Advertisment

ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କ ବାସଭବନ ଘେରାଉ କରିବେ କୃଷକ! ଦିଲ୍ଲୀରେ ହାଇ ଆଲର୍ଟ

କୃଷକ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ହାଇ ଆଲର୍ଟ ଜାରି ହୋଇଛି।

author-image
Madhupriya Mistry
ଅଦ୍ୟତନ ହୋଇଛି
Farmer Protest

Farmer Protest

ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ଅଣ୍ଟା ଭିଡିଛନ୍ତି କୃଷକ। ପଞ୍ଜାବ ଓ ହରିୟାଣାର ପ୍ରାୟ ୨୩ କୃଷକ ସଂଙ୍ଗଠନ ଏମଏସପି ଉପରେ ଆଇନଗତ ଗ୍ୟାରେଣ୍ଟି ତଥା ଏମଏସ ସ୍ୱାମୀନାଥନ ଆୟୋଗର ସୁପାରିଶକୁ କାର୍ଯ୍ୟକାରୀ କରିବାକୁ ଦାବି କରି ଆସନ୍ତା ୧୩ ତାରିଖରେ ଦିଲ୍ଲୀ ଚଲୋ ଡାକରା ଦେଇଛନ୍ତି। କୃଷକମାନେ ଟ୍ରାକ୍ଟର ରାଲି କରିବେ ବୋଲି ଏକ ଗୁପ୍ତ ରିପୋର୍ଟରୁ ଜଣାପଡିଛି। ଶହ ଶହ ଟ୍ରାକ୍ଟର ଧରି ଦିଲ୍ଲୀରେ ପ୍ରବେଶ କରିବେ କୃଷକ। ଏଥିପାଇଁ ବହୁ ଦିନ ଆଗରୁ ସେମାନଙ୍କ ରିହର୍ସାଲ ମଧ୍ୟ ସରିଛି।

Advertisment

କୃଷକ ଆନ୍ଦୋଳନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ହାଇ ଆଲର୍ଟ ଜାରି ହୋଇଛି। ଦିଲ୍ଲୀ ପୁଲିସ ମଧ୍ୟ କୃଷକଙ୍କୁ ଅଟକାଇବା ପାଇଁ ଅଣ୍ଟା ଭିଡିଛି। ଦିଲ୍ଲୀ ସୀମାରେ ପ୍ରବେଶ କରିବା ପୂର୍ବରୁ ହଜାର ହଜାର ଚାଷୀଙ୍କୁ ଅଟକାଇବାକୁ ଦିଲ୍ଲୀ ପୋଲିସ ଚେଷ୍ଟା ଚଳାଇଛି। ଏଥିପାଇଁ ପୁଲିସ ଫେନସିଂ, କଣ୍ଟେନର ଏବଂ କ୍ରେନ୍ର ସହାୟତା ନେଇଛି। ଦିଲ୍ଲୀ ସୀମା ନିକଟରେ କଣ୍ଟା ମଧ୍ୟ ବିଛାଇଛି ପୁଲିସ। ଆବଶ୍ୟକ ପଡିଲେ ତାରବାଡ଼ ମଧ୍ୟ ବନ୍ଧା ଯିବ ବୋଲି ସୂଚନା ମିଳିଛି।

ଯଦି କୃଷକମାନେ କୌଣସି ପ୍ରକାରେ ହରିୟାଣା ଏବଂ ପଞ୍ଜାବ ପାର ହୋଇ ଦିଲ୍ଲୀ ସୀମାରେ ପ୍ରବେଶ କରିବାକୁ ଚେଷ୍ଟା କରନ୍ତି, ତେବେ କ୍ରେନ୍ ଏବଂ କଣ୍ଟେନର୍‌ରେ ସୀମାକୁ ସିଲ୍ କରି ପୁଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବ। କୃଷକଙ୍କୁ କିଭଳି ଅଟକାଯିବ ସେଥିପାଇଁ ଦିଲ୍ଲୀ ପୁଲିସ ମକଡ୍ରିଲ କରିଛି। କେବଳ ଏତିକି ନୁହେଁ, ଏକ ଗୁଇନ୍ଦା ସୂଚନାରୁ ଜଣାପଡିଛି ଯେ, କିଛି କୃଷକ ଲୁଚି ଛପି ଆସି ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, କୃଷି ମନ୍ତ୍ରୀ ଏବଂ ବିଜେପିର ବଡ଼ ନେତାଙ୍କ ଘର ବାହାରେ ବିରୋଧ କରିବାକୁ ଯୋଜନା କରୁଛନ୍ତି। ଦିଲ୍ଲୀରେ ପ୍ରବେଶ କରିବା ପାଇଁ କୃଷକମାନେ ଶିଶୁ ଏବଂ ମହିଳାଙ୍କ ସାହାଯ୍ୟ ନେଇପାରନ୍ତି। ଏଥିପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସମସ୍ତ ମନ୍ତ୍ରୀ ଓ ନେତାଙ୍କ ବାସଭବନ ଆଗରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି।

Advertisment

ଏହି ଆନ୍ଦୋଳନ ପାଇଁ ୨୦୦୦ ରୁ ୨୫୦୦ ଟ୍ରାକ୍ଟର ସହିତ ୧୫ରୁ ୨୦ହଜାର କୃଷକ ଦିଲ୍ଲୀ ଆସିପାରନ୍ତି। ପଞ୍ଜାବ, ହରିୟାଣା ସମେତ ରାଜସ୍ଥାନ, ଉତ୍ତରପ୍ରଦେଶ, କେରଳ ଏବଂ କର୍ଣ୍ଣାଟକର କୃଷକମାନେ ଏହି ଆନ୍ଦୋଳନ ସାମିଲ ହେବେ ବୋଲି ମଧ୍ୟ କୁହାଯାଉଛି। ସୂଚନାଯୋଗ୍ୟ ଯେ ଶେଷ ଥର ପାଇଁ ୨୬ ନଭେମ୍ବର ୨୦୨୦ ରୁ ୯ ଡିସେମ୍ବର ୨୦୨୧ ପର୍ଯ୍ୟନ୍ତ ଚାଷୀଙ୍କ ଆନ୍ଦୋଳନ ଚାଲିଥିଲା।

Farmer Protest Tractor Rally Delhi In High Alert