Advertisment

ଟମାଟୋ ଏବେ ସୁନା: ମାସକରେ ଏହି ଚାଷୀଙ୍କ ଆୟ ୧.୮ କୋଟି ଛୁଇଁଲା

ସମୟ ବଦଳିବା ସହ ତାଙ୍କର ଭାଗ୍ୟ ବଦଳିଛି। ଚାଷୀ ଏମ ମହିପାଲ ରେଡ୍ଡୀ ଏବେ ଟମୋଟା ବିକ୍ରି କରି କୋଟିପତି ହୋଇ ଯାଇଛନ୍ତି। ତାଙ୍କର ଜ୍ୟାକପଟ ଲାଗି ଯାଇଛି।

ଅଦ୍ୟତନ ହୋଇଛି
Farmer

Farmer

Advertisment

ସ୍କୁଲ ପାଠପଢ଼ା କଷ୍ଠ ଥିଲା ଓ ସେ ୧୦ମ ଶ୍ରେଣୀ ଡେଇଁବାକୁ ସକ୍ଷମ ହୋଇ ନଥିଲେ। ସ୍କୁଲ ପାଠପଢ଼ା ଅଧାରୁ ବନ୍ଦ ହେବା ପରେ ସେ ଚାଷ କରିବା ଆରମ୍ଭ କରିଥିଲେ। କିନ୍ତୁ ଚାଷ କାମ କରିବା ମଧ୍ୟ ତାଙ୍କ ପାଇଁ ସହଜ ନଥିଲା।

Advertisment

କଷ୍ଟମଷ୍ଟେ ଯାହା ବି କ୍ଷେତରେ ଉତ୍ପାଦନ କରୁଥିଲେ, ନିଜର ଜାହିଦା ମେଣ୍ଟାଇବାକୁ ଏହା ସହାୟକ ହେଉ ନଥିଲା। କିନ୍ତୁ ସମୟ ବଦଳିବା ସହ ତାଙ୍କର ଭାଗ୍ୟ ବଦଳିଛି। ଚାଷୀ ଏମ ମହିପାଲ ରେଡ୍ଡୀ ଏବେ ଟମୋଟା ବିକ୍ରି କରି କୋଟିପତି ହୋଇ ଯାଇଛନ୍ତି। ତାଙ୍କର ଜ୍ୟାକପଟ ଲାଗି ଯାଇଛି।

ମାତ୍ର ମାସକ ମଧ୍ୟରେ ଅର୍ଥାତ ଜୁନ ୧୫ରୁ ଇତି ମଧ୍ୟରେ ସେ ଟମାଟୋ ବିକ୍ରି କରି ୧.୮ କୋଟି ଟଙ୍କା ଆୟ କରିଛନ୍ତି। ବର୍ତ୍ତମାନ ଟମାଟୋ ସୁନା ପାଲଟି ଯାଇଥିବା ବେଳେ ମାର୍କେଟରେ ଏହାର ଦାମ ଯଥେଷ୍ଟ ଅଧିକ ରହିଛି। ଏହି ଦର ବୃଦ୍ଧି ତେଲେଙ୍ଗାନାର ମେଡାକ ଅନ୍ତର୍ଗତ କୋୱଡିପାଲ୍ଲୀ ଗାଁରେ ରହୁଥିବା ମହିପାଲଙ୍କୁ ରାତାରାତି କୋଟିପତି କରି ଦେଇଛି।

Advertisment

ଦରବୃଦ୍ଧି ଓ ଆନ୍ଧ୍ର ପ୍ରଦେଶରୁ ଟମାଟୋ ଠିକ ଭାବେ ନ ଆସି ପାରିବା ମହିପାଲଙ୍କ ପାଇଁ ଆଶୀର୍ବାଦ ସାବ୍ୟସ୍ତ ହୋଇଛି। ଆନ୍ଧ୍ର ପ୍ରଦେଶରୁ ଟମାଟୋ ଆସୁ ନଥିବାରୁ ହାଇଦ୍ରାବାଦରେ ଏହାର ଅଭାବ ଦେଖା ଦେଇଥିଲା। ଏହାର ଫାଇଦା ଉଠାଇ ମହିପାଲ ହାଇଦ୍ରାବାଦ ମାର୍କେଟକୁ ଟମାଟୋ ଯୋଗାଇବା ଆରମ୍ଭ କରିଛନ୍ତି। ସେ ଉତ୍ପାଦନ କରିଥିବା ଟମାଟୋକୁ କେଜି ପିଛା ୧୦୦ରୁ ଅଧିକ ଟଙ୍କାରେ ମାର୍କେଟରେ ବିକ୍ରି କରିଛନ୍ତି।

ସେ କହିଛନ୍ତି, “ମୁଁ ଏପ୍ରିଲ ୧୫ରେ ୮ ଏକର ଜମିରେ ଟମାଟୋ ଚାଷ ଆରମ୍ଭ କରିଥିଲି। ଜୁନ ୧୫ରୁ ଟମାଟୋ ତୋଳା ଆରମ୍ଭ ହୋଇଥିଲା। ମୋର ଟମାଟୋ ଗ୍ରେଡ ଏର। ଏହାର ସୁରକ୍ଷା ପାଇଁ ପୂରା କ୍ଷେତରେ ମୁଁ ଜାଲର ବ୍ୟବସ୍ଥା ମଧ୍ୟ କରିଥିଲି। ଅବଶ୍ୟ ଲଗାଣ ବର୍ଷା ଯୋଗୁ କିଛି ଫସଲ ନଷ୍ଟ ହୋଇଯାଇଛି।

କିନ୍ତୁ ମୋ ଆୟ ଚଳିତ ସଜିନରେ ବେଶ ସହଜରରେ ୨ କୋଟି ପାର କରିବ ବୋଲି ଆଶା ଅଛି। ଏବେ ମୁଁ ୧.୮୦ କୋଟି ଟଙ୍କା ଆୟ କରି ସାରିଲିଣି। ଏବେ ବି ଆଉ ୪୦% ଉତ୍ପାଦ ମୋ ପାଖରେ ରହିଛି।”

ମହିପାଲଙ୍କର ୧୦୦ ଏକର ଜମି ରହିଛି। ସେ ୪ ବର୍ଷ ହେଲାଣି ୪୦ ଏକର ଜମିରେ ଟମାଟୋ ଓ ଅନ୍ୟାନ୍ୟ ପନିପରିବା ଚାଷ ଆରମ୍ଭ କରିଥିଲେ। ବାକି ଜମିରେ ଧାନ ଚାଷ କରନ୍ତି।

ମହିପାଲ କହିଛନ୍ତି, “ଉପଯୁକ୍ତ ଉପାୟ ଅବଲମ୍ବନ କରିବାକୁ ମୋତେ ବେଶ କିଛି ସମୟ ଲାଗିଥିଲା। ପ୍ରଥମ ଉତ୍ପାଦନ ପରେ ଲାଭ ମିଳି ନଥାଏ। ଏଥିପାଇଁ ବେଶ ସମୟ ଲାଗିଥାଏ।”

ମହିପାଲ ଏଯାଏ ୨୫ କେଜି ଲେଖାଏ ୭ ହଜାର ବସ୍ତା ଟମାଟୋ ବିକ୍ରି କରି ସାରିଲେଣି। ଏବେ ସେ ଆହୁରି ଅନେକ ଟମାଟୋ ବିକ୍ରି କରିବାର ଅଛି। ଅଧିକ ଲାଭ ସହ ଖର୍ଚ୍ଚ କାଟ ପାଇଁ ସେ ଏବେ ଡ୍ରୋନ୍‌ର ମଧ୍ୟ ବ୍ୟବହାର କରିବାକୁ ନିଷ୍ପତ୍ତି ନେଇଛନ୍ତି।

Farmer Telengana
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe