Advertisment

Blast in Delhi: ଲାଲକିଲ୍ଲା ବିସ୍ଫୋରଣ: ମିଳିଲା ନାଲି ରଙ୍ଗର ଟେରର କାର୍‌

ଫରିଦାବାଦର ଖାଣ୍ଡାୱାଲି ଗାଁ ନିକଟରେ ଗାଡ଼ିଟି ପାର୍କିଂ ହୋଇଥିବା ବେଳେ ପୁଲିସ୍‌ ଏହାକୁ ଠାବ କରିବାକୁ ସକ୍ଷମ ହୋଇଛି। କାର ଭିତରୁ ଏଯାଏ କୌଣସି ପ୍ରକାରର ବିସ୍ଫୋରଣ କିମ୍ବା ଆପତ୍ତିଜନକ ଜିନିଷ ମିଳି ନଥିବା ପୁଲିସ୍‌ ସ୍ପଷ୍ଟ କରିଛି। ତଥାପି ଏହାର ଯାଞ୍ଚ କରାଯାଉଛି।

eco-sports

ଜବତ ନାଲି କାର୍‌

Advertisment

ଲାଲକିଲ୍ଲା ବିସ୍ଫୋରଣ ପରେ ଅନ୍ତର୍ଧାନ ହୋଇଯାଇଥିବା ନାଲି ରଙ୍ଗର ଫୋର୍ଡ ଇକୋ ସ୍ପୋର୍ଟ ଟେରର କାର୍‌କୁ ଠାବ କରିଛି ପୁଲିସ। ହରିୟାଣା ପୁଲିସ୍‌ ଏହି ଗାଡ଼ିକୁ ଫରଦିବାଦରରୁ ଠାବ କରିଛି।

Advertisment

ଫରିଦାବାଦର ଖାଣ୍ଡାୱାଲି ଗାଁ ନିକଟରେ ଗାଡ଼ିଟି ପାର୍କିଂ ହୋଇଥିବା ବେଳେ ପୁଲିସ୍‌ ଏହାକୁ ଠାବ କରିବାକୁ ସକ୍ଷମ ହୋଇଛି। କାର ଭିତରୁ ଏଯାଏ କୌଣସି ପ୍ରକାରର ବିସ୍ଫୋରଣ କିମ୍ବା ଆପତ୍ତିଜନକ ଜିନିଷ ମିଳି ନଥିବା ପୁଲିସ୍‌ ସ୍ପଷ୍ଟ କରିଛି। ତଥାପି ଏହାର ଯାଞ୍ଚ କରାଯାଉଛି। 

ଦିଲ୍ଲୀ ବିସ୍ଫୋରଣ(Blast in Delhi) ପରେ ଏହି ନାଲି କାର୍‌ର ପତ୍ତା ମିଳୁ ନଥିବାରୁ ଦିଲ୍ଲୀ ପୁଲିସ୍‌ ସମସ୍ତ ଥାନା, ପୋଷ୍ଟ ଓ ସୀମାନ୍ତ ଚେକପୋଷ୍ଟରେ ଆଲର୍ଟ ଜାରି କରିଥିଲା। କାରକୁ ଠାବ କରିବାକୁ ୫ଟି ସ୍ୱତନ୍ତ୍ର ଟିମ ମଧ୍ୟ ଗଠନ କରାଯାଇଥିଲା। ଲାଲକିଲ୍ଲା କାର ବିସ୍ଫୋରଣର ସନ୍ଦିଗ୍ଧ ଡାକ୍ତର ଉମର ନବି ସହ ଏହି କାର ଜଡ଼ିତ। ତେଣୁ ଏହି କାରକୁ ବ୍ୟବହାର କରି ପୁଣି କେହି ଆକ୍ରମଣ କରିପାରେ ବୋଲି ଆଶଙ୍କା କରି ଦିଲ୍ଲୀ ପୁଲିସ୍‌ ଏପରି ପଦକ୍ଷେପ ନେଇଥିଲା। 

Advertisment

ଲାଲକିଲ୍ଲା ବିସ୍ଫୋରଣର ତଦନ୍ତ ଚାଲିଥିବା ବେଳେ ଜଣାପଡ଼ିଥିଲା ଯେ ସନ୍ଦିଗ୍ଧ ହମଲାକାରୀ ପାଖରେ ହୁଣ୍ଡାଇ ଆଇ ୨୦ ବ୍ୟତୀତ ଗୋଟିଏ ନାଲି ରଙ୍ଗର କାର ରହିଥିଲା। ହୁଣ୍ଡାଇ କାର ସୋମବାର ବିସ୍ଫୋରଣରେ ବ୍ୟବହାର ହୋଇଥିଲା। କିନ୍ତୁ ଇକୋ ସ୍ପୋର୍ଟ କାରର ପତ୍ତା ମିଳି ନଥିଲା। ଦିଲ୍ଲୀ ପୁଲିସ୍‌ ପକ୍ଷରୁ  କାରକୁ ଠାବ କରିବା ପାଇଁ ପଡ଼ୋଶୀ ଉତ୍ତର ପ୍ରଦେଶ ଓ ହରିୟାଣା ପୁଲିସ ସହାୟତା ଲୋଡ଼ା ଯାଇଥିଲା।

ନାଲି ରଙ୍ଗର ଫୋର୍ଡ ଇକୋ ସ୍ପୋର୍ଟ ଦିଲ୍ଲୀ ବିସ୍ଫୋରଣର ମୁଖ୍ୟ ସନ୍ଦିଗ୍ଧ ଡାକ୍ତର ଉମର ଉନ ନବି ନାଁରେ ପଞ୍ଜିକରଣ ହୋଇଥିଲା। ଏହାର ନମ୍ବର ହେଉଛି DL10CK0458। ଦିଲ୍ଲୀର ରଜୌରୀ ଗାର୍ଡେନ ଆରଟିଓରେ ଏହା ୨୦୧୭ ନଭେମ୍ବର ୨୨ରେ ପଞ୍ଜିକରଣ ହୋଇଥିଲା।

ତେବେ ଏହି ଗାଡ଼ି କିଣିବା ପାଇଁ ଉମର ଉତ୍ତରପୂର୍ବ ଦିଲ୍ଲୀର ଗୋଟିଏ ନକଲି ଠିକଣା ଦେଇଥିଲା। ଏହି ଠିକଣାରେ ପୁଲିସ୍‌ ମଙ୍ଗଳବାର ରାତିରେ ପହଞ୍ଚିଥିଲେ ହେଁ କିଛି ବି ପାଇନି। ମଦ୍ରାସା ଚଳାଉଥିବା ବ୍ୟକ୍ତିଙ୍କ ନାଁରେ ଏହା ପଞ୍ଜିକରଣ ହୋଇଥିବା ପୁଲିସ୍‌ ଜାଣିବାକୁ ପାଇଥିଲା। ଏବେ କିନ୍ତୁ ନାଲି କାରର ପତ୍ତା ମିଳି ଯାଇଛି। 

Delhi Blast Blast In Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe