୁ ଉତ୍ତରଦାୟୀ କରନ୍ତୁ। ମୁଁ ଆପଣମାନଙ୍କ ଦହ ରହିଛି।” ଏସବୁ କଥା ସିଜେଆଇ ଚନ୍ଦ୍ରଚୂଡ଼ କହିଥିବା ତଳେ ଉଲ୍ଲେଖ କରାଯାଇଛି। ହେଲେ ଏହା ସଂପୂର୍ଣ୍ଣ ଫେକ ବୋଲି ସୁପ୍ରିମକୋର୍ଟ ପକ୍ଷରୁ କୁହାଯାଇଛି।

Supreme Court CJI Fake Note. Whatsapp