Advertisment

ପ୍ରଥମେ ନିର୍ବାଚନ ଜିତ; କାହିଁକି କଂଗ୍ରେସକୁ ଏମିତି କହିଲେ ଫାରୁକ ଅବଦୁଲ୍ଲା

ସେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ପ୍ରଥମେ ନିର୍ବାଚନ କେମିତି ଜିତବାକୁ ହେବ, ତା’ ଉପରେ ଫୋକସ କରିବାକୁ କହିଛନ୍ତି।

Farooq Abdullah

Farooq Abdullah

Advertisment

ଆସନ୍ତା ସାଧାରଣ ନିର୍ବାଚନରେ ବିଜେପିକୁ ହରାଇବା ପାଇଁ କଂଗ୍ରେସ ସବୁ ବିରୋଧୀ ଦଳଗୁଡ଼ିକୁ ଏକାଠି ହେବାକୁ ଆହ୍ୱାନ ଦେଇଛି। ତେବେ ପ୍ରଧାନମନ୍ତ୍ରୀ ଚେହେରା କିଏ ହେବେ, ସେକଥା ଦଳ କହି ନାହିଁ। ଏସବୁ ଭିତରେ ନ୍ୟାଶନାଲ କନଫରେନ୍ସ(ଏନସି)ର ଫାରୁକ ଅବଦୁଲ୍ଲା ବଡ଼ ବୟାନ ଦେଇଛନ୍ତି। ସେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କୁ ପ୍ରଥମେ ନିର୍ବାଚନ କେମିତି ଜିତବାକୁ ହେବ, ତା’ ଉପରେ ଫୋକସ କରିବାକୁ କହିଛନ୍ତି। ପ୍ରଥମେ ନିର୍ବାଚନ ଜିତ, ତା’ ପରେ ବିରୋଧୀ ମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କଥା ବିଚାର କରାଯିବ ବୋଲି ସେ ପରାମର୍ଶ ଦେଇଛନ୍ତି।

Advertisment

ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ୭୦ମ ଜନ୍ମଦିନ ଉପଲକ୍ଷେ ଚେନ୍ନାଇରେ ଗୋଟିଏ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏଥିରେ ଫାରୁକ ଅବଦୁଲ୍ଲା, ମଲ୍ଲିକାର୍ଜୁନ ଖଡଗେ, ସମାଜବାଦୀ ପାର୍ଟିର ଅଖିଲେଶ ଯାଦବ ଓ ଆରଜେଡିର ତେଜସ୍ୱୀ ଯାଦବଙ୍କ ସମେତ ଅନେକ ବିରୋଧୀ ଦଳର ନେତା ଉପସ୍ଥିତ ଥିଲେ।

ଏହି କାର୍ଯ୍ୟକ୍ରମରେ ଫାରୁକ ସମ୍ବୋଧନ କରି ଖଡଗେଙ୍କୁ କହିଛନ୍ତି, “କିଏ ପ୍ରଧାନମନ୍ତ୍ରୀ ହେବେ, ସେକଥା ଏବେ ଭୁଲି ଯାଆନ୍ତୁ। ପ୍ରଥମେ ନିର୍ବାଚନ କେମିତି ଜିତିବାକୁ ହେବ, ସେକଥା ଭାବନ୍ତୁ।” ସେ ଆହୁରି ଦାବି କରିଛନ୍ତି ଯେ “ ଭାରତ ବର୍ତ୍ତମାନ କଠିନ ସମୟ ଦେଇ ଗତି କରୁଛି। ଗଣତନ୍ତ୍ର ଓ ସମ୍ବିଧାନ ପ୍ରତି ବିପଦ ସୃଷ୍ଟି ହୋଇଛି।

Advertisment

ତାମିଲାଡୁ ଓ ଶ୍ରୀନଗର ମଧ୍ୟରେ କ’ଶ ସମାନତା ରହିଛି? ତାପମାତ୍ର, ଖାଦ୍ୟ ଓ ଭାଷା ଇତ୍ୟାଦି ଭିନ୍ନ। ତେବେ ଆମ ପାଇଁ ଭିତରେ କ’ଣ ସମାନ ରହିଛି? ସେଇଟା ହେଲେ ଏକାଠି ରହିବାର ଇଚ୍ଛା ଓ ଶକ୍ତିଶାଳୀ ଭାରତ ଗଠନ କରିବାର ଲକ୍ଷ୍ୟ।” ଫାରୁକ ଅବଦୁଲ୍ଲା କଥା ଛଳରେ ଷ୍ଟାଲିନଙ୍କୁ ଜାତୀୟ ରାଜନୀତିକୁ ଆସିବାକୁ ନିମନ୍ତ୍ରଣ କରିଛନ୍ତି ଓ ତାମିଲନାଡୁକୁ ଗଢ଼ିବା ଭଳି ଦେଶକୁ ମଧ୍ୟ ଗଠନ କରନ୍ତୁ ବୋଲି କହିଛନ୍ତି।

ସେ କହିଛନ୍ତି, “ଷ୍ଟାଲିନ ହେଉଛନ୍ତି ଜଣେ ମହାନ ବାପାଙ୍କ ଗର୍ବିତ ପୁତ୍ର। ଏଠାରେ ଅନେକ କିଛି କରିବାର ଅଛି। କେବଳ ତାମିଲନାଡୁ ନୁହେଁ, ଦେଶରେ ବି ଅନେକ କାମ ବାକି ଅଛି। ଆମକୁ ଏକାଠି କାମ କରିବାକୁ ପଡ଼ିବ। ଯେଉଁମାନେ ଏଠାରେ ନାହାନ୍ତି, ସେମାନେ ଶୀଘ୍ର ନିଦର ଉଠନ୍ତୁ ଓ ଏକାଠି ହୁଅନ୍ତୁ। ଆମେ ସମସ୍ତେ ଏକାଠି ହୋଇ ଏମିତି ଏକ ଭାରତ ଗଠନ କରିବା, ଯେଉଁଠି ଶାନ୍ତି ଓ ଏକତା ଥିବ। ଭାରତର ଲୋକମାନେ ଦେଶ ଗଠନ କରିଛନ୍ତି। ଆର୍ମି କିମ୍ବା ନାଭି ନୁହନ୍ତି। ସମସ୍ତେ ଏକାଠି ରୁହନ୍ତୁ। କେବେ ହେଲେ ଆଶା ଛାଡ଼ନ୍ତୁ ନାହିଁ।”

ଫାରୁକଙ୍କ ମନ୍ତବ୍ୟର ଜବାବ ଦେଇ ଉକ୍ତ କାର୍ଯ୍ୟକ୍ରମରେ ଖଡଗେ କହିଛନ୍ତି, ସେ କେବେ ହେଲେ ବିରୋଧୀ ମେଣ୍ଟର ନେତୃତ୍ୱ କିଏ ନେବେ ଓ କିଏ ପ୍ରଧାନମନ୍ତ୍ରୀ ହେବେ, ସେକଥା କହି ନାହାନ୍ତି। କେବଳ ସମାନ ଚିନ୍ତାଧାରା ରଖିଥିବା ଦଳକୁ ଏକାଠି ହେବାକୁ ସେ ଆହ୍ୱାନ ଦେଇଥିବା କହିଛନ୍ତି।

Congress Tamilnadu Farooq Abdullah M K Stalin
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe