Advertisment

ଫେମସ୍‌ ୟୁଟ୍ୟୁବର୍‌ ବବି କଟାରିଆ ଗିରଫ

ମାନାବ ଚାଲାଣ ଓ ଠକେଇ ଅଭିଯୋଗରେ ୟୁଟ୍ୟୁବର୍‌ ବବି କଟାରିଆଙ୍କୁ ପୁଲିସ ଗରିଫ କରି ଏନ୍‌ଆଇଏକୁ ହସ୍ତାନ୍ତର କରିଛି।

bobby-kataria-arrested

bobby-kataria-arrested

Advertisment

ବନ୍ଧା ହେଲେ ଫେମସ୍‌ ୟୁଟ୍ୟୁବର୍‌ ତଥା ସୋଶାଲ ମିଡିଆ ଇନ୍‌ଫ୍ଲୁଏନ୍‌ସର୍‌ ବବି କଟାରିଆ। ହ୍ୟୁମନ୍‌ ଟ୍ରାଫିକିଂ ତଥା ମାନବ ଚାଲାଣ ଓ ଠକେଇ ଅଭିଯୋଗରେ ଗୁରୁଗ୍ରାମ ପୁଲିସ ତାଙ୍କୁ ଗିରଫ କରିଛି। ଗିରଫ ପରେ ପୁଲିସ ତାଙ୍କୁ ଜାତୀୟ ଅନୁସନ୍ଧାନ ଏଜେନ୍ସି ତଥା ଏନ୍‌ଆଇଏକୁ ହସ୍ତାନ୍ତର କରିଛି।

Advertisment

ପ୍ରକୃତରେ ମାନବ ଚାଲାଣ ମାମଲାରେ ଏନ୍‌ଆଇଏ ସଙ୍ଗଠିତ ସିଣ୍ଡିକେଟ୍‌ର ଯାଞ୍ଚ କରୁଥିଲା। ଯୁବକଙ୍କୁ ଚାକିରିର ପ୍ରଲୋଭନ ଦେଖାଇ ବିଦେଶକୁ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଥିଲା। ଏହି ମାମଲାରେ ଏନ୍‌ଆଇଏ ଓ ପୁଲିସ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଏହି ରାକେଟ୍‌ର ପର୍ଦ୍ଦାଫାଶ କରିଛି।

ଏହି ମାମଲାରେ ପୁଲିସ ଭଡୋଦରାରୁ ମନୀଷ ହିଙ୍ଗୁ, ଗୋପାଳଗଞ୍ଜରୁ ପ୍ରହ୍ଲାଦ ସିଂହ, ଦିଲ୍ଲୀର ନବୀ ଆଲାମ ରାୟ, ଗୁରୁଗ୍ରାମରୁ ବଲୱନ୍ତ କଟାରିଆ ଓରଫ ବବି କାଟାରିଆ ଏବଂ ଚଣ୍ଡିଗଡ଼ର ସରତାଜ ସିଂହଙ୍କୁ ଗିରଫ କରିଛି। ଚଢ଼ାଇ ବେଳେ ବିଦେଶକୁ ପଠାଯିବାକୁ ଥିବା ବହୁ ପରିମାଣର ଡକ୍ୟୁମେଣ୍ଟ୍, ଡିଜିଟାଲ୍ ଉପକରଣ ଏବଂ ରେଜିଷ୍ଟର ଜବତ ହୋଇଛି।

Advertisment

ମାନାବା ଚାଲାଣକୁ ନେଇ ଭିନ୍ନ ଭିନ୍ନ ରାଜ୍ୟର ପୁଲିସ ୮ଟି ଏଫ୍ଆଇଆର୍‌ ରୁଜୁ କରିଥିଲା। ଏଥିରେ ଗୁରୁଗ୍ରାମରେ ରୁଜୁ ହୋଇଥିବା ବବି କଟାରିୟାର ଏଫ୍ଆଇଆର୍‌ ମଧ୍ୟ ସାମିଲ ଥିଲା। ଦୁଇ ଜଣ ବ୍ୟକ୍ତି ଗୁରୁଗ୍ରାମ ପୁଲିସ ନିକଟରେ ବବି କଟାରିଆଙ୍କ ବିରୋଧରେ ଅଭିଯୋଗ କରିଥିଲେ। କାଟାରିଆ ସେମାନଙ୍କୁ ବିଦେଶରେ ଚାକିରି ଦେବା ନାମରେ ୪ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଥିଲା।

ଫତେହପୁରର ଅରୁଣ କୁମାର ଏବଂ ଉତ୍ତରପ୍ରଦେଶର ମନୀଷ ତୋମାରଙ୍କ ଅଭିଯୋଗ ଅନୁଯାୟୀ ସେମାନେ ଇନଷ୍ଟାଗ୍ରାମରେ ବିଦେଶରେ କାମ କରିବା ସମ୍ବନ୍ଧୀୟ ଏକ ବିଜ୍ଞାପନ ଦେଖିଥିଲେ। ସୋଶାଲ ମିଡିଆ ପ୍ଲାଟଫର୍ମ 'ଇନଷ୍ଟାଗ୍ରାମ' ଏବଂ ୟୁଟ୍ୟୁବରେ କାଟାରିଆଙ୍କ ଅଫିସିଆଲ ଆକାଉଣ୍ଟରୁ ଏହି ବିଜ୍ଞାପନ ପୋଷ୍ଟ କରାଯାଇଥିଲା। ଇନ୍‌ଫ୍ଳୁଏନ୍ସର୍‌ଙ୍କ ସହ ଯୋଗାଯୋଗ କରିବାକୁ ତାଙ୍କୁ ଗୁରୁଗ୍ରାମର ଏକ ମଲରେ ଥିବା ଏକ କାର୍ଯ୍ୟାଳୟରେ ସାକ୍ଷାତ କରିବାକୁ କୁହାଯାଇଥିଲା। ଏହି ଅଭିଯୋଗ ଆଧାରରେ ପୁଲିସ ବବି କଟାରିଆଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଛି। 

ଅଭିଯୁକ୍ତଙ୍କ ସଙ୍ଗଠିତ ଏକ ଗ୍ୟାଙ୍ଗ ଯୁବକମାନଙ୍କୁ ଚାକିରିର ଲୋଭ ଦେଖାଇ ବିଦେଶକୁ ଚାଲାଣ କରୁଥିଲେ। ଯୁବକଙ୍କୁ ଲାଓସ୍‌, ଗୋଲ୍ଡନ ଟ୍ରାଏଙ୍ଗଲ SEZ ଓ କମ୍ବୋଡିଆରୁ ଫେକ୍ କଲ୍ ସେଣ୍ଟରରେ କାମ କରିବା ପାଇଁ ଚାପ ପକାଯାଉଥିଲା। ଏହି କଲ୍ ସେଣ୍ଟରଗୁଡିକ ବିଦେଶୀ ନାଗରିକଙ୍କ ଦ୍ୱାରା ପରିଚାଳିତ ହେଉଥିବା ଏନ୍‌ଆଇଏର ତଦନ୍ତରୁ ଜଣାପଡିଛି।  ଭାରତରେ ଏହି ରାକେଟ ମହାରାଷ୍ଟ୍ର, ପଞ୍ଜାବ, ଦିଲ୍ଲୀ, ହରିୟାଣା, ଗୁଜରାଟ, ୟୁପି ଏବଂ ବିହାର ଭଳି ଅନେକ ରାଜ୍ୟରେ ବ୍ୟାପିଥିବା ସୂଚନା ମିଳିଛି।

NIA Investigation YouTuber Bobby Kataria Arrested Human Trafficking
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe