Advertisment

କଳା ଦିବସ, ମହାପଞ୍ଚାୟତ ଓ ଶୋଭାଯାତ୍ରା : ବଡ଼ ଆନ୍ଦୋଳନ ପାଇଁ ଚାଷୀଙ୍କ ସଜବାଜ

ଏସ୍‌କେଏମ ଫେବୃଆରୀ ୨୩କୁ କଳା ଶୁକ୍ରବାର ଭାବେ ପାଳନ କରିବ।

author-image
Hemant Lenka
Farmer

Farmer

ସଂଯୁକ୍ତ କିଶାନ ମୋର୍ଚ୍ଚା(ଏସକେଏମ) ବିଶାଳ ଆନ୍ଦୋଳନର ଘୋଷଣା କରିଛି। ଏମଏସ୍‌ପି ଗ୍ୟାରେଣ୍ଟୀ ଆଇନ ଦାବିରେ ଚାଷୀମାନେ ମହାପଞ୍ଚାୟତ ଆୟୋଜନ କରିବେ। ମାର୍ଚ୍ଚ ୧୪ରେ ଦିଲ୍ଲୀରେ ମହାପଞ୍ଚାୟତ ବସିବ।

Advertisment

ଏ ସମ୍ପର୍କରେ ସୂଚନା ଦେଇ ଚାଷୀ ନେତା ରାକେଶ ଟିକାୟତ କହିଛନ୍ତି ଯେ ଏସ୍‌କେଏମ ଫେବୃଆରୀ ୨୩କୁ କଳା ଶୁକ୍ରବାର ଭାବେ ପାଳନ କରିବ। ପୁଲିସ୍‌ ଆକ୍ରମଣରେ ଖାନାଉରି ସୀମାରେ ଯୁବ ଚାଷୀଙ୍କ ମୃତ୍ୟୁ ପ୍ରତିବାଦରେ କଳା ଦିବସ ପାଳନ କରାଯିବ। ଘଟଣା ବିରୋଧରେ ଏଫଆଇଆର ଓ ମୃତକଙ୍କ ପରିବାରକୁ ୧ କୋଟି ଟଙ୍କାର କ୍ଷତି ପୂରଣ ପାଇଁ ମଧ୍ୟ ସେ ଦାବି କରିଛନ୍ତି।

ମୋର୍ଚ୍ଚ ପକ୍ଷରୁ ଆହୁରି କୁହାଯାଇଛି ଯେ ସେମାନେ ପୁଲିସ୍‌ କାର୍ଯ୍ୟାନୁଷ୍ଠାନ ବିରୋଧରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଓ ହରିଆଣା ଗୃହ ମନ୍ତ୍ରୀ ଅନୀଲ ବିଜଙ୍କ କୁଶପୁତ୍ତଳିକା ଦାହ କରିବେ। ଟିକାୟତ କହିଛନ୍ତି, ଫେବୃଆରୀ ୨୬ରେ ଦେଶର ବିଭିନ୍ନ ଜାତୀୟ ରାଜପଥରେ ଟ୍ରାକ୍ଟର ରାଲି ଆୟୋଜନ କରାଯିବ।

Advertisment

ଜାତୀୟ ରାଜପଥର ଗୋଟିଏ ପାର୍ଶ୍ୱରେ ରାଲି ହେବ ଓ ଅନ୍ୟ ପାର୍ଶ୍ୱରେ ସାଧାରଣ ଲୋକ ଯିବା ଆସିବା କରିବେ। ଆମେ ରାସ୍ତାର ଗୋଟିଏ ପାଖରେ କେବଳ ଟ୍ରାକ୍ଟର ରାଲି କରିବୁ। ପ୍ରଥମ କାର୍ଯ୍ୟକ୍ରମ ହେଲା କଳା ଦିବସ ବା ଆକ୍ରୋଶ ଦିବ। ଫେବୃଆରୀ ୨୩ରେ ଏହା ପାଳନ କରାଯିବ। ଫେବୃଆରୀ ୨୬ରେ ପୂରା ଦେଶରେ ଟ୍ରାକ୍ଟର ପ୍ରଦର୍ଶନ ହେବ।

ମାର୍ଚ୍ଚ ୧୪ରେ ସର୍ବଭାରତୀୟ କିଶାନ ମଜଦୁର ମହପଞ୍ଚାୟତ ଦିଲ୍ଲୀର ରାମଲିଲା ମୈଦାନରେ ବସିବ। ଏଥିରେ ୧ ଲକ୍ଷରୁ ଅଧିକ ଲୋକ ସାମିଲ ହେବେ। ଏହା ଗୋଟିଏ ଲମ୍ବା ଲଢ଼େଇ। ଏହା ଗୋଟିଏ ମୋର୍ଚ୍ଚାର ଲଢ଼େଇ ନୁହେଁ। ଆମେ ଦିଲ୍ଲୀକୁ ୪ ଦିଗରୁ ଘେରିବୁ। ସବୁ ଚାଷୀ ଏକାଠି ରୁହନ୍ତୁ ବୋଲି ସେ କହିଛନ୍ତି।

ବୁଧବାର ଚାଷୀଙ୍କ ଦିଲ୍ଲୀ ଚଲୋ ଶୋଭାଯାତ୍ରା ବେଳେ ଅଘଟଣ ଘଟିଥିଲା। ଖାନାଉରି ସୀମାରେ ପୁଲିସ୍‌ ଗ୍ରହଣ କରିଥିବା କାର୍ଯ୍ୟାନୁଷ୍ଠାନରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଥିଲା। ସେହିପରି ୨୫ ଜଣ ଆହତ ହୋଇଥିଲେ।

ଚାଷୀମାନେ ଏମଏସପି ଆଇନ ବ୍ୟତୀତ ସ୍ୱାମୀନାଥନ କିମଶନ କରିଥିବା ସୁପାରିସ, ପେନସନ, ବିଦ୍ୟୁତ ଟାରିଫକୁ ବୃଦ୍ଧି ନ କରିବା, ମାମଲା ପ୍ରତ୍ୟାହାର କରିବା ଓ ୨୦୨୧ ଲକ୍ଷ୍ମୀପୁର ଖେରିରେ ପ୍ରାଣ ହରାଇଥିବା ଚାଷୀଙ୍କୁ ନ୍ୟାୟ ଦେବାକୁ ଦାବି କରି ଶୋଭାଯାତ୍ରା କରୁଛନ୍ତି।

Farmer Farmer Protest Farmer Protest 2.0