Advertisment

ସପ୍ତମ ଶ୍ରେଣୀ ଛାତ୍ରଙ୍କୁ ଯୌନ ଶୋଷଣ ଅଭିଯୋଗ, ନବମ ଛାତ୍ରଙ୍କ ନାମରେ ମାମଲା

ସ୍କୁଲ ହଷ୍ଟେଲରେ ରହୁଥିବା ଜଣେ ସପ୍ତମ ଶ୍ରେଣୀ ଛାତ୍ର ଯୌନ ଉତ୍ପୀଡ଼ନର ଶିକାର ହୋଇଛନ୍ତି।

Minor Boy

Minor Boy

Advertisment

ମଧ୍ୟପ୍ରଦେଶର ଗୋୱାଲିୟରରେ ଥିବା ଏକ ନାମୀ ସ୍କୁଲରେ ଘଟିଛି ଲଜ୍ଜାଜନକ ଘଟଣା। ସ୍କୁଲ ହଷ୍ଟେଲରେ ରହୁଥିବା ଜଣେ ସପ୍ତମ ଶ୍ରେଣୀ ଛାତ୍ର ଯୌନ ଉତ୍ପୀଡ଼ନର ଶିକାର ହୋଇଛନ୍ତି। ଏପରି ଘୃଣ୍ୟ କାମ କରିଥିବା ଅଭିଯୁକ୍ତ ଉକ୍ତ ସ୍କୁଲର ନବମ ଶ୍ରେଣୀ ଛାତ୍ର ବୋଲି ଜଣାଯାଇଛି।

Advertisment

ଗୋୱାଲିୟର ASP ନିରଞ୍ଜନ ଶର୍ମାଙ୍କ କହିବାନୁଯାୟୀ, ପୀଡ଼ିତ ଛାତ୍ରଜଣକ ସ୍କୁଲ ଟଏଲଟ ଯାଇଥିବା ବେଳେ ଏହି ଘଟଣା ଘଟିଛି। ଏନେଇ ଛାତ୍ରଜଣକ ନିଜ ପ୍ରିନ୍ସପାଲଙ୍କୁ ଜଣାଇଥିଲେ। ଏହାପରେ ପ୍ରିନ୍ସିପାଲଙ୍କ ଅଭିଯୋଗ ଆଧାରରେ ପୁଲିସ୍‌ ସ୍କୁଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ଉଭୟ ପୀଡ଼ିତ ଓ ଅଭିଯୁକ୍ତ ନାବାଳକ । ପୀଡ଼ିତଙ୍କ ବୟସ ୧୨ ବର୍ଷ ହୋଇଥିବା ବେଳେ ଏପରି ଘଟଣା ପରେ ସେ ସମ୍ପୂର୍ଣ୍ଣ ଭୟଭୀତ ହୋଇ ଯାଇଛନ୍ତି। ଅପରପକ୍ଷେ, ଅଭିଯୁକ୍ତ ନବମ ଶ୍ରେଣୀର ଛାତ୍ର ହୋଇଥିବା ବେଳେ ତାଙ୍କ ନାମରେ ମାମଲା ରୁଜୁ କରି ପୁଲିସ୍‌ ତଦନ୍ତ ଆରମ୍ଭ କରିଛି।

Advertisment
Minor Raped Madhya Pradesh
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe