Advertisment

ଚାଷୀଙ୍କ ଦିଲ୍ଲୀ ଚଲୋ ଡାକରା; ସୀମା ସିଲ୍‌ ସହ ଲାଗୁ ହେଲା ୧୪୪ ଧାରା

ଏହି ଆଲୋଚନାରେ ମୁଖ୍ୟତଃ ୬ଟି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ସେଥି ମଧ୍ୟରୁ ୩ଟିରେ ସହମତି ହୋଇଥିବା ବେଳେ ଆଉ ୩ଟିର ସମାଧାନାର ବାଟ ଫିଟି ପାରି ନ ଥିଲା।

Security

Security

Advertisment

କେନ୍ଦ୍ର ସରକାରଙ୍କ ସହ ଗତ ରାତିରେ ହୋଇଥିବା ଆଲୋଚନା ବିଫଳ ହେବା ପରେ ଆଜି ଦିଲ୍ଲୀମୁହାଁ ହୋଇଛନ୍ତି ବିଭିନ୍ନ ଚାଷୀ ସଂଗଠନର ହଜାର ହଜାର ଚାଷୀ । ଦିନ ୧୦ଟା ବେଳେ ଆନ୍ଦୋଳନ ଥିବା ବେଳେ ରାସ୍ତାକୁ ଓହ୍ଲାଇଛନ୍ତି ପ୍ରାୟ ୨୦ ହଜାର ଚାଷୀ । ଏଥିପାଇଁ ଦିଲ୍ଲୀ ସୀମାକୁ ବିଭିନ୍ନ ସ୍ଥାନରେ ସିଲ୍‌ କରି ଦିଆଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

Advertisment

ଗତରାତିରେ ଚଣ୍ଡିଗଡ଼ରେ ଉଭୟ କେନ୍ଦ୍ର ସରକାର ଓ ଚାଷୀ ସଙ୍ଗଠନ ମଧ୍ୟରେ ପ୍ରାୟ ୫ ଘଣ୍ଟା କାଳ ଆଲୋଚନା ଚାଲିଥିଲା । କେନ୍ଦ୍ର ସରକାରଙ୍କ ତରଫରୁ ଖାଦ୍ୟ ଓ ଉପଭୋକ୍ତା ମନ୍ତ୍ରୀ ପୀୟୂଷ ଗୋୟଲ ଓ କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଯୋଗ ଦେଇଥିଲେ। ସେମାନେ ଦୀର୍ଘ ସମୟ ଧରି ଚାଷୀଙ୍କ ସହ ଆଲୋଚନା କରିଥିବା ବେଳେ ଉଭୟ ପକ୍ଷ ମଧ୍ୟରେ ସହମତି ହୋଇ ପାରି ନ ଥିଲା।

securityଦିଲ୍ଲୀ ସୀମାରେ ତାର ବାଡ଼ ଦିଆଯାଇଛି।

ଏହି ଆଲୋଚନାରେ ମୁଖ୍ୟତଃ ୬ଟି ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ସେଥି ମଧ୍ୟରୁ ୩ଟିରେ ସହମତି ହୋଇଥିବା ବେଳେ ଆଉ ୩ଟିର ସମାଧାନାର ବାଟ ଫିଟି ପାରି ନ ଥିଲା।

Advertisment

ଉଭୟ ପକ୍ଷ ଆଲୋଚନାରେ ବିଜୁଳି ଆଇନ୍‌-୨୦୨୦କୁ ରଦ୍ଦ କରିବା, ଉତ୍ତରପ୍ରଦେଶର ଲକ୍ଷ୍ମୀପୁରରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାରଙ୍କୁ କ୍ଷତିପୂରଣ ଦେବା ଓ ଚାଷୀ ଆନ୍ଦୋଳନ ବେଳେ ଚାଷୀଙ୍କ ଉପରେ ଲଗା ଯାଇଥିବା ଅଭିଯୋଗ ଉଠାଇ ନେବା ଦାବି ଉପରେ ସହମତି ହୋଇଥିଲା।

କିନ୍ତୁ ଅନ୍ୟ ୩ଟି ପ୍ରମୁଖ ଦାବି ଫସଲର ସର୍ବନିମ୍ନ ମୂଲ୍ୟର ଗ୍ୟାରେଣ୍ଟି, ଚାଷୀ ନେଇଥିବା ଲୋନ୍‌କୁ ଛାଡ଼ କରିବା ଓ ସ୍ୱାମୀନାଥନ୍‌ ଆୟୋଗର ସୁପାରିଶକୁ ଲାଗୁ କରିବାକୁ ହେଉଥିବା ଦାବି ଉପରେ କୌଣସି ସହମତି ହୋଇ ପାରି ନ ଥିବା କହିଛି ସଂଯୁକ୍ତ କିଷାନ ମୋର୍ଚ୍ଚା ଏବଂ କିଷାନ ମଜଦୁର ମୋର୍ଚ୍ଚା।

ବୈଠକ ସରିବା ପରେ କିଷାନ ମଜଦୁର ସଂଘର୍ଷ ସମିତି ନେତା ସରବନ ସିଂହ ପନ୍ଧେର କହିଛନ୍ତି, ଦିଲ୍ଲୀ ଚଲୋ ଅଭିଯାନ ଜାରି ରହିଛି। ଏନେଇ ଚାଷୀ ସଙ୍ଗଠନର ଏକ ପ୍ରତିନିଧି ମଣ୍ଡଳ କହିଛି, ୨ ବର୍ଷ ପୂର୍ବେ ସରକାର ଆମର ଅଧା ଦାବି ପୂରଣ କରିବା ନିମନ୍ତେ ଲିଖିତ ଭାବେ ପ୍ରତିଶ୍ରୁତି ଦେଇଥିଲେ। ଆମେ ଏହାର ଶାନ୍ତିପୂର୍ଣ୍ଣ ସମାଧାନ ଚାହୁଛୁ। ମାତ୍ର ସରକାର ବିଶ୍ୱସ୍ତ ନୁହଁ। ସେ କେବଳ ସମୟ ଅପଚୟ କରିବା ଜାଣିଛି।

Policeଦିଲ୍ଲୀ ସୀମାରେ ମୁତୟନ ହୋଇଥିବା ପୁଲିସ୍‌ ଫୋର୍ସ।

କୃଷକଙ୍କ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ କଟକଣା ଜାରି କରିଛନ୍ତି କମିଶନର। ଉତ୍ତରପ୍ରଦେଶ ଓ ହରିୟାଣାରୁ ଦିଲ୍ଲୀକୁ ସଂଯୋଗ କରୁଥିବା ରାସ୍ତାକୁ ସିଲ୍‌ କରି ଦିଆଯାଇଛି। ଏହି ରାସ୍ତାରେ କଣ୍ଟା ତାର ବାଡ଼ ଘେରା ଯାଇଛି। ସିନ୍ଧୁ ବର୍ଡର ଓ ଗାଜିପୁର ବର୍ଡରରେ ବ୍ୟାରିକେଟ କରାଯାଇଛି।  ମାର୍ଚ୍ଚ ୧୨ ଯାଏଁ ଦିଲ୍ଲୀରେ ବଡ଼ଧରଣର ସମାବେଶ ଉପରେ ରୋକ୍ ଲଗାଯାଇଛି।

 ରାଜଧାନୀ ଭିତରକୁ ଟ୍ରାକ୍ଟର ପ୍ରବେଶ ବାରଣ କରିବା ସହ ପିସ୍ତଲ, ଦହନଶୀଳ ପଦାର୍ଥ, ଅସ୍ତ୍ରଶସ୍ତ୍ର ପ୍ରବେଶ ଉପରେ ବି କଟକଣା ଜାରି ହୋଇଛି। ଇଟା, ପଥର, ପେଟ୍ରୋଲ ବୋମା ଏବଂ ସୋଡ଼ା ବୋତଲ ଉପରେ ମଧ୍ୟ ପୋଲିସର ନଜର ରହିବ।

କୃଷକଙ୍କୁ ଦିଲ୍ଲୀ ସୀମାରୁ ଦୂରରେ ରଖିବାକୁ ପୁଲିସ କରିଛି ବ୍ୟାପକ ବ୍ୟବସ୍ଥା। ଦିଲ୍ଲୀ-ଉତ୍ତପ୍ରଦେଶ ସୀମାରେ ୧୪୪ ଧାରି ଜାରି କରି ସୁରକ୍ଷା କଡାକଡି କରାଯାଇଛି।

ମାତ୍ର କୌଣସି ବି ପ୍ରତିବନ୍ଧକ ଆମକୁ ଦିଲ୍ଲୀ ଯିବା ନିମନ୍ତେ ରୋକି ପାରିବନି ବୋଲି କହିଛି ଚାଷୀ ସଙ୍ଗଠନ । କାରଣ ଯେତେ ବଡ଼ ବ୍ୟାରିକେଟ ହେଲେ ବି ଆମେ ଅଧ ଘଣ୍ଟାରେ ତାହାକୁ ଚୂରମାର କରି ଦେବୁ ବୋଲି ଚାଷୀ ସଙ୍ଗଠନ କର୍ମକର୍ତ୍ତା କହିଛନ୍ତି। ରଣହୁଙ୍କାର ଦେଉଥିବା ଚାଷୀଙ୍କ ଉପରେ କାବୁ ପାଇବା ନିମନ୍ତେ ଡ୍ରୋନର ସାହାଯ୍ୟ ନେବ ଦିଲ୍ଲୀ ପୁଲିସ୍‌ । ଡ୍ରୋନ୍‌ ଜରିଆରେ ସେମାନଙ୍କ ଉପରେ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିବାକୁ ଯୋଜନା କରିଛି ଦିଲ୍ଲୀ ପୁଲିସ୍‌। 

ଏହି ଆନ୍ଦୋଳନରେ ୨୫୦ରୁ ଅଧିକ ଚାଷୀ ସଙ୍ଗଠନ ସାମିଲ ଅଛନ୍ତି। ୧୫୦ ଚାଷୀ ସଙ୍ଗଠନକୁ ନେଇ ଗଠିତ ସଂଯୁକ୍ତ କିଷାନ ମୋର୍ଚ୍ଚା ଡିସେମ୍ବରରେ ବିରୋଧ ପ୍ରଦର୍ଶନ ନିମନ୍ତେ ଚେତାବନୀ ଦେଇଥିଲେ। ଏହାପରେ ଆଜିଠୁ ପୁଣି ଥରେ ଆନ୍ଦୋଳନ ପାଇଁ ରଣହୁଙ୍କାର ଦେଇଛନ୍ତି ହଜାର ହଜାର ଚାଷୀ ।

Protest Delhi Farmer Protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe