Advertisment

ଚାଷୀଙ୍କ ଉପରକୁ ଲୁହ ବୁହା ଗ୍ୟାସ ମାଡ଼, ପୁଣି ଆଲୋଚନା ପାଇଁ ଡାକିଲା କେନ୍ଦ୍ର

ଚାଷୀମାନେ ଆନ୍ଦୋଳନକୁ ଜୋରଦାର କରୁଥିବାରୁ କେନ୍ଦ୍ର କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା ପୁଣିଥରେ ଆଲୋଚନା ପାଇଁ ଡାକିଛନ୍ତି।

Farmer

Farmer

Advertisment

ନିଜର ଫସଲ ଉପରେ ଏମଏସ୍‌ପି ଗ୍ୟାରେଣ୍ଟୀ ଆଇନ ଦାବି କରି ପୁଣିଥରେ ଦିଲ୍ଲୀ ଚଲୋ ଆନ୍ଦୋଳନ ଆରମ୍ଭ କରିଛନ୍ତି ଚାଷୀ। ୧୪ ହଜାରରୁ ଅଧିକ ଚାଷୀ ୧୨ଶହ ଟ୍ରାକ୍ଟର ଧରି ଦିଲ୍ଲୀ ଅଭିମୁଖେ ଯିବାକୁ ଚେଷ୍ଟା କରୁଥିବା ବେଳେ ସେମାନଙ୍କୁ ଅଟକାଇଛି ପୁଲିସ୍‌।

Advertisment

ପଞ୍ଜାବ-ହରିଆଣା ସୀମାରେ ଚାଷୀଙ୍କୁ ପୁଲିସ୍‌ ଅଟକାଇବାରୁ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଛି। ଚାଷୀଙ୍କୁ ଅଟକାଇବା ପାଇଁ ପୁଲିସ୍‌ ପକ୍ଷରୁ ଲୁହ ବୁହା ଗ୍ୟାସ ମାଡ଼ କରାଯାଇଛି। ତଥାପି ଚାଷୀମାନେ ନିଜ ଜିଦରେ ଅଟଳ ରହିଛନ୍ତି। ଚାଷୀମାନେ ଆନ୍ଦୋଳନକୁ ଜୋରଦାର କରୁଥିବାରୁ କେନ୍ଦ୍ର କୃଷି ମନ୍ତ୍ରୀ ଅର୍ଜୁନ ମୁଣ୍ଡା ପୁଣିଥରେ ଆଲୋଚନା ପାଇଁ ଡାକିଛନ୍ତି।

ସେ କହିଛନ୍ତି, “୪ର୍ଥ ରାଉଣ୍ଡ ଆଲୋଚନା ପରେ ସରକାର ଏବେ ଚାଷୀମାନଙ୍କ ସହ ସମସ୍ତ ପ୍ରକାରର ପ୍ରସଙ୍ଗ ଯଥା ଏମଏସପି ଦାବି, ବିବିଧ ଫସଲ, ନଡ଼ା ଜାଳିବା ଓ ଆନ୍ଦୋଳନ ବେଳେ ରୁଜୁ ହୋଇଥିବାର ଏଫଏଆଇଆର ସମ୍ପର୍କରେ କଥା ହେବାକୁ ଚାହୁଁଛନ୍ତି। ମୁଁ ଚାଷୀମାନଙ୍କୁ ଆଲୋଚନା ପାଇଁ ନିମନ୍ତ୍ରଣ କରୁଛି। ଆମେ ସମସ୍ତେ ଶାନ୍ତି ବଜାୟୀ ରଖିବା।”

Advertisment

ଅନ୍ୟପକ୍ଷରେ ହରିଆଣା ପୁଲିସ୍‌ ଆଜି ତା’ର ପଞ୍ଜାବ ପ୍ରତିପକ୍ଷକୁ ଚାଷୀମାନେ ଆନ୍ଦୋଳନକୁ ଆଣିଥିବା ବିଭିନ୍ନ ଜିନିଷକୁ ଜବତ କରିବାକୁ କହିଛି। ସୀମାରେ ଏବେ ୧୪ ହଜାର ଚାଷୀ ୧୨ ଶହ ଟ୍ରାକ୍ଟର, ୩୦୦ କାର ଓ ୧୦ ମିନି ବସ୍‌ ଧରି ଏକାଠି ହୋଇଛନ୍ତି। ସେମାନେ ଦିଲ୍ଲୀ ଚଲୋ ନାରା ଦେଇଥିବାରୁ ଏଠାରେ ମଧ୍ୟ ପୁଲିସ୍‌ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛି। ବିଭିନ୍ନ ପ୍ରବେଶ ପଥରେ ପୁଲିସ୍‌ ଚେକିଂ ବ୍ଲକିଂ ଜାରି ରଖିଛି। ବଡ଼ବଡ଼ ବ୍ୟାରେକଡ ମଧ୍ୟ ତିଆରି କରିଛି।

ଆଜି ପୁଣି ଆନ୍ଦୋଳନ ଆରମ୍ଭ କରିବା ପୂର୍ବରୁ କିଶାନ ମଜଦୁର ମୋର୍ଚ୍ଚାର ନେତା ସ୍ୱର୍ଣ୍ଣ ସିଂହ ପାନ୍ଧେର ପୁଣି କହିଛନ୍ତି ଯେ ଚାଷୀମାନେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ କରିବେ। ସରକାର ବ୍ୟାରିକେଡ ହଟାଇ ସମସ୍ତଙ୍କୁ ଦିଲ୍ଲୀରେ ବିକ୍ଷୋଭ କରିବାକୁ ଅନୁମତି ଦିଅନ୍ତୁ ବୋଲି ସେ ଅନୁରୋଧ କରିଛନ୍ତି।

ସେ କହିଛନ୍ତି, “ଆମେ ଆମ ପକ୍ଷରୁ ସମାଧାନ ପାଇଁ ବହୁତ ଚେଷ୍ଟା କରିଛୁ। ଆମେ ବୈଠକରେ ଯୋଗଦେଇଥିଲୁ ଓ ପ୍ରତିଟି ପଏଣ୍ଟ ଉପରେ ଆଲୋଚନା କରିଛୁ। ଏବେ ନିଷ୍ପତ୍ତି ସରକାରଙ୍କ ହାତରେ। ଆମେ ଶାନ୍ତି ବଜାୟୀ ରଖିବୁ। ଆମକୁ ଦିଲ୍ଲୀ ଅଭିମୁଖେ ଯିବାକୁ ଦିଆଯାଉ।”

Farmer Farmer Protest Farmer Protest 2.0
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe