Advertisment

ନୀରବି ଗଲେ ସୁପ୍ରସିଦ୍ଧ ଊର୍ଦ୍ଦୁ କବି ମୁନବ୍ବର ରାଣା

ଦୀର୍ଘ ଦିନ ଧରି ସେ କିଡନୀ ଓ ହୃଦରୋଗ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ଥିଲେ। ମୁନବ୍ବର ରାଣାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ତାଙ୍କ ପ୍ରଶଂସକଙ୍କୁ ଶକ୍ତ ଝଟକା ଲାଗିଛି।

ଅଦ୍ୟତନ ହୋଇଛି
Munawwar Rana

Munawwar Rana

Advertisment

ସୁପ୍ରସିଦ୍ଧ ଊର୍ଦ୍ଦୁ କବି ମୁନବ୍ବର ରାଣାଙ୍କ ସ୍ୱର ନୀରବି ଯାଇଛି। ୭୧ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଲକ୍ଷ୍ନୌସ୍ଥିତ ସଞ୍ଜୟ ଗାନ୍ଧୀ ପିଜିଆଇ ହସ୍ପିଟାଲରେ ସେ ଗତ ରାତିରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି।

Advertisment

ଦୀର୍ଘ ଦିନ ଧରି ସେ କିଡନୀ ଓ ହୃଦରୋଗ ସମ୍ବନ୍ଧୀୟ ରୋଗରେ ପୀଡ଼ିତ ଥିଲେ। ମୁନବ୍ବର ରାଣାଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ତାଙ୍କ ପ୍ରଶଂସକଙ୍କୁ ଶକ୍ତ ଝଟକା ଲାଗିଛି।

ମୁନବ୍ବରଙ୍କ ଝିଅଙ୍କଠୁ ମିଳିଥିବା ସୂଚନା ଅନୁଯାୟୀ, ଗତ ରାତିରେ ତାଙ୍କ ପିତାଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ଶେଷକୃତ୍ୟ ସମ୍ପନ୍ନ ହେବ। ମୁନବ୍ବରଙ୍କ ପରିବାରରେ ପତ୍ନୀ, ୪ ଝିଅ ଓ ଗୋଟିଏ ପୁଅ ଅଛନ୍ତି।

Advertisment

ମୁନବ୍ବରଙ୍କ ପୁଅଙ୍କଠୁ ମିଳିଥିବା ସୂଚନା ଅନୁଯାୟୀ, ଅସୁସ୍ଥତା ହେତୁ ପ୍ରାୟ ୧୫ ଦିନ ହେବ ସେ ମେଡିକାଲରେ ଭର୍ତ୍ତି ହୋଇଥିଲେ। ପ୍ରଥମେ ତାଙ୍କୁ ମେଦାନ୍ତ ହସ୍ପିଟାଲ ଓ ପରେ ଏସଜିପିଜିଆଇରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କୁ ଭେଣ୍ଟିଲେଟରରେ ରଖା ଯାଇଥିଲା। ମାତ୍ର ଡାକ୍ତରଙ୍କ ଶତଚେଷ୍ଟା ସତ୍ତ୍ୱେ ସେ ଗତ ରାତିରେ ଆଖି ବୁଜିଛନ୍ତି।

ମା’ମାନଙ୍କୁ ପ୍ରଶଂସାରେ ପୋତି ପକାଇବା ସହ ସେମାନଙ୍କ କଷ୍ଟ, ପରିଶ୍ରମକୁ ସମ୍ମାନ ଜଣାଇ ମୁନବ୍ବର ମା’ମାନଙ୍କ ଉପରେ ଅଗଣିତ ଶାୟରୀ ଲେଖିଛନ୍ତି।

ଜୀବନକାଳରେ ବିଭିନ୍ନ ପ୍ରସଙ୍ଗରେ ନିଜ ଟିପ୍ପଣୀ ପାଇଁ ବିବାଦରେ ଛନ୍ଦି ହୋଇଥିଲେ ମୁନବ୍ବର। ୨୦୧୧ ମସିହାରେ ଉତ୍ତର ପ୍ରଦେଶରେ ହୋଇଥିବା ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିବାଦୀୟ ବୟାନ ଦେଇଥିଲେ। କହିଥିଲେ ଯୋଗୀ ଆଦିତ୍ୟନାଥ ପୁଣି ଥଣେ ୟୁପିର ମୁଖ୍ୟମନ୍ତ୍ରୀ ହେଲେ ୟୁପି ଛାଡ଼ିଦେବି। ସେ ରାଜ୍ୟରେ ଭେଦଭାବ ବିସ୍ତାର କରାଇଥିବା ସେ ଅଭିଯୋଗ କରିଥିଲେ।

ଗତ ୨୦୨୧ ମସିହାରେ ମୁନବ୍ବରଙ୍କ ପୁଅ ତବରେଜଙ୍କ ଉପରକୁ ଫାୟାରିଂ ହୋଇଥିଲା। ଏହାପରେ ନିଜ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠାଇଥିଲେ ମୁନବ୍ବର।

Poetry
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe