Advertisment

ୱାୟନାଡ ଭୁସ୍ଖଳନରେ ଭାସି ଯାଇଥିଲା ପରିବାର, ଏବେ ଚାଲିଗଲେ ଭାବି ସ୍ୱାମୀ

କେରଳ ୱାୟନାଡ଼ରେ ହୋଇଥିବା ଭୟଙ୍କର ଭୁସ୍ଖଳନରେ ଶ୍ରୁତି ନିଜର ସମସ୍ତ ପରିବାର ସଦସ୍ୟଙ୍କୁ ହରାଇଥିବା ବେଳେ ଏବେ ଏକ ଦୁର୍ଘଟଣାରେ ତାଙ୍କ ଭାବି ସ୍ୱାମୀଙ୍କୁ ହରାଇଛନ୍ତି।

couple

couple

Advertisment

ଦୁଃଖ ଯେତେବେଳେ ଆସେ ସାଥିରେ ଭାଇବନ୍ଧୁଙ୍କୁ ବି ଆଣିଥାଏ। ଜଣଙ୍କ ଉପରେ ଦୁଃଖର ପାହାଡ଼ ଲଦି ହୋଇଥିବା ବେଳେ ପୁଣି ଥରେ ମିଳେ ସାଂଘାତିକ ଝଟକା। ଛାରଖାର ହୋଇଯାଏ ସବୁ କିଛି, ଉଜୁଡ଼ିଯାଏ ହସଖୁସିର ସଂସାର। ଭାଗ୍ୟର କୁଠାରଘାତ ଆଗରେ ସବୁକିଛି ଅନ୍ଧକାର ଲାଗେ, ସ୍ୱପ୍ନ ଦେଖିବାକୁ ବି ଡର ଲାଗେ।

Advertisment

ଏପରି ଦୁଃଖର ପାହାଡ଼ ତଳେ ଚାପି ହୋଇ ଯାଇଛନ୍ତି କେରଳର ୨୪ ବର୍ଷୀୟା ଶ୍ରୁତି। କେରଳ ୱାୟନାଡ଼ରେ ହୋଇଥିବା ଭୟଙ୍କର ଭୁସ୍ଖଳନରେ ଶ୍ରୁତି ନିଜର ସମସ୍ତ ପରିବାର ସଦସ୍ୟଙ୍କୁ ହରାଇଥିବା ବେଳେ ଏବେ ଏକ ଦୁର୍ଘଟଣାରେ ତାଙ୍କ ଭାବି ସ୍ୱାମୀଙ୍କୁ ହରାଇଛନ୍ତି।

କେରଳ ୱାୟନାଡରେ ହୋଇଥିବା ଭୟଙ୍କର ଭୁସ୍ଖଳନରେ ଶ୍ରୁତି ନିଜ ପୂରା ପରିବାରକୁ ହରାଇଥିଲେ। କାଳର କରାଳ ଆଗରେ ଛାରଖାର ହୋଇଗଲା ତାଙ୍କ ପୂରା ପରିବାର । ପରିବାରର ୯ ସଦସ୍ୟ ପ୍ରଳୟଙ୍କାରୀ ଭୁସ୍ଖଳନରେ ଆଖି ବୁଜିଥିଲେ ।

Advertisment

ଏତେ ବଡ଼ ଦୁନିଆରେ ଶ୍ରୁତି ପୂରା ଏକା ହୋଇ ଯାଇଥିବା ବେଳେ ତାଙ୍କୁ ସାହାରା ଦେଇଥିଲେ ଜେନ୍ସନ । ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ହେଲା ପ୍ରେମ ସମ୍ପର୍କ ଥିବା ବେଳେ ଆସନ୍ତା ଡିସେମ୍ବରରେ ଉଭୟ ବେଶ୍‌ ଧୁମଧାମରେ ବିବାହ କରିଥାନ୍ତେ। ମାତ୍ର ପରିବାରର ସମସ୍ତେ ଚାଲିଯିବା ପରେ ଚଳିତ ମାସ ସେମାନେ କୋର୍ଟ ମ୍ୟାରେଜ କରିବାକୁ ସ୍ଥିର କରିଥିଲେ। ମାତ୍ର ଭଗବାନ ଶ୍ରୁତିଙ୍କ ଖୁସି ସହି ପାରିଲେନି। ଏକ ଦୁର୍ଘଟଣାରେ ଆଖି ବୁଜିଛନ୍ତି ଜେନ୍ସନ । ଫଳରେ ଏତେ ବଡ଼ ଦୁନିଆରେ ସମ୍ପୂର୍ଣ୍ଣ ଏକାକୀ ହୋଇ ପଡ଼ିଛନ୍ତି ଶ୍ରୁତି।

ଗତକାଲି ଶ୍ରୁତି ଓ ଜେନ୍ସନ ନିଜର କିଛି ସମ୍ପର୍କୀୟଙ୍କ ସହ ଯାଉଥିବା ବେଳେ ସେମାନଙ୍କ କାର୍‌କୁ ଏକ ଟ୍ରକ୍‌ ପିଟିଥିଲା। ଏହି ଦୁର୍ଘଟଣାରେ ଅନ୍ୟମାନେ ଆହତ ହୋଇଥିବା ବେଳେ ଜେନ୍ସନଙ୍କ ଅବସ୍ଥା ଗୁରୁତର ଥିଲା। ତୁରନ୍ତ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ବଞ୍ଚାଇବାକୁ ଆପ୍ରାଣ ଉଦ୍ୟମ କରିଥିଲେ। ମାତ୍ର ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବାରୁ ଜେନ୍ସନଙ୍କ ମୃତ୍ୟୁ ଘଟିଥିଲା।

ଜେନ୍ସନଙ୍କ ମୃତ୍ୟୁକୁ ଶ୍ରୁତି ବିଶ୍ୱାସ କରୁ ନ ଥିବା ବେଳେ ତାଙ୍କୁ ଗଭୀର ମାନସିକ ଆଘାତ ଲାଗିଛି। ଏପରି ସମୟରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଶ୍ରୁତିଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ଯୋଗୁ ହୋଇଥିବା କ୍ଷତିର କେହି ବି ଭରଣା କରିପାରିବେନି । କିନ୍ତୁ ଏହି ରାଜ୍ୟବାସୀ ଏପରି ଦୁଃଖ ସମୟରେ ଆପଣଙ୍କ ସହ ଛିଡ଼ା ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୁତିଙ୍କୁ ଆଶ୍ୱାସନା ଦେଇଛନ୍ତି।

Accident Kerala
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe