Advertisment

କେନ୍ଦ୍ରର ପ୍ରସ୍ତାବକୁ ଗ୍ରହଣ କଲେନି ଚାଷୀ, ୨୧ରୁ ପୁଣି ଆରମ୍ଭ ହେବ ଆନ୍ଦୋଳନ

ପ୍ରସ୍ତାବକୁ ଅଗ୍ରାହ୍ୟ କରି ଚାଷୀମାନେ ପୁଣିଥରେ ଆସନ୍ତା ୨୧ ତାରିଖ ସକାଳୁ ସେମାନଙ୍କର ଦିଲ୍ଲୀ ଚାଲୋ ବିକ୍ଷୋଭ ଶୋଭାଯାତ୍ରା ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି।

ଅଦ୍ୟତନ ହୋଇଛି
farmer

farmer

Advertisment

ଏମଏସ୍‌ପିକୁ ନେଇ କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ ଚାଷୀମାନେ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି। ସରକାରଙ୍କ ପ୍ରସ୍ତାବ ସେମାନଙ୍କୁ କୌଣସି ପ୍ରକାରର ଲାଭ ଦେବ ନାହିଁ ବୋଲି ଚାଷୀମାନେ କହିଛନ୍ତି।

Advertisment

ପ୍ରସ୍ତାବକୁ ଅଗ୍ରାହ୍ୟ କରି ଚାଷୀମାନେ ପୁଣିଥରେ ଆସନ୍ତା ୨୧ ତାରିଖ ସକାଳୁ ସେମାନଙ୍କର ଦିଲ୍ଲୀ ଚାଲୋ ବିକ୍ଷୋଭ ଶୋଭାଯାତ୍ରା ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି।

ଚାଷୀଙ୍କ କହିବା କଥା ଯେ କେନ୍ଦ୍ର ସରକାର ଦେଇଥିବା ଏମଏସ୍‌ପି ପ୍ରସ୍ତାବରେ କୌଣସି ପ୍ରକାରର ସ୍ପଷ୍ଟତା ନାହିଁ। ସେମାନେ ସମସ୍ତ ୨୩ ପ୍ରକାରର ଉତ୍ପାଦ ଉପରେ ଏମଏସ୍‌ପି ଗ୍ୟାରେଣ୍ଟୀ ଚାହୁଁଛନ୍ତି। କେନ୍ଦ୍ର ସରକାର କେବଳ ଡାଲି ଜାତୀୟ ଦ୍ରବ୍ୟ, ମକା ଓ କଟନ ଉତ୍ପାଦ ଉପରେ ଏମଏସପି ଗ୍ୟାରେଣ୍ଟୀ ଦେବେ ବୋଲି କହିଥିଲେ। ତେଣୁ ଏହାକୁ ଚାଷୀମାନେ ଗ୍ରହଣ କରି ନାହାନ୍ତି।

Advertisment

ରବିବାର ବିଳମ୍ବିତ ରାତିରେ କେନ୍ଦ୍ର ସରକାର ଓ ଚାଷୀଙ୍କ ମଧ୍ୟ ୪ର୍ଥ ରାଉଣ୍ଡ ଆଲୋଚନା ହୋଇଥିଲା। ଏହି ବୈଠକରେ କେନ୍ଦ୍ର ସରକାର ଆସନ୍ତା ୫ ବର୍ଷ ପାଇଁ ଡାଲି ଜାତୀୟ ଦ୍ରବ୍ୟ, ମକା ଓ କଟନ ଫସଲକୁ ଧାର୍ଯ୍ୟ ଏମଏସ୍‌ପିରେ କିଣିବାକୁ ରାଜି ଥିବା କହିଥିଲେ। ଆଲୋଚନା ପରେ ଏହାର ବିଚାର ଚାଷୀମାନେ କରିଥିଲେ। ଏଥିସହ ଦିଲ୍ଲୀ ଚାଲୋ ଆନ୍ଦୋଳନ ଉପରେ ରୋକ ଲଗାଇଥିଲେ।

