Advertisment

ପଥର ମାଡ଼ ଓ ଧୂଆଁ: ଶମ୍ଭୁ ସୀମାରେ ଚାଷୀ ପୁଲିସ ମୁହାମୁହିଁ

କୃଷକମାନେ ପୁଲିସ ଉପରେ ପଥର ମାଡ କରିଛନ୍ତି।

author-image
Madhupriya Mistry
ଅଦ୍ୟତନ ହୋଇଛି
Farmer Protest

Farmer Protest

ଆଜି ଦ୍ୱିତୀୟ ଦିନରେ ପହଞ୍ଚିଛି କୃଷକଙ୍କ 'ଦିଲ୍ଲୀ ଚଲୋ' ଆନ୍ଦୋଳନ। ଆଜି ମଧ୍ୟ ହଜାର ହଜାର କୃଷକ ରାଜଧାନୀ ଦିଲ୍ଲୀରେ ପଶିବା ପାଇଁ ମାଡି ଆସୁଛନ୍ତି। ସେମାନଙ୍କୁ ପୁଲିସ ଅଟକାଇବା ପାଇଁ ଚେଷ୍ଟା ଜାରି ରଖିଛି। ଏଭଳି ସ୍ଥିତିରେ ପଞ୍ଜାବ ହରିୟାଣାର ଶମ୍ଭୁ ସୀମାରେ ସ୍ଥିତି ଅଣାୟତ୍ତ ହୋଇଛି।

Advertisment

ଶମ୍ଭୁ ସୀମାରେ ଗତକାଲି ଠାରୁ କୃଷକ ଓ ପୁଲିସ ମୁହାଁମୁହିଁ ସ୍ଥିତିରେ ଅଛନ୍ତି। କୃଷକମାନେ ପୁଲିସ ଉପରେ ପଥର ମାଡ କରିଛନ୍ତି। ଏଥିରେ ଅନେକ ଲୋକ ଆହତ ହୋଇଛନ୍ତି। ପୁଲିସ ମଧ୍ୟ ସେମାନଙ୍କୁ ଅଟକାଇବା ପାଇଁ ଲଗାତର ଲୁହା ବୁହା ଗ୍ୟାସ୍‌ ପ୍ରୟୋଗ କରୁଛି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ସୀମାରେ ସେନାକୁ ମୁତୟନ କରିଛି।

ଗତକାଲି ଶମ୍ଭୁ ସୀମାରେ ବିକ୍ଷୋଭକାରୀ କୃଷକ ଓ ପୁଲିସ ମଧ୍ୟରେ ପ୍ରବଳ ସଙ୍ଘର୍ଷ ଦେଖିବାକୁ ମିଳିଥିଲା। ଚାଷୀମାନେ ସିମେଣ୍ଟ ବ୍ୟାରିକେଡ୍‌ ଭାଙ୍ଗିଥିଲେ। ଫଳରେ ସେମାନଙ୍କୁ ଅଟକାଇବା ପାଇଁ ପୁଲିସ ସୀମାରେ ଲୁହା କଣ୍ଟା ବିଛାଇଥିଲା। ଲୁହା ବ୍ୟାରିକେଡ୍‌ ସହ ଅନେକ କଡା ବ୍ୟବସ୍ଥା କରାଯାଇଥିଲା।

Advertisment

ଉ‌ଲ୍ଲେଖଯୋଗ୍ୟ, ଚାଷୀ ସଂଗଠନର ପ୍ରମୁଖ ଦାବି ଗୁଡିକ ହେଉଛି ପ୍ରତ୍ୟେକ ଫସଲର ଏମଏସପି ଉପରେ ଆଇନଗତ ଗ୍ୟାରେଂଟି, ଏମଏସ୍ ସ୍ୱାମୀନାଥନ ଆୟୋଗର ସୁପାରିସକୁ କାର୍ଯ୍ୟକାରୀ କରିବା, ଚାଷୀ ଶ୍ରମିକଙ୍କୁ ଋଣ କ୍ଷମା ଏବଂ ପେନସନ୍ ବ୍ୟବସ୍ଥା, ଲଖିମପୁର ଖେରୀ ଘଟଣାର ଦୋଷୀଙ୍କୁ କଠୋର ଦଣ୍ଡାଦେଶ, ନକଲି ବିହନ, କୀଟନାଶକ ଔଷଧ କମ୍ପାନୀ ବିରୋଧରେ କଠୋର ଆଇନ୍ ଆଦି। ଏ ସମସ୍ତ ଦାବି ପୂରଣ ନହେବା ଯାଏଁ ସେମାନେ ଫେରିବେ ନାହିଁ ବୋଲି ରୋକଠୋକ ଶୁଣାଇଛନ୍ତି। 

Delhi Chalo Farmer Protest 2.0