Advertisment

ଦୁଇ ଦିନ ତଳେ ପାଳିଥିଲେ ପୁଅର ଜନ୍ମ ଦିନ, ଏକସଙ୍ଗେ ଝୁଲିପଡ଼ିଲେ ପରିବାରର ୩ ସଦସ୍ୟ

ମାତ୍ର ଦୁଇ ଦିନ ପରେ ସବୁ କିଛି ଓଲଟପାଲଟ ହୋଇଗଲା। ଯେଉଁ ଘର ହସଖୁସିରେ ଫାଟି ପଡ଼ୁଥିଲା, ସେଠି ଶୁଭିଲା କାନ୍ଦ ବୋବାଳି।

author-image
Niharika Rout
couple suicide & crime spot

couple suicide & crime spot

ଦୁଇ ଦିନ ପୂର୍ବେ ଏକମାତ୍ର ପୁଅର ୨୦ତମ ଜନ୍ମଦିନ ବେଶ୍‌ ଧୁମଧାମରେ ପାଳିତ ହୋଇଥିଲା। ଘରକୁ ଆସିଥିଲେ ବନ୍ଧୁବାନ୍ଧବ, ହସଖୁସିରେ ଫାଟି ପଡ଼ୁଥିଲା ପୂରା ଘର। ମାତ୍ର ଦୁଇ ଦିନ ପରେ ସବୁ କିଛି ଓଲଟପାଲଟ ହୋଇଗଲା। ଯେଉଁ ଘର ହସଖୁସିରେ ଫାଟି ପଡ଼ୁଥିଲା, ସେଠି ଶୁଭିଲା କାନ୍ଦ ବୋବାଳି। କାରଣ ପରିବାରର ୩ ସଦସ୍ୟ ଏକସଙ୍ଗେ ଝୁଲି ନିଜ ଜୀବନ ହାରିଥିଲେ।

Advertisment

ଏପରି ଏକ ଅଭାବନୀୟ ଘଟଣା ଗୁଜରାଟର ମୋରବୀରେ ଘଟିଛି। ମୃତକମାନେ ବାପାମା’ ଓ ପୁଅ ବୋଲି ଜଣାଯାଇଛି। ସେମାନେ ହେଲେ ୫୭ ବର୍ଷୀୟ ଦେବଚନ୍ଦ କାନାୱର, ତାଙ୍କ ପତ୍ନୀ ବର୍ଷାବେନ ହରେଶଭାଇ କାନାୱର ଓ ୨୦ ବର୍ଷୀୟ ପୁଅ ହର୍ଷ ହରେଶଭାଇ କାନାୱର ।

ଖବର ପାଇ ପୁଲିସ୍‌ ଘରେ ପହଞ୍ଚି ୩ଟି ରୁମ୍‌ରେ ୩ ଜଣଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ପୁଲିସ୍‌ ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ୍‌ ଜବତ କରିଥିବା ବେଳେ ସେମାନଙ୍କ ମୃତ୍ୟୁ ପାଇଁ କେହି ଦାୟୀ ନୁହେଁ ବୋଲି ସେଥିରେ ଲେଖା ଯାଇଛି।

Advertisment

ପରିବାର ଲୋକଙ୍କ କହିବାନୁଯାୟୀ, ଦେବଚନ୍ଦ କାନାୱର ଜଣେ ହାର୍ଡୱେର ବ୍ୟବସାୟୀ ହୋଇଥିବା ବେଳେ ପରିବାର ବେଶ୍‌ ହସଖୁସିରେ ଚଳୁଥିଲା। ଏକମାତ୍ର ପୁଅ ପାଠ ପଢ଼ୁଥିବା ବେଳେ ସେମାନେ ବେଶ୍‌ ଖୁସିରେ ଦିନ କାଟୁଥିଲେ। ଦୁଇ ଦିନ ତଳେ ପୁଅର ଜନ୍ମ ଦିନ ବେଶ୍‌ ଧୁମଧାମରେ ପାଳନ କରିଥିଲେ। ମାତ୍ର କ’ଣ ପାଇଁ ଏପରି ଚରମ ପଦକ୍ଷେପ ଗ୍ରହଣ କଲେ ସେ ନେଇ ପରିବାର ଲୋକେ ବି କିଛି କହି ପାରୁ ନାହାନ୍ତି।

Gujarat Family Dispute Sucide