Advertisment

ଚାଷୀ ଆନ୍ଦୋଳନକୁ ୩ ଦିନ: ପଞ୍ଜାବରେ ରେଳ ରୋକ, ଆଜି ପୁଣି କେନ୍ଦ୍ର ସହ ଆଲୋଚନା

ଆନ୍ଦୋଳନରତ କୃଷକମାନେ ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିବା ସହ ଆଜି ପଞ୍ଜାବରେ ରେଳ ରୋକ କରିବେ ବୋଲି କହିଛନ୍ତି।

author-image
Debibandita Barick
Farmers Protest

Farmers Protest

ପୁଲିସର ବ୍ୟାପକ କଟକଣାକୁ ଫୁ କରି ଦିଲ୍ଲୀରେ ପହଞ୍ଚିଛନ୍ତି କୃଷକ। ଆଜି କୃଷକ ଆନ୍ଦୋଳନ ତିନି ଦିନରେ ପହଞ୍ଚିଛି। ଆନ୍ଦୋଳନରତ କୃଷକମାନେ ବିଭିନ୍ନ ସ୍ଥାନରେ ରାସ୍ତାରୋକ କରିବା ସହ ଆଜି ପଞ୍ଜାବରେ ରେଳ ରୋକ କରିବେ ବୋଲି କହିଛନ୍ତି। 

Advertisment

ସେପଟେ ଆସନ୍ତାକାଲି ୟୁନାଇଟେଡ୍ କିସାନ୍ ମୋର୍ଚା ଏବଂ କିସାନ୍ ମଜଦୁର ସମିତି ସମେତ 26 ଟି ସଂଗଠନ ଭାରତ ବାନ୍ଦ ପାଇଁ ଆହ୍ୱାନ କରିଛନ୍ତି।ଏଥିରେ କେନ୍ଦ୍ରୀୟ ଟ୍ରେଡ ୟୁନିଅନ ସାମିଲ ହେବେ। ସୂଚନା ଅନୁସାରେ, ଆସନ୍ତାକାଲି କୃଷକ ସଂଗଠନ ଦିନିକିଆ ଭାରତ ବନ୍ଦ କରିବ ନାହିଁ, ମଧ୍ୟାହ୍ନ 12ଟାରୁ 4ଟା ପର୍ଯ୍ୟନ୍ତ ଦେଶର ପ୍ରମୁଖ ରାସ୍ତାରେ ଚକା ଜାମ୍ କରିବେ ବୋଲି ଘୋଷଣା କରିଛନ୍ତି।

ଏସବୁ ମଧ୍ୟରେ କେନ୍ଦ୍ର ସରକାର କୃଷକ ନେତାମାନଙ୍କ ସହ ଆଲୋଚନା ପାଇଁ ପ୍ରସ୍ତାବ ଦେଇଛନ୍ତି। ଆଜି ପୁଣି କେନ୍ଦ୍ର ସରକାର ଓ ଚାଷୀ ନେତାଙ୍କ ମଧ୍ୟରେ ବୈଠକ ବସିବ। କେନ୍ଦ୍ର ମନ୍ତ୍ରୀ ଅର୍ଜୁନ ମୁଣ୍ଡା, ପିୟୁଷ ଗୋଏଲ ଏବଂ ନିତ୍ୟାନନ୍ଦ ରାୟ ଚାଷୀ ନେତାଙ୍କ ସହ ଆଲୋଚନା କରିବେ। ସନ୍ଧ୍ୟା 5ଟାରେ ଭିଡିଓ କନଫରେନ୍ସି ମାଧ୍ୟମରେ ଏହି ବୈଠକ ବସିବ।  

Advertisment

ଏମଏସ୍‌ପି ଉପରେ ଆଇନଗତ ମାନ୍ୟତା ଓ ଋଣ ଛାଡ଼ ଭଳି ବିଭିନ୍ନ ଦାବି ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି କୃଷକ ସଂଠଗନ। ପଞ୍ଜାବ ଓ ହରିୟାଣାର ପ୍ରାୟ 200 କୃଷକ ସଂଗଠନର 20 ହଜାରରୁ ଅଧିକ ଚାଷୀ ଏହି ଆନ୍ଦୋଳରେ ସାମିଲ ହୋଇଛନ୍ତି। ହରିୟାଣା ଓ ପଞ୍ଜାବ ସମେତ ଦିଲ୍ଲୀ ସୀମାରେ ଆନ୍ଦୋଳନ ଜାରି ରହିଛି।

ଆନ୍ଦୋଳନ ରୋକିବା ପାଇଁ ସରକାର ଦୁଇ ଦୁଇ ଥର ବୈଠକ ଡାକି ସାରିଲେଣି। କିନ୍ତୁ ପୂର୍ବରୁ ବସିଥିବା ବୈଠକରେ କୌଣସି ନିଷ୍କର୍ଷ ବାହାରି ପାରିନାହିଁ। ଆଜି ତୃତୀୟ ଥର ପାଇଁ କେନ୍ଦ୍ର ସରକାର ଓ ଚାଷୀ ନେତାଙ୍କ ମଧ୍ୟରେ ବୈଠକ ବସିବ। 

Protest Farmers Protests