Advertisment

ସରକାରଙ୍କ ପକ୍ଷରୁ ଆସିଲାନି କୌଣସି ଖବର, ପୁଣି କାଲିଠାରୁ ଚାଷୀଙ୍କ ଦିଲ୍ଲୀ ଚଲୋ ଯାତ୍ରା

ସରକାରଙ୍କ ପକ୍ଷରୁ ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା ପାଇଁ କୌଣସି ଡାକରା ମିଳିନାହିଁ।

Farmer

Farmer

Advertisment

ପଞ୍ଜାବରୁ ଚାଷୀମାନେ ପୁଣି ଆସନ୍ତାକାଲି ଠାରୁ ଦିଲ୍ଲୀ ଚଲୋ ପଦଯାତ୍ରା ଆରମ୍ଭ କରିବେ। ସରକାରଙ୍କ ପକ୍ଷରୁ ସେମାନଙ୍କ ଦାବି ସମ୍ପର୍କରେ ଆଲୋଚନା ପାଇଁ କୌଣସି ଡାକରା ମିଳିନାହିଁ। ତେଣୁ ଗୋଟିଏ ଦିନର ବିରତୀ ପରେ ରବିଠାରୁ ପୁଣି ପଦଯାତ୍ରା ଆରମ୍ଭ ହେବ ବୋଲି ପଞ୍ଜାବର ଚାଷୀ ସରବନ ସିଂହ ପାନ୍ଧେର ଆଜି ସୂଚନା ଦେଇଛି।

Advertisment

ଶୁକ୍ରବାର ଅପରାହ୍ନରେ ୧୦୧ ଜଣ ଚାଷୀ ପଞ୍ଜାବରୁ ‘ଦିଲ୍ଲୀ ଚଲୋ’ ପଦଯାତ୍ରା ଆରମ୍ଭ କରିଥିଲେ। ହେଲେ ପଦଯାତ୍ରାରେ ଚାଷୀମାନେ ଆସି ହରିୟାଣାରେ ପହଞ୍ଚିବା ପରେ ସେମାନଙ୍କୁ ପୁଲିସ ଅଟକାଇଥିଲା ଓ ସେମାନଙ୍କ ଉପରକୁ ଲୁହବୁହା ଗ୍ୟାସ ମାଡ଼ କରିଥିଲା। ଏଥିରେ ଏକାଧିକ ଚାଷୀ ଆହତ ହୋଇଥିଲେ। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ଅବସ୍ଥା ଗୁରୁତର ରହିଛି।

ଏହାପରେ ଚାଷୀମାନେ ରବିବାର ପର୍ଯ୍ୟନ୍ତ ସେମାନଙ୍କ ଆନ୍ଦୋଳନ ସ୍ଥଗିତ ରଖିଥିଲେ। ଏଥିସହ ସରକାରଙ୍କୁ ଦାବି ସମ୍ପର୍କରେ କଥାବାର୍ତ୍ତା ଆରମ୍ଭ କରିବା ପାଇଁ ଗୋଟିଏ ଦିନ ସମୟ ଦେଇଥିଲେ। ହେଲେ ଶନିବାର ସରକାରଙ୍କ ପକ୍ଷରୁ ଏନେଇ କୌଣସି ପ୍ରକାରର ପଦକ୍ଷେପ ନିଆଯାଇ ନାହିଁ। ତେଣୁ ୧୦୧ ଜଣ ଚାଷୀ ପୁଣି ଦିଲ୍ଲୀ ଅଭିମୁଖେ ପଦଯାତ୍ରା ଆରମ୍ଭ କରିବେ ବୋଲି ଘୋଷଣା କରିଛନ୍ତି।

Advertisment

ପଞ୍ଜାବ-ହରିୟାଣା ସୀମାନ୍ତ ଶମ୍ଭୁ ସୀମାରେ ଆଜି ପାନ୍ଧେର କହିଛନ୍ତି, ୧୬ ଜଣ ଚାଷୀ ଶୁକ୍ରବାର ପୁଲିସ ମାଡ଼ କରିଥିବା ଗ୍ୟାସ ଯୋଗୁ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ନିଜର ଶ୍ରବଣ ଶକ୍ତି ହରାଇଛନ୍ତି। ୪ ଜଣଙ୍କୁ ଛାଡ଼ି ଆଜି ବାକି ସମସ୍ତେ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି।

ଆମେ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ପ୍ରକାରର ଆଲୋଚନା ପାଇଁ ବାର୍ତ୍ତା ପାଇ ନାହୁଁ। ଆଲୋଚନା ପାଇଁ ନରେନ୍ଦ୍ର ମୋଦି ସରକାରଙ୍କର କୌଣସି ମୁଡ ନାହିଁ। ସଂଯୁକ୍ତ କି‌ଷାନ ମୋର୍ଚ୍ଚା ଓ କିଷାନ ମଜଦୁର ମୋର୍ଚ୍ଚା ରବିବାର ମଧ୍ୟାହ୍ନରୁ ପୁଣିଥରେ ପଦଯାତ୍ରା ଆରମ୍ଭ କରିବ। ପଦଯାତ୍ରା ସଂପୂର୍ଣ୍ଣ ଶାନ୍ତିପୂର୍ଣ୍ଣ ରହିବ ବୋଲି ସେ କହିଛନ୍ତି।

ଚାଷୀମାନେ ଏମଏସ୍‌ପି ଉପରେ ଆଇନଗତ ମାନ୍ୟତା ଦାବି କରିବା ସହ ଋଣ ଛାଡ଼ ଓ ବର୍ଦ୍ଧିତ ବଜୁଳି ଟାରିଫରୁ ସୁରକ୍ଷା ଦାବି କରି ଦିଲ୍ଲୀ ଚଲୋ ଆନ୍ଦୋଳନର ଡାକରା ଦେଇଛନ୍ତି।

Farmer Farmer Protest Msp
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe