Advertisment

ଅନଲାଇନ୍‌ରେ ହସ୍ପିଟାଲ ନମ୍ବର ଖୋଜି ୯୯,୦୦୦ ଟଙ୍କା ହରାଇଲେ ଚାଷୀ

ଫୋନ ଯୋଗେ ପ୍ରଫୁଲ ତାଙ୍କ ପୁତୁରାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା କହିଥିଲେ ଓ ଡାକ୍ତରଙ୍କ ସହ ଦେଖା କରିବାକୁ ଚାହିଁଥିଲେ। ଏହା ଶୁଣି ଫୋନ ଧରିଥିବା ବ୍ୟକ୍ତି ୫ ଟଙ୍କା ଦେଇ ବୁକିଂ କରିବାକୁ ପରାମର୍ଶ ଦେଇଥିଲେ ଓ ଗୋଟିଏ ଲିଙ୍କ ପଠାଇ ରୋଗୀଙ୍କ ସମ୍ପର୍କରେ ଉଲ୍ଲେଖ କରିବାକୁ କହିଥିଲେ।

Cyber Fraud

Cyber Fraud

Advertisment

ଲୋଭରରେ ପଡ଼ି ନିଜର ସର୍ବସ୍ୱ ହରାଇଛନ୍ତି ଜଣେ ଚାଷୀ। ମାତ୍ର ୫ ଟଙ୍କାରେ ଘରୋଇ ନର୍ସିଂ ହୋମ୍‌ରେ ଡାକ୍ତରଙ୍କୁ ସାକ୍ଷାତ କରିବା ଲୋଭରେ ଜଣେ ଚାଷୀ ୯୯ ହଜାର ଟଙ୍କା ହରାଇଛନ୍ତି। ସାଇବର ଠକ ମାନେ ଚାଷୀ ଜଣଙ୍କୁ ୫ ଟଙ୍କିଆ ଲୋଭ ଦେଖାଇ ତାଙ୍କ ଆକାଉଣ୍ଟରୁ ଏତେ ପରିମାଣର ଟଙ୍କା ଲୁଟି ନେଇଛନ୍ତି।

Advertisment

ଗୁଜରାଟ ଅନ୍ତର୍ଗତ ଜୁନାଗଡ଼ର ପ୍ରଫୁଲ ଭରଦା ମାର୍ଚ୍ଚ ମାସରେ ଠକାମୀର ଶିକାର ହୋଇଥିବା ବେଳେ ଏପ୍ରିଲ ମାସରେ ପୁଲିସ୍‌ରେ ଅଭିଯୋଗ କରିଥିଲେ। ତେବେ ପୁଲିସ୍‌ କୌଣସି ପ୍ରକାରର ପଦକ୍ଷେପ ନ ନେବାରୁ ସେ ଗତ ସପ୍ତାହରେ ସାଇବର କ୍ରାଇମ ପୁଲିସ୍‌ ଷ୍ଟେସନରେ ଏନେଇ ବିଧିବଦ୍ଧ ଭାବେ ଲିଖିତ ଅଭିଯୋଗ କରିଛନ୍ତି।

ପ୍ରଫୁଲଙ୍କ ପୁତୁରା ମାର୍ଚ୍ଚ ୨୭ରେ ଅସୁସ୍ଥ ହୋଇଥିଲେ। ଏଥିପାଇଁ ସେ ତାଙ୍କୁ କେଶୋଡରେ ଥିବା ଗୋଟିଏ ଘରୋଇ ହସ୍ପିଟାଲରୁ ନେବାକୁ ଚାହିଁଥିଲେ। ଏଥିପାଇଁ ସେ ଗୁଗଲରେ ହସ୍ପିଟାଲର ନମ୍ବର ଖୋଜିବା ଆରମ୍ଭ କରିଥିଲେ। ଶେଷରେ ତାଙ୍କୁ ଗୋଟିଏ ମୋବାଇଲ ନମ୍ବର ମିଳିଥିଲା। ସେ ଏହି ନମ୍ବରକୁ କଲ୍‌ କରିବାରୁ ଏହାକୁ ଉଠାଇଥିବା ଜଣେ ବ୍ୟକ୍ତି ନିଜକୁ ହସ୍ପିଟାଲର ରିସେପନ୍ସିଷ୍ଟ ବୋଲି ପରିଚୟ ଦେଇ କଥା ହୋଇଥିଲେ।

Advertisment

ଫୋନ ଯୋଗେ ପ୍ରଫୁଲ ତାଙ୍କ ପୁତୁରାଙ୍କ ସ୍ୱାସ୍ଥ୍ୟାବସ୍ଥା କଥା କହିଥିଲେ ଓ ଡାକ୍ତରଙ୍କ ସହ ଦେଖା କରିବାକୁ ଚାହିଁଥିଲେ। ଏହା ଶୁଣି ଫୋନ ଧରିଥିବା ବ୍ୟକ୍ତି ୫ ଟଙ୍କା ଦେଇ ବୁକିଂ କରିବାକୁ ପରାମର୍ଶ ଦେଇଥିଲେ ଓ ଗୋଟିଏ ଲିଙ୍କ ପଠାଇ ରୋଗୀଙ୍କ ସମ୍ପର୍କରେ ଉଲ୍ଲେଖ କରିବାକୁ କହିଥିଲେ।

ପ୍ରଫୁଲ ଲିଙ୍କକୁ କ୍ଲିକ କରି ତାଙ୍କ ପୁତୁରାଙ୍କ ସମ୍ପର୍କରେ ସବୁ ତଥ୍ୟ ଦେଇଥିଲେ ଓ ଡାକ୍ତରଙ୍କୁ ଦେଖା କରିବା ପାଇଁ ୫ ଟଙ୍କା ମଧ୍ୟ ୟୁପିଆଇ ଆଇଡି ଦ୍ୱାରା ପଠାଇଥିଲେ। ଦିନକ ପରେ ପ୍ରଫୁଲଙ୍କ ବ୍ୟାଙ୍କରୁ ଗୋଟିଏ ମେସେଜ ଆସିବା ସହ ୯୯ ହଜାର ଟଙ୍କା ଉଠାଣ ହୋଇଥିବା କୁହାଯାଇଥିଲା।

ଏହା ଦେଖି ପ୍ରଫୁଲ ପୂରା ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେ ତୁରନ୍ତ ମୋବାଇଲ ବ୍ୟାଙ୍କିଂ ଦ୍ୱାରା ନିଜର ଆକାଉଣ୍ଟକୁ ବ୍ଲକ କରିଥିଲେ ଓ ବ୍ରାଞ୍ଚ ସହ ଯୋଗାଯୋଗ କରିଥିଲେ। ବ୍ୟାଙ୍କ କର୍ତ୍ତୃପକ୍ଷ ହିଁ ତାଙ୍କୁ ସାଇବର ଠକେଇ ସମ୍ପର୍କରେ କହିବା ସହ ପୁଲିସ୍‌ର ଦ୍ୱାରସ୍ଥ ହେବାକୁ ପରାମର୍ଶ ଦେଇଥିଲେ।

ପୁଲିସ୍‌ କହିଛି ଯେ “ପ୍ରଫୁଲଙ୍କ ଆକାଉଣ୍ଟରୁ ଗୋଟିଏ ଘରୋଇ ବ୍ୟାଙ୍କରେ ଥିବା ଆକାଉଣ୍ଟକୁ ଟଙ୍କା ଯାଇଛି। ଟଙ୍କା ଆକାଉଣ୍ଟକୁ ଯିବା ପରେ ତୁରନ୍ତ ଏହାକୁ ଏଟିଏମ ଦ୍ୱାରା ଉଠା ଯାଇଛି। ଏବେ ଘଟଣାର ଅଧିକ ତଦନ୍ତ କରାଯାଉଛି।”

Farmer Cyber Crime Cyber Fraud
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe