Advertisment

ଗାଈ ବେକ ଧରିଥିଲା ସିଂହ, ଅତିସାଧାରଣ ଉପାୟରେ ଚାଷୀ କଲେ ଉଦ୍ଧାର

ନା ମନରେ ଡର ଥିଲା। ନା ପ୍ରାଣ ଚାଲିଯିବାର ଭୟ। ଅତି ସାଧାରଣ ଭାବେ ଚାଲିଚାଲି ଆସି ନିଜ ଗାଈକୁ ସିଂହ ମୁହଁରୁ ବଞ୍ଚାଇଲେ ଚାଷୀ।

author-image
Niranjan Mishra
ଅଦ୍ୟତନ ହୋଇଛି
Farmer Saves His Cow

Farmer Saves His Cow

ନା ମନରେ ଡର ଥିଲା। ନା ପ୍ରାଣ ଚାଲିଯିବାର ଭୟ। ଅତି ସାଧାରଣ ଭାବେ ଚାଲିଚାଲି ଆସି ନିଜ ଗାଈକୁ ସିଂହ ମୁହଁରୁ ବଞ୍ଚାଇଲେ ଚାଷୀ। ଗୁଜୁରାଟରେ ଏହି ଘଟଣା ଘଟିଛି। ଏହି ବାଟଦେଇ କାର୍‌ରେ ଆସିଥିବା ଜଣେ ବ୍ୟକ୍ତି ଏହି ସମୟର ଭିଡିଓ ଉଠାଇ ପୋଷ୍ଟ କରିବା ପରେ ସୋସିଆଲ ମିଡ଼ିଆରେ ଖୁବ୍‌ ପ୍ରଶଂସାର ବିଷୟ ହୋଇଛି। ଗୁଜୁରାଟ ଜୁନାଗଡ଼ ଅନ୍ତର୍ଗତ କେଶୋଡ଼ର କର୍ପୋରେଟର ବିବେକ କୋଟାଦିଆ ଏହି ଭିଡିଓକୁ ଟ୍ୱିଟ କରି ଘଟଣାଟି ଗିର୍ ସୋମନାଥ ଜିଲ୍ଲାରେ ଘଟିଥିବା ଉଲ୍ଲେଖ କରିଛନ୍ତି। ନିଜ ଗାଈକୁ ରକ୍ଷା କରିବାକୁ ଚାଷୀ ଜଣକ କିପରି ନିର୍ଭୟରେ ଚାଲିଚାଲି ଆସି ରାସ୍ତା ପାଖରେ ପଡ଼ିଥିବା ଗୋଟାଏ ଟେକା ଉଠାଇ ସିଂହକୁ ମାରିବାକୁ ଚେଷ୍ଟା କରିଥିଲେ ଓ ଏହାକୁ ଡରି ସିଂହଟି ଗାଈ ବେକକୁ ଛାଡ଼ି ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲା ତାହା ବର୍ଣ୍ଣନା କରିଛନ୍ତି।

Advertisment

ଚାଷୀ ଜଣକ ପହଞ୍ଚିବା ପୂର୍ବରୁ ସିଂହଟି ଗାଈକୁ ଆକ୍ରମଣ କରିବା ସହ ତାର ବେକକୁ କାମୁଡ଼ି ଧରିଥିଲା। ଗାଈଟି ସିଂହ ପଞ୍ଝାରୁ ରକ୍ଷା ପାଇବା ପାଇଁ ବହୁ ଚେଷ୍ଟା କରୁଥିଲା। ସିଂହଟି ଗାଈର ବେକକୁ କାମୁଡ଼ି ଧରିଥିବା ବେଳେ ପଞ୍ଝା ମାରି ତାକୁ ତଳେ ପକାଇ ଦେବାକୁ ଉଦ୍ୟମ କରୁଥିଲା। ଗାଈଟି ଜୀବନ ରକ୍ଷା କରିବାକୁ କେତେବେଳେ ରାସ୍ତାକୁ ଝୁଙ୍କି ହୋଇ ଆସୁଥାଏ ତ କେତେବେଳେ ବୁଦା ଆଡ଼କୁ ଚାଲି ଯାଉଥାଏ। ଏହା ଦେଖି ଏହି ବାଟ ଦେଇ ଯାଉଥିବା ଗାଡ଼ିଗୁଡ଼ିକ ଅଟକି ରହିଥିଲା। କାର୍‌ରେ ଥିବା ଜଣେ ପଥିକ ଏହି ସଂଘର୍ଷ ସମୟର ଭିଡ଼ିଓ କରିଥିଲେ। ଖାଦ୍ୟ ଖାଦକ ସାଜିଥିବା ଦୁଇ ପ୍ରାଣୀଙ୍କ ଏହି ସଂଘର୍ଷ ଭିତରେ ଚାଷୀ ଜଣକ ଅତି ସାଧାରଣ ଷ୍ଟାଇଲ୍‌ରେ ଘଟଣାସ୍ଥଳରେ ପହଞ୍ଚି ନିଜ ଗାଈର ଜୀବନ ରକ୍ଷା କରି ପାରିଥିଲେ। ଗାଈଟି ନିଜ ମାଲିକକୁ ଦେଖି ସତେଯେମିତି ଏହି ସଂଘର୍ଷରେ ଜିତି ଯାଇଥିବା ଦେଖିବାକୁ ମିଳିଛି।

Advertisment

ଚଳିତ ମାସରେ ଏକ ଭିଡିଓରେ ଏକ ମଇଁଷି କଡ଼ା ସଂଘର୍ଷ କରି କୁମ୍ଭୀର ମୁହଁରୁ ରକ୍ଷା ପାଇବାର ଭିଡ଼ିଓ ଖୁବ୍‌ ଲୋକପ୍ରିୟ ହୋଇଥିଲା। ଏଲିଫ୍ୟାଣ୍ଟ ୱାକ୍‌ ରିଟ୍ରିଟ୍ ମ୍ୟାନେଜର ଆଣ୍ଟାନି ବ୍ରିଟିଜ୍‌ ଏହି ଭିଡିଓ ସୁଟ୍‌ କରିଥିଲେ।

Farmer Gujarat Why This Life?