Advertisment

ପାରୋଲରେ ବାହାରିଲେ ଫଳାହାରୀ ବାବା, ଏକାନ୍ତବାସରେ ଚାଲିଗଲେ

୨୦ ଦିନିଆ ପାରୋଲରେ ଫଳାହାରୀ ବାବା ବାହାରିବା ପରେ ଏକାନ୍ତବାସରେ ଚାଲି ଯାଇଛନ୍ତି ।

author-image
Niharika Rout
falahari-baba

falahari-baba

ଦୁଷ୍କର୍ମ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହୋଇ ରାଜସ୍ଥାନର ଅଲୱର ସେଣ୍ଟ୍ରାଲ ଜେଲ୍‌ରେ ବନ୍ଦୀ ଥିବା ଫଳାହାରୀ ବାବାଙ୍କୁ ମିଳିଛି ପାରୋଲ। ୨୦ ଦିନିଆ ପାରୋଲରେ ଫଳାହାରୀ ବାବା ବାହାରିବା ପରେ ଏକାନ୍ତବାସରେ ଚାଲି ଯାଇଛନ୍ତି ।

Advertisment

ଫଳାହାରୀ ବାବା ଜେଲ୍‌ ଯିବା ସମୟରୁ ମୌନ ବ୍ରତ ଧାରଣ କରିଛନ୍ତି। ତାଙ୍କ ଶିଷ୍ୟ ମହାରାଜା ସୁଦର୍ଶନାଚାର୍ଯ୍ୟ କହିଛନ୍ତି, ସେ କେବଳ ଫଳ ଓ କ୍ଷୀର ପିଇ ୪୦ ବର୍ଷ ହେଲା ବଞ୍ଚିଛନ୍ତି। ଜେଲ୍‌ରେ ବି ସେ ସେହି ଆହାର ଗ୍ରହଣ କରୁଛନ୍ତି। ଏକାନ୍ତବାସରେ ସେ କେଉଁଠି ଅଛନ୍ତି ସେ ନେଇ କାହା ପାଖରେ ସୂଚନା ନାହିଁ। ଏଥିସହ ସେ କହିଛନ୍ତି, ବାବା ସୁସ୍ଥ ଅଛନ୍ତି। ସେ କାହା ସହ ସାକ୍ଷାତ କିମ୍ବା କଥାବାର୍ତ୍ତା କରିବାକୁ ଇଚ୍ଛୁକ ନାହାନ୍ତି।

୨୦୧୭ ମସିହାରେ ଛତିଶଗଡ଼ର ବିଳାସପୁରରେ ରହୁଥିବା ଜଣେ ୨୧ ବର୍ଷୀୟା ଯୁବତୀ ବାବାଙ୍କ ଉପରେ ବଳାତ୍କାର ଅଭିଯୋଗ ଆଣିଥିଲେ। ଏନେଇ ଛତିଶଗଡ଼ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ମାମଲା ରୁଜୁ ହେବାର ୮୪ ଦିନ ପରେ ପୁଲିସ୍‌ କୋର୍ଟରେ ୪୦ ପୃଷ୍ଠାର ଚାର୍ଜସିଟ୍‌ ଦାଖଲ କରିଥିଲା।

Advertisment

୮ ମାସ ଧରି ଏହି ମାମଲାର ଶୁଣାଣି ଚାଲିଥିବା ବେଳେ କୋର୍ଟରେ ଫଳାହାରୀ ବାବା ଦୋଷୀ ସାବ୍ୟସ୍ତ ହେଲେ। ଏହାପରେ ବିଚାରପତି ତାଙ୍କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଣି କରିଛନ୍ତି। ସେବେଠୁ ସେ ଅଲୱର ସେଣ୍ଟ୍ରାଲ ଜେଲ୍‌ରେ ବନ୍ଦୀ ଜୀବନ କାଟୁଛନ୍ତି।

Rajasthan