/odisha-reporter/media/media_files/2025/11/03/mumbai-2025-11-03-18-15-23.jpg)
ଧରା ପଡ଼ିଥିଲା ନକଲି ବୈଜ୍ଞାନିକ
ନକଲି ବୈଜ୍ଞାନିକଙ୍କ ସବୁ ମୁଖା ଖୋଲି ଯାଇଛି। ପୁଲିସ୍ ହାତରେ ଲାଗିଛି ନକଲି ବୈଜ୍ଞାନିକଙ୍କ ସମ୍ପର୍କରେ ସାଂଘାତିକ ତଥ୍ୟ। ନିଜକୁ ଭାଭା ଆଟୋମିନ ରିସର୍ଚ୍ଚ ସେଣ୍ଟର (ବାର୍କ)ର ବୈଜ୍ଞାନିକ କହୁଥିବା ଜଣେ ୬୦ ବର୍ଷୀୟ ବ୍ୟକ୍ତି ବିଦେଶରୁ ଦୀର୍ଘ ୩୦ ଧରି ପାଉଥିଲେ କୋଟି କୋଟି ଟଙ୍କା। ଗତ ମାସରେ ମୁମ୍ବାଇ ପୁଲିସ୍ ୬୦ ବର୍ଷୀୟ ଅଖତର ହୁସୈନିକୁ ଗିରଫ କରିଥିଲା। ଏବେ ତାଙ୍କ ସମ୍ପର୍କରେ ଏପରି ତଥ୍ୟ ସାମ୍ନାକୁ ଆସିଛି।
ସେ ନିଜକୁ ବାର୍କର ବରିଷ୍ଠ ବୈଜ୍ଞାନିକ(Scientists) ଭାବେ ପରିଚୟ ଦେଇ ଦେଶର ବିଭିନ୍ନ ସମ୍ବେଦନଶୀଳ ସ୍ଥାନକୁ ଯାଉଥିଲେ। ପୁଲିସ ତାଙ୍କ ପାଖରୁ ୧୦ଟି ମାନଚିତ୍ର ଓ ଆଣବିକ ଯୁଦ୍ଧାସ୍ତ୍ର ସହ ଜଡ଼ିତ କିଛି ସମ୍ବେଦନଶୀଳ ଦସ୍ତାବିଜ ହାସଲ କରିଛି। ଝାରଖଣ୍ଡ ଅନ୍ତର୍ଗତ ଜାମସେଦପୁରରେ ମୂଳବାସିନ୍ଦା ଅଖତରଙ୍କ ଠାରୁ ଅନେକ ନକଲି ପାସପୋର୍ଟ, ଆଧାର କାର୍ଡ, ପାନକାର୍ଡ ଓ ବାର୍କ ଆଇଡି ଜବତ କରିଛି।
କିଛି ପରିଚୟ ପତ୍ରରେ ତାଙ୍କ ନାଁ ଅଲୀ ରାଜା ଓ ଆଲେକ୍ସଜାଣ୍ଡର ପାଲମର ମଧ୍ୟ ଉଲ୍ଲେଖ ରହିଛି। ୩୦ ବର୍ଷ ହେଲା ବିଦେଶୀରୁ କୋଟି କୋଟି ଟଙ୍କା ପାଉଥିବା ଅଖତରଙ୍କ ପରେ ଦିଲ୍ଲୀରେ ଥିବା ତାଙ୍କ ଭାଇ ଆଦିଲଙ୍କୁ ମଧ୍ୟ ପୁଲିସ ଗିରଫ କରିଛି।
ମୁମ୍ବାଇ ପୁଲିସ୍ର କ୍ରାଇମବ୍ରାଞ୍ଚ ସୂତ୍ରରୁ ଜଣାପଡ଼ିଛି ଯେ ଅଖତର ଓ ଆଦିଲ ମିଳିତ ଭାବେ ୧୯୯୫ରୁ ବିଦେଶରୁ ଟଙ୍କା ପାଉଥିଲେ। ପ୍ରଥମେ ସେମାନଙ୍କୁ ଲକ୍ଷ ଲକ୍ଷ ଟଙ୍କା ଆସୁଥିଲା। କିନ୍ତୁ ୨୦୦୦ ମସିହା ପରଠାରୁ ସେମାନେ କୋଟି କୋଟି ଟଙ୍କା ପାଉଥିଲେ। କୁହାଯାଉଛି ଯେ ବାର୍କ ଓ ଅନ୍ୟ ଆଣବିକ ପ୍ରତିଷ୍ଠାନ ସମ୍ପର୍କିତ ଗୁପ୍ତ ତଥ୍ୟ ବଦଳରେ ସେମାନଙ୍କୁ ଏପରି ଟଙ୍କା ମିଳୁଥିଲା।
ତଦନ୍ତ ବେଳେ ଅଖତରଙ୍କ ନାଁରେ ଥିବା ଗୋଟିଏ ଗୁପ୍ତ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କରେ ମଧ୍ୟ ଜଣାପଡ଼ିଛି। ଏହି ଆକାଉଣ୍ଟରୁ ସନ୍ଦିଗ୍ଧ ନେଣଦେଣ ହୋଇଥିବା ପୁଲିସ୍ କହିଛି। ଯେଉଁ ବ୍ୟାଙ୍କରେ ଅଖତରଙ୍କ ଆକାଉଣ୍ଟ ରହିଛି, ସେଠାରୁ ନେଣଦେଣ ସମ୍ପର୍କିତ ତଥ୍ୟ ହାସଲ କରିବା ପାଇଁ ପୁଲିସ୍ ଚିଠି କରିଛି।
ପୂର୍ବରୁ ମଧ୍ୟ ଦୁଇ ଭାଇ ବ୍ୟବହାର ପରେ ବନ୍ଦ କରିଦେଇଥିବା ଏକାଧିକ ବ୍ୟାଙ୍କ ଆକାଉଣ୍ଟ ସମ୍ପର୍କରେ ସୂଚନା ମିଳିଛି। ଗୋଟିଏ ପୂର୍ଣ୍ଣ ମନି ଟ୍ରାଏଲ ମାମଲାର ଉଜାଗର କରିବା ପାଇଁ ପୁଲିସ୍ ପୁରୁଣା ଆକାଉଣ୍ଟଗୁଡ଼ିକର ତଥ୍ୟ ମଧ୍ୟ ଯାଞ୍ଚ କରୁଛି।
କୁହାଯାଉଛି ଯେ ଦୁଇ ଭାଇ ପାକିସ୍ତାନ ଗସ୍ତ କରିଥିଲେ ଓ ପାକିସ୍ତାନ(Pakistan) ଗୁଇନ୍ଦା ସଂସ୍ଥା ଆଇଏସଆଇ ସହ ଏମାନଙ୍କର ସମ୍ପର୍କ ରହିଛି। ଅଖତର ନିଜର ପରିଚୟ ବଦଳାଇଥିଲେ ଓ ଗୁପ୍ତ ଭାବେ ରହୁଥିଲେ। ୧୯୯୬ରେ ଅଖତର ଝାରଖଣ୍ଡରେ ଥିବା ନିଜ ପୈତୃକ ସମ୍ପତ୍ତିକୁ ବିକ୍ରି କରି ଦେଇଥିଲେ। କିନ୍ତୁ ନିଜର ପୁରୁଣା ସହଯୋଗୀଙ୍କ ସହ ମିଶି ଉକ୍ତ ଠିକଣା ବଳରେ ନକଲି ଦସ୍ତାବିଜ ହାସଲ କରି ଚାଲିଥିଲେ।
ଆଦିଲ ଏକଦା ତାଙ୍କୁ ଝାରଖଣ୍ଡର ମୁନାଜିଲ ଖାନଙ୍କ ସହ ପରିଚୟ କରାଇଥିଲେ। ମୁନାଜିନ ଦୁଇ ଭାଙ୍କ ପାଇଁ ନକଲି ପାସପୋର୍ଟ ତିଆରି କରିଥିଲେ। ୩୦ ବର୍ଷ ତଳେ ଅଖତର ନିଜର ପୈତୃକ ସମ୍ପତ୍ତି ବିକ୍ରି କରି ଦେଇଥିଲେ ହେଁ ପାସପୋର୍ଟରେ ସେମାନଙ୍କ ଠିକଣା ଜାମସେଦପୁର ବୋଲି ଉଲ୍ଲେଖ କରାଯାଇଥିଲା। ଦୁଇ ଭାଇ ନକଲି ଦସ୍ତାବିଜ ଓ ନକଲି ପରିଚୟ ବଳରେ ବିଦେଶ ଗସ୍ତ କରନ୍ତି ବୋଲି ପୁଲିସ୍ ଜାଣିବାକୁ ପାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