ସୋମବାର ସଂଯୁକ୍ତ କିଷାନ ମୋର୍ଚ୍ଚା(ଅଣ ରାଜନୀତିକ)ର ନେତା ଜଗଜିତ ସିଂହ ଡାଲ୍ଲେୱାଲ କହିଛନ୍ତି, କେନ୍ଦ୍ର ସରକାର ପାମ ତେଲକୁ ବିଦେଶରୁ ୧.୭୫ ଲକ୍ଷ କୋଟି ଟଙ୍କା ଦେଇ ଆଣୁଛନ୍ତି। ଯଦି ଏହି ଅର୍ଥକୁ କେନ୍ଦ୍ର ସରକାର ମଞ୍ଜି କିଣିବା ପାଇଁ ଦେବେ, ତା’ହେଲେ ଦେଶର ଚାଷୀଙ୍କୁ ଏହା ସହାୟକ ହେବ।

ଫସଲ ଋତୁରେ ଧାନ ଚାଷ ପରେ ଡାଲି ଜାତୀୟ ଦ୍ରବ୍ୟର ଚାଷ କରୁଥିବା କୃଷକମାନଙ୍କୁ ସରକାର ଦେଇଥିବା ପ୍ରସ୍ତାବ କେବଳ ଫାଇଦା ଦେବ। ଅନ୍ୟ ଚାଷୀମାନେ କିଛି ବି ଲାଭ ପାଇବେ ନାହିଁ। ବର୍ତ୍ତମାନ ସରକାରଙ୍କ ସହ କୌଣସି ଆଲୋଚନାର ପ୍ରସ୍ତାବ ନାହିଁ। କିନ୍ତୁ ସରକାରଙ୍କ ସହ କଥା ହେବାକୁ ଚାଷୀମାନେ ସବୁବେଳେ ପ୍ରସ୍ତୁତ ଥିବା ସେ କହିଛନ୍ତି।

ଚାଷୀ ନେତା ଜଗଜିତ ସିଂହ କହିଛନ୍ତି ଯେ ସରକାର ଚାଷୀମାନଙ୍କ ସମସ୍ତ ଦାବି ମାନି ନିଅନ୍ତୁ କିମ୍ବା ଦିଲ୍ଲୀରେ ଶାନ୍ତିପୂର୍ଣ୍ଣ ଆଲୋଚନା ପାଇଁ ଅନୁମତି ଦିଅନ୍ତୁ। ଏଥିସହ ସେ ସମସ୍ତ ଆନ୍ଦୋଳନକାରୀ ଚାଷୀଙ୍କୁ ହିଂସାକାଣ୍ଡ ନ ଘଟାଇବାକୁ ମଧ୍ୟ ଅନୁରୋଧ କରିଛନ୍ତି।

ପଞ୍ଜାବ-ହରିଆଣା ସୀମା ଅତିକ୍ରମ କରିବା ବେଳେ ପୁଲିସ୍‌ ଆକ୍ରମଣରେ ୪୦୦ରୁ ଅଧିକ ଚାଷୀ ଆହତ ହୋଇଛନ୍ତି। ପୁଲିସ୍‌ ପେଲେଟ ବନ୍ଧୁକର ବ୍ୟବହାର କରିଥିଲା। ତେଣୁ ସୁପ୍ରିମକୋର୍ଟ ନିଜ ଆଡ଼ୁ ଏହାକୁ ବିଚାରକୁ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଅନୁରୋଧ କରିଛନ୍ତି।

ପଞ୍ଜାବ ସରକାର ମଧ୍ୟ ଚାଷୀ ଆନ୍ଦୋଳନକୁ ଦୃଷ୍ଟିରେ ରଖି ୨୦ ତାରିଖ ମଧ୍ୟରାତ୍ର ଯାଏ ଇଣ୍ଟରନେଟ ସେବାକୁ ବ୍ୟାନ କରିଛନ୍ତି। ରାଜ୍ୟ ସରକାର କେନ୍ଦ୍ର କଥାରେ ଏପରି କରିଛନ୍ତି କି ନାହିଁ, ତା’ର ଉତ୍ତର ଦେବାକୁ ମଧ୍ୟ ଚାଷୀମାନେ ଦାବି କରିଛନ୍ତି।

New Farmer Bill Farmer Protest Msp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe