Advertisment

ହରିୟାଣା ନିର୍ବାଚନ: ଗୋଟିଏ ଦିନରେ ୨ କୋଟି ୮୪ ଲକ୍ଷ କ୍ୟାସ୍‌ ଜବତ

ବିଭିନ୍ନ ସ୍ଥାନରେ ପୁଲିସ୍‌ ଚେକିଂ ଅଭିଯାନ ଚାଲୁ ରଖିଥିବା ବେଳେ ଗତକାଲି ବିପୁଳ ପରିମାଣର ଟଙ୍କା ଜବତ କରିଛି।

author-image
Niharika Rout
Money Seized

Money Seized

ଆସନ୍ତା ୫ ତାରିଖରେ ହରିୟାଣାର ୯୦ଟି ଯାକ ବିଧାନସଭା ଆସନ ପାଇଁ ନିର୍ବାଚନ ହେବ। ଏହା ପୂର୍ବରୁ ରାଜ୍ୟରେ ନିର୍ବାଚନୀ ଆଚରଣ ବିଧି ଲାଗୁ ହୋଇ ସାରିଥିବା ବେଳେ ବିଭିନ୍ନ ସ୍ଥାନରେ ଚଢ଼ାଉ କରୁଛି ପୁଲିସ୍‌। ଏହି ଚଢ଼ାଉ ସମୟରେ ଗତକାଲି ୩ ଭିନ୍ନ ସ୍ଥାନରୁ ଜବତ ହୋଇଛି ୨ କୋଟି ୮୪ ଲକ୍ଷ ୬୫ ହଜାର ଟଙ୍କା।

Advertisment

ହରିୟାଣା ନିର୍ବାଚନକୁ ଆଉ ମାତ୍ର ଅଳ୍ପ ଦିନ ବାକିଥିବା ବେଳେ ଅବାଧ ରୂପେ ଯାଉଥିବା ନଗଦ ଟଙ୍କା, ନିଶା ଦ୍ରବ୍ୟ ତଥା ମଦର ଚୋରା କାରବାର ପରେ ଶକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନର। ତେଣୁ ବିଭିନ୍ନ ସ୍ଥାନରେ ପୁଲିସ୍‌ ଚେକିଂ ଅଭିଯାନ ଚାଲୁ ରଖିଥିବା ବେଳେ ଗତକାଲି ବିପୁଳ ପରିମାଣର ଟଙ୍କା ଜବତ କରିଛି।

ଫରିଦାବାଦ ପୁଲିସ୍‌ର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ଦିଲ୍ଲୀ- ଫରିଦାବାଦ ବର୍ଡରରେ ଥିବା ସରାୟ ଖ୍ୱାଜା ଥାନା, ସୁରଜକୁଣ୍ଡ ଥାନା ଅଞ୍ଚଳରେ ଏହି ଚଢ଼ାଉ କରାଯାଇଥିଲା। ପୁଲିସ୍‌ ଟିମ୍‌ ସହ ଅର୍ଥନୈତିକ ଅପରାଧ ଶାଖା ଅଧିକାରୀ ବି ସାମିଲ ହୋଇଥିଲେ। ଫଳରେ ୩ଟି ଭିନ୍ନ ଭିନ୍ନ ସ୍ଥାନରୁ ଏହି ସବୁ ଟଙ୍କାକୁ ଜବତ କରାଯାଇଛି। 

Advertisment

ଚେକିଂ ବେଳେ ଏକ ଗାଡ଼ିରୁ ୨ କୋଟି ୫୧ ଲକ୍ଷ ୬୫ ହଜାର କ୍ୟାସ୍‌ ଜବତ ହୋଇଥିଲା। ଅନ୍ୟ ଏକ ଗାଡ଼ିରୁ ୨୦ ଲକ୍ଷ ଜବତ ହୋଇଥିଲା। ଏହାପରେ ସୁରଜକୁଣ୍ଡ ରୋଡରୁ ଏକ ଗାଡ଼ିରୁ ୧୩ ଲକ୍ଷ କ୍ୟାସ୍‌ ଜବତ ହୋଇଥିବା ସେ କହିଛନ୍ତି।

ଏନେଇ ଗାଡ଼ି ଚାଳକଙ୍କୁ ପଚରାଯିବାରୁ ସେମାନେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନ ଥିଲେ। ଏହାପରେ ପୁଲିସ୍‌ କ୍ୟାସ୍‌ ଜବତ କରି ଆୟକର ବିଭାଗକୁ ହସ୍ତାନ୍ତର କରିଛି।

Election Haryana News