Advertisment

ବିଜେପି ପ୍ରାର୍ଥୀଙ୍କ ବିରୋଧରେ ବିକ୍ଷୋଭ ବେଳେ ଚାଷୀ ମୃତ

ସୁରକ୍ଷାକର୍ମୀମାନେ ତାଙ୍କୁ ଧକ୍କା ଦେଇ ତଳେ ପକାଇ ଦେଇଥିବା ବିକ୍ଷୋଭକାରୀ କୃଷକମାନେ ଅଭିଯୋଗ କରିଛନ୍ତି।

BJP-candidate Preneet Kaur

BJP-candidate Preneet Kaur

Advertisment

ବିଜେପି ପ୍ରାର୍ଥୀଙ୍କୁ ବିରୋଧ। ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କଲେ ଚାଷୀ। ଏହି ସମୟରେ ଜଣେ କୃଷକଙ୍କ ମୃତ୍ୟୁ ହୋଇଛି। ପଞ୍ଜାବ ପଟିଆଲାରେ ଘଟିଛି ଏଭଳି କିଛି ଘଟଣା।

Advertisment

ପଟିଆଲାରେ ବିଜେପି ପ୍ରାର୍ଥୀ ପରନୀତ କୌରଙ୍କ ବିରୋଧରେ ସିହରା ଗାଁ କୃଷକମାନେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ସମୟରେ ଜଣେ ୬୦ ବର୍ଷୀୟ ଚାଷୀ ସୁରିନ୍ଦର ପାଲ୍‌ ତଳେ ପଡି ଯାଇଥିଲେ। ଫଳରେ ତାଙ୍କର ମୃତ୍ୟୁ ହୋଇଛି। ସୁରକ୍ଷାକର୍ମୀମାନେ ତାଙ୍କୁ ଧକ୍କା ଦେଇ ତଳେ ପକାଇ ଦେଇଥିବା ବିକ୍ଷୋଭକାରୀ କୃଷକମାନେ ଅଭିଯୋଗ କରିଛନ୍ତି।

ସେପଟେ ବିଜେପି ପ୍ରାର୍ଥୀ ପରନୀତ କୌର ଏକ ଭିଡିଓ ଜାରି କରିଛନ୍ତି। ଏହି ଭିଡିଓରେ ପ୍ରଦର୍ଶନ ସମୟରେ କୃଷକ ଜଣକ ତଳେ ପଡ଼ିଥିବା ଦେଖିବାକୁ ମିଳିଛି। କିସାନ ମଜଦୁର ସଂଘର୍ଷ ସମିତି ନେତା ସରଓ୍ୱନ ସିଂହ ପାଣ୍ଡେର୍ କହିଛନ୍ତି, ଘଟଣା ପରେ ସୁରିନ୍ଦର ପାଲ ସିଂହଙ୍କୁ ରାଜପୁରା ସିଭିଲ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ।

Advertisment

ସେପଟେ ଏହି ଘଟଣାକୁ ନେଇ ବିଜେପି ପ୍ରାର୍ଥୀ ପରନୀତ କୌର ଦୁଃଖ ପ୍ରକାଶ କରିଛନ୍ତି। ଏଥିସସହ ରବିବାର ଯାଏ ନିଜ ପ୍ରଚାର କାର୍ଯ୍ୟକ୍ରମକୁ ରଦ୍ଦ କରିଛନ୍ତି।

କୃଷକମାନେ ପରନୀତ କୌରଙ୍କ ବିରୋଧରେ କଳା ପତାକା ପ୍ରଦର୍ଶନ କରିବା ସହ ତାଙ୍କ ଗାଡିକୁ ଅଟକାଇ ଥିଲେ। ଏହି ସମୟରେ ପୁଲିସ ତାଙ୍କୁ ଗାଡି ବନ୍ଦ ନକରିବାକୁ ଅନୁରୋଧ କରିଥିଲା। ଲୋକସଭା ନିର୍ବାଚନ ପାଇଁ ପ୍ରଚାର କରୁଥିବା ବେଳେ ବିଜେପି ପ୍ରାର୍ଥୀ ଚାଷୀଙ୍କ ବିରୋଧର ସମ୍ମୁଖୀନ ହୋଇଥିଲେ।

BJP Candidate Loksabha Election 2024 Farmer Protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe