ସଚିନ ଓ ପେଟରୁ ବାହାରି ଥିବା ଜିନିଷ
ସାମ୍ନାକୁ ଆସିଛି ଅତ୍ୟନ୍ତ ସାଂଘାତିକ ଘଟଣା। ନିଶା ନିବାରଣ କେନ୍ଦ୍ରରେ ରହୁଥିବା ଜଣେ ବ୍ୟକ୍ତିଙ୍କ ପେଟରୁ ବାହାରିଛି ପୁଳାପୁଳା ଷ୍ଟିଲ ଚାମଚ, ଟୁଥବ୍ରଶ ଓ କଲମ। ସେ ଏହି ସବୁ ଜିନିଷକୁ ନିଜେ ରାଗରେ ଗିଳି ଦେଇଥିଲେ ବୋଲି କହିଛନ୍ତି। ଏତେ ସଂଖ୍ୟକ ଚାମଚକୁ ନିଶା ନିବାରଣ କେନ୍ଦ୍ରର ରୋଷେଇ ଘରୁ ଚୋରି କରିବା ପରେ ତା’କୁ ସେ ଦୀର୍ଘ ଦିନ ଗିଳି ଚାଲିଥିଲେ ବୋଲି ମଧ୍ୟ ଜଣାପଡ଼ିଛି।
ଶେଷରେ ପେଟରେ ଯନ୍ତ୍ରଣା ହେବାରୁ ଅସ୍ତ୍ରୋପଚାର ଦ୍ୱାରା ବ୍ୟକ୍ତିଙ୍କ ପେଟରୁ ୨୯ଟି ଷ୍ଟିଲ ଚାମଚ, ୧୯ଟି ଟୁଥବ୍ରଶ ଓ ୨ଟି ପେନ୍ ବାହାର କରାଯାଇଛି। ଏବେ ବ୍ୟକ୍ତି ଜଣଙ୍କ ହସ୍ପିଟାଲ(Hospital) ଚିକିତ୍ସିତ ହେଉଛନ୍ତି। ଉତ୍ତର ପ୍ରଦେଶ(Uttar Pradesh)ର ଗାଜିଆବାଦର ଗୋଟିଏ ନିଶା ନିବାରଣ କେନ୍ଦ୍ରରୁ ଏପରି ଘଟଣା ସାମ୍ନାକୁ ଆସିଛି।
ହାପୁରର ମୂଳବାସିନ୍ଦା ୨୫ ବର୍ଷୀୟ ସଚିନ ପ୍ରବଳ ନିଶା ସେବନ କରୁଥିଲେ। ଏଥିପାଇଁ ହାପୁରରେ ଥିବା ଗୋଟିଏ ନିଶା ନିବାରଣ କେନ୍ଦ୍ରରେ ପରିବାର ଲୋକ ତାଙ୍କୁ ଭର୍ତ୍ତି କରିଥିଲେ। ଏଥିରେ ରାଗି ଯାଇଥିବା ସଚିନଙ୍କୁ ନିଶା ନିବାରଣ କେନ୍ଦ୍ରରେ ମଧ୍ୟ ଉପଯୁକ୍ତ ଖାଇବା ମିଳି ନଥିଲା। ସେଠାରେ ରହୁଥିବା ଲୋକଙ୍କୁ ବହୁତ ଅଳ୍ପ ପରିମାଣର ଖାଦ୍ୟ ଦିଆଯାଉ ଥିବାରୁ ସଚିନ ପୂରା ରାଗି ଯାଇଥିଲେ।
ସେ କହିଛନ୍ତି, “ପୂରା ଦିନ ମଧ୍ୟରେ ଆମକୁ ଅଳ୍ପ ପରିମାଣର ପନି ପରିବା ଓ କିଛି ରୁଟି ଦିଆଯାଉଥିଲା। ଘରକୁ ଯଦି କେହି କେବେ କିଛି ପଠାଉଥିଲେ, ସେଗୁଡ଼ିକ ମଧ୍ୟ ଆମ ପାଖରେ ପହଞ୍ଚେ ନାହିଁ। ବେଳେବେଳେ ଆଗକୁ ଦିନ ସାରା କେବଳ ଗୋଟିଏ ବିସ୍କୁଟ ଖାଇବାକୁ ମିଳେ।”
ଠିକ ଭାବେ ଖାଇବା ମିଳୁ ନଥିବାରୁ ସଚିନ ରୋଷେଇ ଘରୁ ଷ୍ଟିଲ ଚାମଚ ଚୋରି କରିବା ଆରମ୍ଭ କରିଥିଲେ। ନିଜର ଭୋକ ମେଣ୍ଟାଇବା ପାଇଁ ସେ ବାଥରୁମକୁ ଯାଇ ଚାମଚକୁ ଭାଙ୍ଗି ସେଗୁଡ଼ୁକୁ ପାଟିରେ ଭର୍ତ୍ତି କରି ଗୁଳି ପକାଉଥିଲେ। ବେଳେବେଳେ ସେ ପାଣି ପିଇ ଏହାକୁ ଗିଳ ଦିଅନ୍ତି।
କିଛି ଦିନ ଏମିତି ଚାଲିବା ପରେ ସଚିନ ପେଟରେ ପ୍ରବଳ ଯନ୍ତ୍ରଣା ଅନୁଭବ କରିଥିଲେ। ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ସେଠାରେ ଏକ୍ସ-ରେ ଓ ସିଟି ସ୍କାନ ପରେ ଆସିଥିବା ତଥ୍ୟ ସମସ୍ତଙ୍କୁ ଚକିତ କରିଥିଲା। ତାଙ୍କ ପେଟରେ ପୁଳାପୁଳା ଷ୍ଟିଲ ଚାମଚ, ଟୁଥବ୍ରଶ ଓ ପେନ ଥିବା ସ୍କାନରୁ ସ୍ପଷ୍ଟ ହୋଇଥିଲା।
ପ୍ରଥମେ ଡାକ୍ତରମାନେ ଇଣ୍ଡୋସ୍କୋପୀ ଦ୍ୱାରା ସେଗୁଡ଼ିକୁ ବାହାର କରିବାକୁ ଚେଷ୍ଟା କରିଥିଲେ। ହେଲେ ପେଟ ଭିତରେ ଅନେକ ସଂଖ୍ୟକ ଚାମଚ, ଟୁଥବ୍ରଶ ଓ ପେନ ଥିବାରୁ ଏହା ସଫଳ ହୋଇ ନଥିଲା।
ଶେଷରେ ଡାକ୍ତରୀ ଟିମ ଅପେସନ କରି ସଚିନଙ୍କ ପେଟରୁ ୨୯ଟି ଷ୍ଟିଲ ଚାମଚ, ୧୯ଟି ଟୁଥବ୍ରଶ ଓ ୨ଟି ପେନ୍ ବାହାର କରିଛନ୍ତି। ଅପରେସନ ପରେ ସଚିନଙ୍କ ଅବସ୍ଥା ସ୍ଥିର ରହିଛି। ସେହିପରି ତାଙ୍କ ପେଟ ଯନ୍ତ୍ରଣା ମଧ୍ୟ କମି ଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/09/25/sachin-2025-09-25-17-49-36.jpg)