Advertisment

ଯୁବ ଚାଷୀଙ୍କ ମୃତ୍ୟୁ ଅଭିଯୋଗ, ୨ ଦିନ 'ଦିଲ୍ଲୀ ଚଲୋ' ଯାତ୍ରା ସ୍ଥଗିତ

ଶୁଭକରନଙ୍କ ମୁଣ୍ଡରେ ଗୁଳି ବାଜି ଗଭୀର ଆଘାତ ଲାଗିଥିବାରୁ ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି।

Security Force

Security Force

Advertisment

ଆଗାମୀ ଦୁଇ ଦିନ ପାଇଁ 'ଦିଲ୍ଲୀ ଚଲୋ' ଯାତ୍ରା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେଇଛି କୃଷକ ସଂଗଠନ। ଗତକାଲି ଜଣେ ଯୁବ କୃଷକଙ୍କ ମୃତ୍ୟୁକୁ ନେଇ ଯାତ୍ରା ସ୍ଥଗିତ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ପୁଲିସ ଆକ୍ରମଣରେ ଚାଷୀଙ୍କର ମୃତ୍ୟୁ ଘଟିଥିବା AIKS (ଅଲ-ଇଣ୍ଡିଆ କିସାନ ସଭା) ଅଭିଯୋଗ କରିଛି, କିନ୍ତୁ ପଞ୍ଜାବ ପୁଲିସ ଏହି ଅଭିଯୋଗକୁ ଖଣ୍ଡନ କରିଛି।

Advertisment

ଗତ ୧୩ ତାରିଖରୁ ଚାଲିଥିବା କିଷାନ ଆନ୍ଦୋଳନ ତୀବ୍ର ହେବାକୁ ଲାଗିଛି। କେନ୍ଦ୍ର ସରକାରଙ୍କ ସହ ବାରମ୍ବାର ଆଲୋଚନ ସତ୍ତ୍ୱେ କୌଣସି ନିଷ୍କର୍ସ ବାହାରି ପାରୁନି। ଗତକାଲି 'ଦିଲ୍ଲୀ ଚଲୋ' ଯାତ୍ରା ସମୟରେ ପଞ୍ଜାବ-ହରିଆଣା ସୀମା ଶମ୍ଭୁ ଓ ଖାନାଉରୀଠାରେ ପୁଲିସ ଓ ଆନ୍ଦୋଳନକାରୀଙ୍କ ସହ ପ୍ରବଳ ଧସ୍ତାଧସ୍ତି ହୋଇଥିଲା। ଏଥିର ତିନି ଜଣ ଆହତ ହୋଇଥିଲେ।

ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କଲା ବେଳକୁ ଜଣଙ୍କର ମୃତ୍ୟୁ ଘଟି ସାରିଥିବା ଡାକ୍ତର କହିଥିଲେ। ମୃତ ଯୁବ କୃଷକ ହେଉଛନ୍ତି ୨୧ ବର୍ଷୀୟ ଶୁଭକରନ ସିଂହ।  ତାଙ୍କ ଘର ପଞ୍ଜାବର ଭଠିଣ୍ଡା ଜିଲ୍ଲା ବାଲୋକେ ଗାଁରେ। ଶୁଭକରନଙ୍କ ମୁଣ୍ଡରେ ଗୁଳି ବାଜି ଗଭୀର ଆଘାତ ଲାଗିଥିବାରୁ ମୃତ୍ୟୁ ଘଟିଥିବା ଡାକ୍ତର କହିଛନ୍ତି। ପୋଷ୍ଟ ମର୍ଟମ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି କହିଛନ୍ତି ଡାକ୍ତର। 

Advertisment

ହରିଆଣା ପୁଲିସ ଏକ ଏକ୍ସ ପୋଷ୍ଟରେ କହିଛି, "ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାୟୀ, ଫେବ୍ରୁଆରୀ ୨୧ରେ କୌଣସି ଚାଷୀଙ୍କ ମୃତ୍ୟୁ ହୋଇ ନାହିଁ, ଏହା କେବଳ ଗୁଜବ। ଦୁଇ ଜଣ ପୁଲିସ କର୍ମଚାରୀ ଏବଂ ଜଣେ ଆନ୍ଦୋଳନକାରୀ ଆହତ ହୋଇଛନ୍ତି। ସେମାନଙ୍କୁ ଚିକିତ୍ସା କରାଯାଉଛି।"

ସେପଟେ ଟ୍ରେଡ୍ ୟୁନିଅନ କୃଷକଙ୍କ ମୃତ୍ୟୁ ଏବଂ ସେମାନଙ୍କ ପ୍ରତି ପୁଲିସର ବ୍ୟବହାରକୁ ନିନ୍ଦା କରିଛି। ଫେବୃଆରୀ ୨୩କୁ ସାରା ଭାରତରେ କଳା ଦିବସ ଭାବେ ପାଳନ କରିବାକୁ ଘୋଷଣା କରିଛି ଟ୍ରେଡ୍ ୟୁନିଅନ।

Farmers Protest Delhi Protest Hariyan Farmers Farmers Protest Delhi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe