Advertisment

୨୯ ଯାଏ ‘ଦିଲ୍ଲୀ ଚଲୋ’ ଆନ୍ଦୋଳନକୁ ବନ୍ଦ ରଖିଲେ ଚାଷୀ

ଆସନ୍ତା ୨୯ ତାରିଖ ଯାଏ ଚାଷୀଙ୍କ ଦିଲ୍ଲୀ ଚଲୋ ଆନ୍ଦୋଳନ ବନ୍ଦ ରହିବ।

Farmer

Farmer

Advertisment

ଏମଏସପି ଗ୍ୟାରେଣ୍ଟୀ ଆଇନ ଦାବି କରି ଦିଲ୍ଲୀ ଚଲୋ ଶୋଭାଯାତ୍ରା ଆରମ୍ଭ କରିଥିବା ଚାଷୀମାନେ ଆଜି ବଡ଼ ଘୋଷଣା କରିଛନ୍ତି। ଆସନ୍ତା ୨୯ ତାରିଖ ଯାଏ ଚାଷୀଙ୍କ ଦିଲ୍ଲୀ ଚଲୋ ଆନ୍ଦୋଳନ ବନ୍ଦ ରହିବ। ଏ ସମ୍ପର୍କରେ ଆଜି ଖାନେରି ସୀମାନ୍ତରେ ଚାଷୀ ସଂଗଠନର ନେତା ସରବନ ସିଂହ ପାନ୍ଧେର ସୂଚନା ଦେଇଛନ୍ତି।

Advertisment

ସେ କହିଛନ୍ତି, ଖାନଉରି ସୀମାନ୍ତରେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନରରେ ଭଠିଣ୍ଡାର ଜଣେ ଯୁବ ଚାଷୀଙ୍କ ଜୀବନ ଯାଇଥିଲା। ଏହି ଘଟଣାରେ ପୁଲିସ୍‌ ବିରୋଧରେ ଏଫଆଇଆର ରୁଜୁ କରାଯାଉ। ସେହିପରି ହରିଆଣା ସୀମାରେ ଆଜି ପୁଲିସ ଚାଷୀମାନଙ୍କୁ ମାଡ଼ ମାରିଛି। ଏଥିରେ ଅନେକ ଚାଷୀ ଆହତ ହୋଇଛି।

ଏସବୁ ଭିତରେ ଆସନ୍ତା ୨୯ ତାରିଖ ଯାଏ ଚାଷୀଙ୍କ ଦିଲ୍ଲୀ ଚଲୋ ଆନ୍ଦୋଳନ ବନ୍ଦ ରହିବ। ଏହି ସମୟ ସୀମା ମଧ୍ୟରେ ସରକାର ସମସ୍ତ ଦାବିକୁ ପୂରଣ ନ କଲେ ପୁଣି ଆନ୍ଦୋଳନ ଆରମ୍ଭ ହେବ ବୋଲି ସେ କହିଛନ୍ତି।

Advertisment
Farmer Farmer Protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe